ଲେଖା ମାଧ୍ୟମରେ ସମାଜରେ ଶିକ୍ଷଣୀୟ ଏବଂ ସଚେତନତାର ବାର୍ତ୍ତା ବାଣ୍ଟୁଥିବା ଯୁବ ବ୍ୟଙ୍ଗକାର ଦେବାଶିଷ ମହାପାତ୍ର

ଭୁବନେଶ୍ୱର : ପ୍ରତ୍ୟେକ କବି ଏବଂ କବିୟତ୍ରୀ ଆମ ସମାଜ ପାଇଁ ଦୀପ୍ତିମନ୍ତ ସୂର୍ଯ୍ୟ ଭଳି ଉଦୟମାନ କହିଲେ ଅତୁକ୍ତି ହେବ ନାହିଁ | କବିଟିଏ ସ୍ରଷ୍ଟାଟିଏ ତାଙ୍କର ଚେତନାର ଚୌହଦିରେ ଯାହା ଆତ୍ମ ପ୍ରକାଶ କରେ ବା ଯାହା ରୂପନିଏ ତାହା ଏକ ସାର୍ଥକ ସମାଜର କଲ୍ୟାଣ ମୂଳକ ସୃଷ୍ଟି। ସେହିଭଳି ଜଣେ ମହାନ ବ୍ୟଙ୍ଗତ୍ମାକ ସାହିତ୍ୟିର ସଫଳ ଉଦ୍ଗାତା ଯିଏକି ହାସ୍ୟ ରସ ମାଧ୍ୟମରେ ପାଠକଙ୍କୁ ହସାଇବା ସହିତ ସମାଜକୁ ଦେଇଥାନ୍ତି ଅନେକ ଯୁଗୋପ ଯୋଗୀ ବାର୍ତ୍ତା ସେ ହେଉଛନ୍ତି କବି ଦେବାଶିଷ ମହାପାତ୍ର।

ଚଳିତ ବର୍ଷ ଶ୍ରୀଯୁକ୍ତ ମହାପାତ୍ରଙ୍କ ଦେବାଶିଷୟ କବିତା ଗୁଚ୍ଛ ପୁସ୍ତକଟି ବେଶ ପାଠକୀୟ ଆଦୃତ୍ତି ଲାଭ କରିବା ସହିତ ଏଥେନି ପ୍ରକାଶନି ସଂସ୍ଥା ପକ୍ଷରୁ ପ୍ରକାଶିତ ହୋଇ କଳିଙ୍ଗ ପୁସ୍ତକ ମେଳାରେ ସମ୍ନାନ ଲାଭ କରିଛି। ଶ୍ରୀଯୁକ୍ତ ମହାପାତ୍ର ଙ୍କ କହିବା କଥା ସେ ଦୀର୍ଘ ପନ୍ଦର ବର୍ଷ ହେବ ସେ ସାହିତ୍ୟ ଉପରେ ସାଧନା କରିଆସୁଛନ୍ତି ଏବଂ ଏହି ସାଧନା ବା ସାହିତ୍ୟ ଆଡକୁ ଆକର୍ଷିତ ହେବା ପଛରେ କେହି ପ୍ରେରଣା ଯୋଗାଇ ନାହାନ୍ତି। ସମାଜରେ କବିତା ଠାରୁ ଲୋକେ ଦୁରେଇ ଯାଉଥିବା ଦେଖି ସେ ହୋଇଯାଇଥିଲେ ବ୍ୟସ୍ତ ବିବ୍ରତ ଆଉ କେଉଁଠି ପତ୍ର କି କବିତା ଦେଖିଲେ ସେ ଆଗ କବିତା ଟିକୁ ପାଠ କରୁଥିଲେ।
ତା ପରେ ଆରମ୍ଭ କରିଥିଲେ ନିଜେ କବିତା ଲେଖିବା।
ପ୍ରଥେମେ ଛୋଟ ଛୋଟ କବିତା ଲେଖିବା ଆରମ୍ଭ କରିଥିଲେ ଆଉ ସେହି ଛୋଟ ଛୋଟ କବିତା ମାଧ୍ୟମରେ ସମାଜକୁ ଦେଉଥିଲେ ଅନେକ ଶିକ୍ଷଣୀୟ ଏବଂ ସଚେତନ ବାର୍ତ୍ତା।
ଶ୍ରୀଯୁକ୍ତ ମହାପାତ୍ର ପ୍ରଥମେ ବ୍ୟଙ୍ଗ କବିତା ଲେଖିବା ଆରମ୍ଭ କରିନଥିଲେ, ତାଙ୍କ କହିବା କଥା କି ସେ ଯେଉଁ ସେ ଯେଉଁ ଛୋଟ ଛୋଟ କବିତା ଲେଖୁଥିଲେ ତାହା ପାଠକ ମାନଙ୍କୁ ବେଶ ଖୁସୀ ଦେଉଥିଲା ଆଉ ପାଠକ ସେହି କବିତା ମାଧ୍ୟମରେ ଖୁବ ହସୁଥିଲେ ଏବଂ ଯେଉଁଥି ପାଇଁ ଶ୍ରୀଯୁକ୍ତ ମହାପାତ୍ର ଙ୍କ କବିତା ପରବର୍ତ୍ତୀ ସମୟରେ ଏକ ବିଭାଗରେ ସ୍ୱୀକୃତି ପାଇଥିଲା ଏବଂ ଯାହାକୁ ନେଇ ବେଶ ଖୁସୀ ଥିବା କହିଥିଲେ ଶ୍ରୀଯୁକ୍ତ ମହାପାତ୍ର।

ଖାଲି କବିତା ନୁହେଁ ଶ୍ରୀଯୁକ୍ତ ମହାପାତ୍ରଙ୍କ ଙ୍କ ପୁସ୍ତକ ହେଉଛି “ଭାଷା ଓ ସାହିତ୍ୟ” “ଭାଷା ଓ ଭାବନା” ସେଇଭଳି କବିତା ମଧ୍ୟରେ ରହିଛି “ଦେବାଶିଷୟ ପୁସ୍ତକ” “ଦେବାଶିଷୟ ଗୁଚ୍ଛ” କେବଳ ଓଡ଼ିଆ ଭାଷା ସାହିତ୍ୟ ନୁହେଁ ଶ୍ରୀଯୁକ୍ତ ମହାପାତ୍ରଙ୍କର ଇଂରାଜୀ ଭାଷା ସାହିତ୍ୟରେ ମଧ୍ୟ ବିଶେଷ ଦକ୍ଷତା ରହିଅଛି । ତାଙ୍କର ଏକ ଇଂରାଜୀ ବ୍ୟାକରଣ ପୁସ୍ତକ ନିକଟରେ ପ୍ରକାଶିତ ହେବାକୁ ଯାଉଛି ଯାହାର ନା ହେଉଛି “Difficult Concern Trent by American English speaker learning odia”

ତେବେ ଶ୍ରୀଯୁକ୍ତ ମହାପାତ୍ରଙ୍କ ଠୁ ଆମେ ଜାଣିବାକୁ ଚାହିଁଥିଲୁ ବର୍ତ୍ତମାନ ସମୟର ଲେଖକ ଲେଖିକାଙ୍କ ମଧ୍ୟରେ କାହା ଲେଖା ଶ୍ରୀଯୁକ୍ତ ମହାପାତ୍ର ଙ୍କୁ ଅଧିକ ଭଲଲାଗେ,ଶ୍ରୀଯୁକ୍ତ ମହାପାତ୍ର କହିଥିଲେ ବର୍ତ୍ତମାନ ସମୟରେ ଅନେକ ଲେଖକ ଲେଖିକା ଅଛନ୍ତି ଯାହାଙ୍କ ଲେଖା ଶ୍ରୀଯୁକ୍ତ ମହାପାତ୍ର ଙ୍କୁ ଖୁବ ଭଲ ଲାଗେ ସେମାନଙ୍କ ମଧ୍ୟରେ ମନୋଜ ଦାସ,ଅର୍ଚ୍ଚନା ନାୟକ,ପ୍ରବୀର ମହାନ୍ତି ଙ୍କ ଲେଖା ଖୁବ ଭଲଲାଗୁଥିବା ବେଳେ ଶ୍ରୀଯୁକ୍ତ ମନୋଜ ଦାସଙ୍କୁ ଆଦର୍ଶ ବୋଲି ଭାବନ୍ତି।
ତେବେ ଶ୍ରୀଯୁକ୍ତ ମହାପାତ୍ର କେବଳ ଜଣେ ସଫଳ ଲେଖକ ତାହା ନୁହେଁ ବରଂ ସେ ଜଣେ ସଫଳ ଅଧ୍ୟାପକ ମଧ୍ୟ ବିଦେଶରେ ରହି ଶିକ୍ଷାଦାନ କରୁଥିବା ବେଳେ ସେ ଓଡ଼ିଶାକୁ ଫେରିଆସି ମଧ୍ୟ ଶିକ୍ଷାଦାନ ବଜାୟି ରଖିଛନ୍ତି,ଶ୍ରୀଯୁକ୍ତ ମହାପାତ୍ର ବୃତ୍ତିଗତ ଜୀବନରେ ଜଣେ ଭଲ ଅଧ୍ୟାପକ ସହିତ ପରିବାରରେ ଜଣେ ଭଲ ପତି ଜଣେ ଭଲ ବାପା ମଧ୍ୟ,ଶ୍ରୀଯୁକ୍ତ ମହାପାତ୍ରଙ୍କ ପରିବାର କହିଲେ ଦୁଇ ଝିଅ ସେ ଆଉ ତାଙ୍କ ଧର୍ମ ପତ୍ନୀଙ୍କୁ ବୁଝାଏ ଛୋଟ ଆଉ ହସ ଖୁସିର ପରିବାର ଟିଏ ଶ୍ରୀଯୁକ୍ତ ମହାପାତ୍ରଙ୍କର।ପରିବାରର ଉତ୍ସାହରେ ସେ ଆଗକୁ ଆଗକୁ କବିତା ଏବଂ ପୁସ୍ତକ ଲେଖିଚାଲିଛନ୍ତି କେବେ ପଛକୁ ଫେରି ଚାହିଁ ନାହାନ୍ତି। ଶ୍ରୀଯୁକ୍ତ ପାତ୍ର କୁହନ୍ତି ଯେ ସେ କେବେ ହେଲେ ପୁରସ୍କାର ପାଇଁ କବିତା ଲେଖନ୍ତି ନାହିଁ ବରଂ ସେ ସବୁବେଳେ ଚେଷ୍ଟିତ ଥାନ୍ତି ତାଙ୍କ କବିତା ଲୋକଙ୍କ ପାଖରେ ପହଞ୍ଚୁ ଏବଂ ତାଙ୍କ କବିତା ଦ୍ୱାରା ସମାଜ ପରିବର୍ତ୍ତନ ହେଉ ଆଉ ତାଙ୍କ ଲେଖାକୁ ସମସ୍ତେ ପସନ୍ଦ କରନ୍ତୁ ଏହାହିଁ ହେବ ଶ୍ରୀଯୁକ୍ତ ମହାପାତ୍ରଙ୍କର ଶ୍ରେଷ୍ଟ ପୁରସ୍କାର।
ହେଲେ ଶ୍ରୀଯୁକ୍ତ ମହାପାତ୍ର ତାଙ୍କ ଜୀବନରେ ଅନେକ ପୁରସ୍କାର ମଧ୍ୟ ଲାଭ କରିଛନ୍ତି, ତାହାରି ମଧ୍ୟରେ ରହିଛି କଳିଙ୍ଗ ପୁସ୍ତକ ମେଳା ସଂମାନ, ଶିଳାଶ୍ରୀ, ଭୁବନେଶ୍ୱର ପୁସ୍ତକ ମେଳା ସଂମାନ ଏମିତି ଅନେକ କିଛି।

Edit by : Pratikshya Priyadarshini Samal

Facebook Comments

Leave a Reply

Your email address will not be published. Required fields are marked *