ଅର୍କ୍ଷିତ ସମୟ : ଡ. ଅଭୟ ନାରାୟଣ ନାୟକ

ଅର୍କ୍ଷିତ ସମୟ

ଯଦିବା ଏକାଠି ହେଉଛି
ନିଜସ୍ୱ ଭଗ୍ନାଂଶର ପ୍ରତ୍ୟୟ
ତଥାପି କେହିଜଣେ ଭାଂଗୁଛି
ଧର୍ମ , ଜାତି , ବର୍ଣ୍ଣ ଓ
ଅଞ୍ଚଳର ପରିଧିରେ
ଭଂଗାକାଚକୁ ଟୁକୁଡ଼ା ଟୁକୁଡ଼ା କରି
ନିଜକୁ ମାପୁଛି ମଣିଷ
ଘୃଣା ଓ ଅହଂକାରର ତରାଜୁରେ |

କେଉଁଠି ଦୁଷ୍କର୍ମର ଉତ୍ପୀଡ଼ନରେ
ଆତ୍ମା ହୋଇଯାଉଛି କୋହମହ
ଶବ୍ଦର ବିନ୍ୟାସରେ ରୋକି ହେଉନି
ଉତ୍ପୀଡ଼ନର ଭୟ ।
ଏବେ ରୋଗଗ୍ରସ୍ତ ସବୁ ସମୟ
ନିଜଠୁ ନିଜକୁ ପ୍ରତିଦ୍ବନ୍ଦୀ କରି
ଦଣ୍ଡାୟମାନ କରାଇଲେବି ଆସୁନାହିଁ
ଅସମୟରେ ସୁସମୟ
ପାପଗ୍ରସ୍ତ ଛାଇମାନଙ୍କୁ
ଦୁଃଖର ଅଭିସଂପାତକୁ
ଘୃଣାର ବିଷମୟତାକୁ
ଲକ୍ଷେ ଉପେକ୍ଷା କରି
ଏବେ ସବୁ ଶବ୍ଦମାନଙ୍କୁ ପ୍ରେମ ଯାଚୁଛୁ
ଆସିବ ବୋଲି ଆଗାମୀ କାଲିର
ସ୍ୱର୍ଣ୍ଣାଭ ହୀରକବର୍ଣ୍ଣା ସକାଳ।

ଡ. ଅଭୟ ନାରାୟଣ ନାୟକ

Facebook Comments

Leave a Reply

Your email address will not be published. Required fields are marked *