ସେବା ସହ ସାମାଜିକ ପରିବର୍ତ୍ତନ ରାସ୍ତାରେ ଯୁବ ପ୍ରତିଭା ରଞ୍ଜିତା

ନିଃସ୍ୱାର୍ଥପର ସେବା ଓ ସମାଜର ଦଳିତ,ମହିଳା ଓ ଆର୍ଥିକ ଅନଗ୍ରସର ବ୍ୟକ୍ତିଙ୍କୁ ସାହଯ୍ୟର ହାତବଢାଇ ମୁଖ୍ୟ ସ୍ରୋତରେ ସାମିଲ କରିବାର ଚିନ୍ତାଧାରା ଖୁବ ଅନନ୍ୟ ଉଦାହରଣ।କିନ୍ତୁ ଏହି ଉଦାହରଣକୁ ବାସ୍ତବ ଚିତ୍ର ଦେଇଛନ୍ତି ସମ୍ବଲପୁରର ଝିଅ ରଞ୍ଜିତା ପ୍ରିୟଦର୍ଶିନୀ।

ଛାତ୍ର ବୟସରୁ ସେବା ମନୋବୃତ୍ତି ଓ ସମାଜରେ ସୁରକ୍ଷା ବ୍ୟବସ୍ଥାରେ ପରିବର୍ତ୍ତନର ଲକ୍ଷ୍ୟ-
 
ସ୍କୁଲ ସମୟରୁ ନିଜ ଜେଜେଙ୍କ ସେବା କାର୍ଯ୍ୟରେ ଅନୁପ୍ରାଣିତ ହୋଇ ରଞ୍ଜିତା ସମାଜ ସେବାକୁ ନିଜ ବ୍ରତ କରିଦେଇଥିଲେ।ତାଙ୍କ ଜେଜେ ଆନ୍ନା ହଜାରେ ଓ ଏସ.ଏନ.ସୁବା ରାଓଙ୍କ ନେତୃତ୍ୱରେ ସେବା କାର୍ଯ୍ୟ କରୁଥିଲେ।ରଞ୍ଜିତା ନିଜ ମାଆଙ୍କ ଦ୍ଵାରା ଅନୁପ୍ରାଣିତ ହୋଇ ବାଳବିକାଶ ଯାଉଥିଲେ।ସେଠାରେ ଦିଆଯାଉଥିବା ବେଦ,ଗୀତା ଶ୍ଳୋକର ପ୍ରଭାଵ ତାଙ୍କ ଉପରେ ପଡିଥିଲା।
ପରବର୍ତ୍ତୀ ସମୟରେ ରଞ୍ଜିତା ନିଜର ଇଂଜିନିୟରିଂ ଶିକ୍ଷା ସମାପ୍ତି ପରେ ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ଓକିଲାତି ଡିଗ୍ରୀ ହାସଲ କରିଛନ୍ତି।ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ପଢ଼ୁଥିବା ସମୟରେ ନୋବେଲ ପୁରସ୍କାର ବିଜେତା କୈଳାସ ସତ୍ୟାର୍ଥୀଙ୍କୁ ଭୁବନେଶ୍ୱରର ଉତ୍କଳ ବିଶ୍ଵବିଦ୍ୟାଳୟରେ ସାକ୍ଷାତ୍ କରିବାର ସୁଯୋଗ ମିଳିଥିଲା ଏହା ସହ ସେ ତାଙ୍କୁ ସମ୍ବଲପୁର ମଧ୍ୟ ନେଇଥିଲ ଏବଂ ନିଜ ଜିଲ୍ଲାର ସମସ୍ତ ସମସ୍ୟା ବିଷୟରେ ତାଙ୍କ ସହିତ ଆଲୋଚନା କରିଥିଲେ।

ପରିବାରର ସମାଜସେବା କ୍ଷେତ୍ରରେ ଯୋଗଦାନର ବିରୋଧ ସତ୍ତ୍ୱେ ରଞ୍ଜିତା କେବେ ପଛଘୁଞ୍ଚା ଦେଇନାହାନ୍ତି।ବର୍ତମାନ Child development ଓ Gender equality ରେ କାର୍ଯ୍ୟ କରୁଥିବା ରଞ୍ଜିତା ନିଜର କଲେଜ ଛୁଟି ରେ ଘରକୁ ଆସିଥିବା ସମୟରେ ୩ ଜଣ ଝିଅ ଯିଏକି ମା ଛେଉଣ୍ଡ,ତାଙ୍କ ବାପା ଜେଲରେ ରୁହନ୍ତି ତାଙ୍କୁ ରଞ୍ଜିତା CCI ରେ ଭର୍ତ୍ତି କରି ଏକ ନୂଆ ଜୀବନ ଦେଇଥିଲେ।କେବଳ ସେତିକି ନୁହେଁ ଶିଶୁ ଶ୍ରମିକ, ଶିଶୁ ନିର୍ଯ୍ୟାତନା ଉପରେ ନିଜର ସେବା କାର୍ଯ୍ୟ ଜାରି ରଖିଛନ୍ତି।ଜିଲ୍ଲପାଳଙ୍କ ତାଗିଦ ସତ୍ୱେ ମଧ୍ୟ ଏକ ଗ୍ରାମରରେ ନିଜ କୁଶଳୀ ଦକ୍ଷତା ବଳରେ ବିଦ୍ୟୁତ୍ ପ୍ରବାହ ଆରମ୍ଭ  କରିଥିଲେ।ବରଗଡ଼ ଓ ନୂଆପଡାର ଦୁଇଟି ଗ୍ରାମକୁ ସେ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରିଛନ୍ତି।କରୋନା ମହାମାରୀ ସମୟରେ ମଧ୍ୟ ୬୦୦୦ ପ୍ରବାସୀ ଶ୍ରମିକଙ୍କୁ ଦିଲ୍ଲୀ,ମୁମ୍ବାଇରୁ ଆଣିଥିବା ସହ ଓଡ଼ିଶାର ପ୍ରଥମ ଦିବ୍ୟାଙ୍ଗ OAS ସନ୍ୟାସୀ ବେହେରାଙ୍କ ସମ୍ପୂର୍ଣ୍ଣ ଟ୍ରେନିଂରେ ସାହଯ୍ୟ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ରଞ୍ଜିତା।ବୁର୍ଲା Blind school ଓ kvର ପାଚେରୀ ଅବ୍ୟବସ୍ଥାକୁ ନେଇ ଏକ ଡ଼କ୍ୟୁମେଣ୍ଟାରୀ ବନେଇ ଥିବା ବେଳେ ଛୋଟ ନିର୍ଭୟା ବଲାଙ୍ଗୀର ମାମଲାରେ ନିଶୁକ୍ଲ ଭାବେ ତାଙ୍କୁ ସାହାଯ୍ୟ ସହଯୋଗ କରିଥିଲେ ରଞ୍ଜିତା।କେବଳ ସେତିକି ନୁହେଁ ୨୦୧୭ରେ ସେ ସମ୍ବଲପୁରରେ ମୁସଲିମ୍ ଶ୍ରମିକ ମାନଙ୍କୁ ନିଶାସକ୍ତ ଅଭ୍ୟାସରୁ ମୁକୁଳେଇବକୁ ପ୍ରୟାସ କରୁଥିବାବେଳେ କିଛି ସେହି ସମ୍ପ୍ରଦାୟର ପିଲା ତାଙ୍କୁ ଅଖାରେ ଘୋଡେଇ ଦେଇଥିଲେ।ଏହା ସହ ଗାଡ଼ି ଓଲଟି ଯିବାଭଳି ବହୁ ବାଧାର ସମ୍ମୁଖୀନ ହୋଇଛନ୍ତି।ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଅଧ୍ୟୟନ ସମୟରେ ଏକ ଝିଅ ୧୭ ବର୍ଷ ପରେ ତା'ର ସନ୍ଧାନ ମିଳିବା ଭଳି ଏକ କାହାଣୀ "Worst form of child labour" ଲେଖିଥିଲେ।
ମହିଳାମାନଙ୍କ ସୁରକ୍ଷା ଓ ଓଡ଼ିଶା ପୋଲିସ ବ୍ୟବସ୍ଥାରେ ପୁନଃଗଠନ ସହିତ ଏହାର ସଂଖ୍ୟା ବଢାଇବା ଉଦେଶ୍ୟରେ ରଞ୍ଜିତା ୨୦୧୯ ରେ ପିଟିସନ୍ କରିଥିଲେ। ତାଙ୍କ ପିଟିସନ୍ ରେ ସେ ଏହା ବର୍ଣ୍ଣନା କରିଛନ୍ତି ଯେ,NCBR  ରିପୋର୍ଟରେ କ୍ରାଇମରେ ଓଡ଼ିଶା ୭ମରେ ଅଛି।ତେଣୁ ପୋଲିସ ବିଭାଗରେ ବୃଦ୍ଧି ଓ ସ୍ବଛତା ଆସିବା ଦରକାର। ପୋଲିସ ଚାକିରୀରେ ମହିଳାମାନଙ୍କ ସୁରକ୍ଷା ନିତ୍ୟାନ୍ତ ଆବଶ୍ୟକ।୨୦୧୧ ଜନଗଣନା ଅନୁଯାୟୀ ଓଡ଼ିଶାରେ ମହିଳାଙ୍କ ସଂଖ୍ୟା ୪୯.୬% ଥିବାବେଳେ ମହିଳାଙ୍କ ସୁରକ୍ଷା ଦୃଷ୍ଟିରୁ ୫୦ ଭାଗ ସଂରକ୍ଷଣ ରହିବା ସହିତ ତୃତୀୟ ଲିଙ୍ଗୀଙ୍କୁ ମଧ୍ୟ ପେଟ୍ରୋଲିଂ ଭଳି ଦାୟିତ୍ୱ ଦେବା ଆବଶ୍ୟକ,ଯାହା ଦ୍ୱାରା ସେମାନେ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହେବେ।ଏହା ସହିତ ଓଡ଼ିଶାରେ ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରୁ ପୋଲିସ ପଦବୀ ସୃଷ୍ଟି କରିବା,ମହିଳା ପଦବୀ ପୋଲିସରେବୃଦ୍ଧି,ପୋଲିସ ମାନଙ୍କ ସମସ୍ୟାକୁ ଦୁରୀଭୂତ କରିବା ସହ ପୋଲିସ ଷ୍ଟେସନରେ ମହିଳାଙ୍କ ଶୌଚାଳୟର ବ୍ୟବସ୍ଥା ଉପରେ ଗୁରୁତ୍ୱ ଦେଇଛନ୍ତି।ଏହା ସହ ଟ୍ୱିଟରରେ ମଧ୍ୟ ନିଜ ଯୁକ୍ତି ଦ୍ୱାରା ମଧ୍ୟ ବିଭିନ୍ନ ବିଶିଷ୍ଟ ବ୍ୟକ୍ତିଙ୍କ ସହଯୋଗ ମଧ୍ୟ ପାଇଛନ୍ତି।
ରଞ୍ଜିତା ବହୁତ ସମ୍ମାନରେ ମଧ୍ୟ ସମ୍ନାନିତ ହୋଇଛନ୍ତି ବାଙ୍ଗାଲୋରରେ "change hero award"ପାଇଥିବାବେଳେ ଚଳିତ ବର୍ଷ ଅନ୍ତର୍ଜାତୀୟ ସ୍ତରରେ ଭାରତ ତରଫରୁ ପ୍ରତିନିଧିତ୍ୱର ସୁଯୋଗ ମଧ୍ୟ ପାଇଛନ୍ତି।

ରଞ୍ଜିତା ସବୁବେଳେ ସମାଜସେବା କ୍ଷେତ୍ରରେ ଥିବା ବ୍ୟକ୍ତିଙ୍କ ପ୍ରତ୍ୟକ୍ଷ ସଂସ୍ପର୍ଶରେ ଆସି ସେମାନଙ୍କ ଆଦର୍ଶରେ ଅନୁପ୍ରାଣିତ ହେବା ତାଙ୍କର ମୁଖ୍ୟ ନୀତି।ତେଣୁ ସେ Child labour ଉପରେ ପ୍ରବନ୍ଧ ଲେଖୁଥିବା ସମୟରେ ସେ ଦିଲ୍ଲୀ ଯାଇଥିଲେ।ସେହି ସମୟରେ ସେ କୈଳାସ ସତ୍ୟାର୍ଥୀଙ୍କ ସହ ଭେଟ ହେବାର ସୌଭାଗ୍ୟ ମିଳିଥିଲା।ଏହା ସହ ଆନ୍ନା ହଜାରେଙ୍କ Smart village ଦେଖିବାର ସୁଯୋଗ ମିଳିଥିଲା।ଏହା ସହ ସେ ILO, UNICEF, ଅନ୍ତର୍ଜାତୀୟ ସ୍ତରର ବିଭିନ୍ନ ବ୍ୟକ୍ତିଙ୍କ ସହ ମିଶିବାର ସୁଯୋଗ ମଧ୍ୟ ପାଇଛନ୍ତି।

ରଞ୍ଜିତାଙ୍କ ମୁହଁରୁ ପଦେ-

ରାଜନୀତିରେ ଇଚ୍ଛା ରଖୁନଥିବା ରଞ୍ଜିତା ସମାଜରେ ନ୍ୟାୟ ଓ ସୁରକ୍ଷା ବ୍ୟବସ୍ଥା ସୁଦୃଢ କରିବା ତାଙ୍କ ଉଦେଶ୍ୟ।ଜଣେ କ୍ରିମିନାଲ ଆଡ୍ଭୋକେଟ୍ ହିସାବରେ ନିର୍ଦୋଷକୁ ନ୍ୟାୟ ଦେବା ତାଙ୍କର ମୁଖ୍ୟ ଲକ୍ଷ୍ୟ।

By : Debi Prasad rath

Leave a Reply

Your email address will not be published. Required fields are marked *