ଜୀବନର ଜଉମୁଦ ଯାତନାରୁ ପ୍ରେମ ପରଶର ଶବ୍ଦପୁଞ୍ଜକୁ ଲେଖନୀରେ ଦିଅନ୍ତି ଜୀବନ୍ୟାସ : ଡ଼ଃ .ଅସୀମା ସାହୁ

ଭୁବନେଶ୍ୱର/ବାରିପଦା : ମାଙ୍କ ଠାରୁ ଦୂରରେ ରହି ଖୁବ କମ ବୟସରୁ ଆରମ୍ଭ କରିଥିଲେ ନିଜ ଲେଖନୀର ଯାତ୍ରା, ଯେଉଁ ଲେଖା ମଧ୍ୟରେ ରହିଥିଲା ମାଙ୍କ ଠୁ ଦୂରରେ ରହିବାର ଯନ୍ତ୍ରଣା, ମାନ ଅଭିମାନ ଏବଂ ନୀତିଦୀନ ଜୀବନରେ ଘଟୁଥିବା କିଛି ସୁଖଦ ଘଟଣା ଏବଂ ଦୁଃଖଦ କାହାଣୀ । ଆଉ ପରବର୍ତ୍ତୀ ସମୟରେ ସେହି ଲେଖା ହିଁ ଦେଇଥିଲା ତାଙ୍କୁ ଏକ ସ୍ୱତନ୍ତ୍ର ପରିଚୟ। ଯାହାଙ୍କ ଲେଖା ପାଠକଙ୍କ ମନକୁ ଛୁଇଁଯାଏ, ଯାହାକୁ ପାଠ କରି ପାଠକ ପାଇଥାଏ ଅସୀମ ଆନନ୍ଦ ଆଉ ଯାହାଙ୍କ ଲେଖା ଜନ ସମାଜ ପାଇଁ ଏକ ପଥ ପଦର୍ଶକ ଓ ନୂତନ ଦିଗଦର୍ଶନ ଦେଇଥାଏ ସେ ହେଉଛନ୍ତି କବିୟତ୍ରୀ ଡ଼ ଅସୀମା ସାହୁ। ସେ କେବଳ ଜଣେ ଲେଖିକା ନୁହନ୍ତି ବରଂ ସେ ଜଣେ ଭଲ ଅଧ୍ୟକ୍ଷା ମଧ୍ୟ, ଡ଼ ଶ୍ରୀମତୀ ସାହୁ ତାଙ୍କ ଜୀବନରେ ଅନେକ ଛାତ୍ର ଛାତ୍ରୀଙ୍କ ଗଢିତୋଳିବା ସହିତ ସଦାସର୍ବଦା ସମାଜର ମଙ୍ଗଳରେ ରହିଛି ତାଙ୍କର ଗୁରୁତ୍ୱପୂର୍ଣ୍ଣ ଭୂମିକା।
ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ସମୟରେ ଭଲ ପାଠ ପଢିବା ପାଇଁ ତାଙ୍କ ବାପାଙ୍କ ସହ ବାହାରିଥିଲେ ବାବାଙ୍କ ଚାକିରୀ ସ୍ଥାନକୁ,ବାପାଙ୍କ ପାଖରେ ରହି ପାଠ ପଢ଼ୁଥିବା ସମୟରେ ବାପା ତାଙ୍କ ପାଠ ପଢାକୁ କୁ ନେଇ ଗାଳି କଲେ ଡ଼ ଶ୍ରୀମତୀ ସାହୁ ଦୁଃଖରେ ମାଙ୍କ ପାଖକୁ କବିତା ମାଧ୍ୟମରେ ନିଜ ମନର କଥା ଜଣାଉଥିଲେ ।
ସେହି ମାଙ୍କ ଉଦ୍ଦେଶ୍ୟରେ ଲେଖନୀ ମୁନରୁ ଝରି ପଡୁଥିଲା କେତୋଟି ଆବେଗମୟ ଭରା ଶବ୍ଦ ପୁଞ୍ଜ, ଯାହା ସମୟ ସ୍ରୋତରେ ଏକ ବିରାଟ ସାହିତ୍ୟର ସମ୍ଭାର ନେଇ ଆତ୍ମ ପ୍ରକାଶ କଲା ଜନ ସମାଜ ନିକଟରେ। ଏବଂ ସେହି ଲେଖନୀ ମୁନରୁ ଝଙ୍କୃତ ହେଉଥିଲା ଅନେକ କାବ୍ୟକବିତା।

ଡ଼ ଶ୍ରୀମତୀ ସାହୁ ଓଡ଼ିଆ ଆଧୁନିକ ସାହିତ୍ୟରେ ଏକ ଚର୍ଚ୍ଚିତ ନାମ।
ଇତିମଧ୍ୟରେ ତାଙ୍କ ଲେଖନୀ ମୁନରୁ ଉଦଭାସିତ ୪ ଟି କବିତା ପୁସ୍ତକ ପ୍ରକାଶିତ ହୋଇଛି ସାରିଛି- ପ୍ରିୟତମା ଶୀତଦିନ ଖରା, ରାଣ ଯେ, ଇସାରାରେ ଡାକେ କିଏ ଦିଗବଳୟରେ ସେପାରିରୁ ଏବଂ ଏହି କ୍ରାନ୍ତିକାରୀ କବିୟତ୍ରୀଙ୍କ ଆଉ କେତୋଟି ହିନ୍ଦୀ ଓ ଇଂରାଜୀ କବିତା ସଙ୍କଳନ ପ୍ରକାଶ ଅପେକ୍ଷାରେ । ଖାଲି ଏତିକି ନୁହେଁ ଡ଼ ଶ୍ରୀମତୀ ସାହୁ ଜଣେ ଆଗ ଧାଡ଼ିର ସ୍ତମ୍ଭକାର ଏବଂ ଏତଦବ୍ୟତୀତ ଯୁଗ୍ମ ଜଙ୍ଗଲ ସୁରକ୍ଷା ସମ୍ବର୍ଦ୍ଧିତ ଗବେଷଣାତ୍ମକ ନିବଦ୍ଧ ଗୁଡିକ ବିଭନ୍ନ ଆନ୍ତର୍ଜାତିକ ଜୋର୍ଣ୍ଣାଲରେ ପ୍ରକାଶିତ ଓ ପ୍ରଶଂସିତ ହୋଇଛି। ଏବଂ ତା ସହିତ ଡ଼ ଶ୍ରୀମତୀ ସାହୁ ସମାଜ,ଧରିତ୍ରୀ ପ୍ରଗତିବାଦୀ ଆଦି ବିଭିନ୍ନ ସମ୍ବାଦପତ୍ରରେ ଓ ପ୍ରାୟତଃ ପତ୍ରିକାରେ ନିୟମିତ ଡ଼ ଶ୍ରୀମତୀ ସାହୁଙ୍କ ଲେଖା ଗୁଡିଗ ପ୍ରକାଶିତ ହେଉଛି।

ପଙ୍କରୁ ପଦ୍ମ ଫୁଟିବା ଭଳି ତାଙ୍କ ପରିବାରରେ କେହି ସୃଜନଶୀଳ ଲେଖକ ନଥିଲେ ମଧ୍ୟ ପିତା ମାତାଙ୍କର ଉତ୍ସାହ ଏବଂ ଆଶ୍ରିବାଦ ଯୋଗୁ ତାଙ୍କ ଲେଖନୀମୁନ ହୋଇଥିଲା ଚଳଚଞ୍ଚଳ,ଏବଂ ସମାଜର ତଥା ପ୍ରକୃତିର ବିଭିନ୍ନ ଘଟଣା ତାଙ୍କ ମନ ରାଜ୍ୟରେ ଉଙ୍କିମାରି ସ୍ୱତସ୍ପୃତ ଭାବରେ ଆପଣା ଛାଏଁ ଲେଖିହୋଇ ଯାଉଥିଲା । ସମସାମୟିକ ଓଡ଼ିଆ କବିତାର ତାରୁଣ୍ୟର ସ୍ୱର ତାଙ୍କୁ ବିମୋହିତ କରେ ଏବଂ ଆତ୍ମହରା କରିଥାଏ ତା ସହିତ ସାହିତ୍ୟ ଟିଏ ରଚନା କରିବା ପାଇଁ ପ୍ରୋତ୍ସାହନ ଦିଏ ମଧ୍ୟ।

ଚଳିତବର୍ଷର ସାହିତ୍ୟକୁ ନେଇ ନୋବେଲ ପ୍ରାଇଜି ପାଇଥିବା ଲୁଇସଗ୍ଲୁକ ତଥା ମାୟା ଆଙ୍କୁଲ ଙ୍କ କବିତା ବିଶେଷ ଭାବରେ ଡ଼ ଶ୍ରୀମତୀ ସାହୁ ଙ୍କୁ ପ୍ରଭାବିତ କରିଥିଲା । ଡ଼ ଶ୍ରୀମତୀ ସାହୁ ଭଲପାଆନ୍ତି ପ୍ରକୃତି କୈନ୍ଦ୍ରିକ ଓ ପ୍ରେମକୁ ଉପଜିବ୍ୟ କରି କବିତା ରଚନା କରିବା ପାଇଁ ଏବଂ ଭଲପାଆନ୍ତି ଅର୍ଥନୈତିକ ଆଲେଖ୍ୟ ରଚନା କରିବା ପାଇଁ । ପୁରସ୍କାର ପଛରେ ଧାଉଁ ନଥିବା ଏହି ଲେଖିକାଙ୍କ ମତରେ ପାଠକୀୟ ଆଦୃତି ହିଁ ତାଙ୍କ ପାଇଁ ଶ୍ରେଷ୍ଠ ସମ୍ମାନ ବୋଲି ସେ କହିଛନ୍ତି । ମନରେ କୌଣସି ସମ୍ବର୍ଦ୍ଧିତ ହେବାର ବାସନା ନାହିଁ କି ହତତ୍ସାହିତ ହୋଇ ଅଟକି ଯିବାର ପ୍ରବଣତା ହିଁ ନାହିଁ, ଲେଖୁଛନ୍ତି ଲେଖୁଥିବେ ଯେତେଦିନ ଯାଏଁ ଏ ପ୍ରକୃତି ରହିଛି ଓ ରହିଥିବ ବନ ଝରଣା ପାହାଡ଼ ଗିରିକନ୍ଦର ତଥା ଗୋଧୂଳିର ଲଗ୍ନ ସ୍ନାୟତରେ ସୁନ୍ଦର ମୁହୂର୍ତ୍ତ । ତଥାପି ଡ଼ ଶ୍ରୀମତୀ ସାହୁ ଅନେକ ପୁରସ୍କାର ର ମଧ୍ୟ ଅଧିକାରୀ ସେହି ପୁରସ୍କାର ମଧ୍ୟରେ ରହିଛି- ସାହିତ୍ୟ ଦର୍ପଣ ସମ୍ମାନ, ପୂଜ୍ୟ ପୂଜା ସମ୍ମାନ ଏମିତି ଅନେକ ପୁରସ୍କାର।

ଡ଼ ଶ୍ରୀମତୀ ସାହୁ ଆଶା ରଖନ୍ତି ଓଡ଼ିଆ ଭାଷା ସାହିତ୍ୟ କିଭଳି ଉନ୍ନତିରୁ ଉନ୍ନତତର ହେବ ପଠନ କିଭଳି ବିସ୍ତାରିତ ହେବ ପାଠକ ମାନଙ୍କ ସଂଖ୍ୟା ବଢିବ ତଥା ଓଡ଼ିଆ ଭାଷାକୁ ନେଇ ଯେଉଁ କେତେକ ମୁଷ୍ଟିମେୟଙ୍କ ମଧ୍ୟରେ ହୀନମାନ୍ୟତା ଦୂର କରିବାରେ ଡ଼ ଶ୍ରୀମତୀ ସାହୁ ଅଧିକ ଯତ୍ନଶୀଳ ହେବେ।

By : Pratikshya Samal

Facebook Comments

Leave a Reply

Your email address will not be published. Required fields are marked *