ଦର୍ପଣ : ଡକ୍ଟର ଅଭୟ ନାରାୟଣ ନାୟକ

ଦର୍ପଣ

ହସେ ନା, କାନ୍ଦେ ନା
ଅଥଚ, ଲୁହ ଲୁହ ଲୁହ
ଚକ୍ଷୁରୁ ନିସୃତ ଲୁହର ଶବ୍ଦ
ଓଠରୁ କ୍ଷରିତ ରକ୍ତର ଭାବ
କଣ୍ଠରୁ ନିସୃତ ଵିଭଙ୍ଗ ଧ୍ୱନି
ବାରମ୍ବାର ପରାଜିତ ହେବାର ରକ୍ତିମ ଗ୍ଲାନି
ତିରସ୍କୃତ ହେବାର କାତର ଯନ୍ତ୍ରଣା ଓ ଶ୍ଲେଷ
ଉପେକ୍ଷୀତ ହେବାର ଲୋହିତ ଦୁଃଖ
ହସ ହୋଇ ଫିଟିପଡ଼େ କ୍ଷତାକ୍ତ ଓଠରୁ |

ନିଭୃତରେ ଲୁହକୁ ଆଶ୍ଳେଷେ
ନିଆରା ମନର ଆବେଗରେ
ସଯତ୍ନ ସାଇତିଥିବା ହସକୁ
ମନଗ୍ନ ହୋଇ ବିକ୍ଷେପଣ କରେ
ସାରା ସ୍ବର୍ଗର ଭୁଲଗ୍ନ ଅଣୁରେଣୁକୁ
ମାଟିମଗ୍ନ ଧ୍ୟାନସ୍ଥ ମଣିଷର
ପାପୁଲିର ଭାଗ୍ୟକୁ
କାରଣ, ଚିରକାଳ କବିଟିଏ ଥାଏ
ବଂଚିତର ମହାର୍ଘ ଜାତକର ଚଉକାଠରେ
କବିତାର ଝଙ୍କୃତ ଦୁର୍ଲଭ ସ୍ଵନର ତରଙ୍ଗରେ
ବଂଚିତ ମଣିଷର ସ୍ବର୍ଣ୍ଣାଭ ସ୍ବପ୍ନରେ, ଲୁହରେ
ଏକାନ୍ତପଣର ଶବ୍ଦ ମୟ ପ୍ରାଣର ସ୍ପନ୍ଦନରେ ||

ଡକ୍ଟର ଅଭୟ ନାରାୟଣ ନାୟକ

Facebook Comments

Leave a Reply

Your email address will not be published. Required fields are marked *