ଅର୍ଥନୀତିରୁ ସାହିତ୍ୟ ସହ ଜୀବନରୁ ଜଗତ ଓତଃପ୍ରତ ଭାବେ ଜଡିତ : କବୟିତ୍ରୀ ଡ଼ଃ ଅସୀମା ସାହୁ

ବାରିପଦା : “ତୁଳସୀ ଦୁଇ ପତ୍ରରୁ ବାସେ” | ବାସ୍ତବରେ ଉକ୍ତିକୁ ପ୍ରତିପାଦନ କରିବାକୁ ଯାଇ ଖୁବ୍ ବାଲ୍ୟକାଳରୁ ଲେଖା ପ୍ରତି ଆକୃଷ୍ଟ ହେବା ହେଉ କିମ୍ବା ତୃତୀୟ ଶ୍ରେଣୀରେ ପଢ଼ୁଥିବା ସମୟରେ ମାଆଙ୍କୁ ଚିଠି ମାଧ୍ୟମରେ କବିତା ରଚନା କରିବା ହେଉ ନିଜର ପ୍ରତିଭାର ପରିଚୟ ଦେଇଥିଲେ ସେ । ଏପରି ଜଣେ ବ୍ୟକ୍ତିତ୍ୱ ହେଉଛନ୍ତି ଡ଼.ଅସୀମା ସାହୁ । ପେସାରେ ଜଣେ ଶିକ୍ଷାବିତ୍ ଓ ନିଶାରେ ଲେଖିକା । ଶ୍ରୀମତୀ ସାହୁ ବର୍ତ୍ତମାନ ବାରିପଦା ସହରରେ ରହୁଥିବା ବେଳେ ଶ୍ରୀରାମଚନ୍ଦ୍ରଭଞ୍ଜ ଡିଗ୍ରୀ ମହାବିଦ୍ୟାଳୟର ଅଧ୍ୟକ୍ଷା ଅଛନ୍ତି । ଶ୍ରୀମତୀ ସାହୁ ତୃତୀୟ ଶ୍ରେଣୀରୁ ନିଜର ଲେଖକୀୟ ଜୀବନ ଆରମ୍ଭ କରିଥିବା ବେଳେ ନିଜର ପିତାଙ୍କ ବଦଳି ଚାକିରି ଯୋଗୁ ମାଆଙ୍କ ଠାରୁ ଦୂରରେ ରହୁଥିଲେ । ବାପାଙ୍କ ଠାରୁ କେବେ ଗାଳିଟିଏ ଶୁଣିଲେ ଲେଖିଦିଅନ୍ତି ଚିଠିଟିଏ ।
କବିତାର ଅନ୍ତସ୍ୱରରେ ଥାଏ, ମାଆଙ୍କ ଠୁ ଦୂରରେ ରହିବାର ଯନ୍ତ୍ରଣା, କିଛି ଅଭିମାନ ଓ ସ୍କୁଲର କିଛି ଖଟା ମିଠା ସ୍ମୃତି । ପରିବାରରେ କିଏଭି ଲେଖକ ନଥାଇ ମଧ୍ୟ ନିଜର ପିତା ମାତାଙ୍କ
ଆଶୀର୍ବାଦ ଓ ପ୍ରୋତ୍ସାହନରେ ସେ ଆଗକୁ ଅଗ୍ରାସିତା ।

କବିତା ଓ ସଂକଳନ-

ପ୍ରେମ ଓ ପ୍ରକୃତି ଉପରେ କବିତା ଲେଖିବାକୁ ପସନ୍ଦ କରନ୍ତି ଅସୀମା । ଏହା ସହିତ ଆଲେଖ୍ୟ କରନ୍ତି ଅର୍ଥନୀତିକୁ । ସମସାମୟିକ ଲେଖକମାନଙ୍କ ଲେଖା ବିମୋହିତ କରେ ଅସୀମାଙ୍କୁ।ଚଳିତ ବର୍ଷ ସାହିତ୍ୟରେ ନୋବେଲ୍ ପାଇଥିବା ଲୁଇସ୍ ଚାକ୍ ତଥା ମାୟା ଆଂଗୁଲୁଙ୍କ କବିତା ତାଙ୍କୁ ବିଶେଷ ପ୍ରଭାବିତ କରିଥିଲା । ଅସୀମାଙ୍କ ପ୍ରଥମ କବିତା ପ୍ରିୟତମ ଶୀତଦିନ ଖରା ସୁଚାରିତାରେ ପ୍ରକାଶ ପାଇଥିଲା।ବର୍ତ୍ତମାନ ସମାଜ,ସମ୍ବାଦ,ଧରିତ୍ରୀ ଓ ପ୍ରଗତିବାଦୀ ଆଦି ପତ୍ରିକାରେ ନିୟମିତ ପ୍ରକାଶ ପାଉଅଛି।ସମ୍ପାଦକୀୟ ପ୍ରୁଷ୍ଠରେରେ ସ୍ତମ୍ବ ଲେଖୁଥିବା ବେଳେ ହିନ୍ଦୀ ଓ ଇଂରାଜୀରେ ଅନୁବାଦ କବିତା ମଧ୍ୟ ଲେଖିଛନ୍ତି “ରାଣ ଯେ”ର ହିନ୍ଦୀ ଅନୁବାଦ ଓ ୪ଟି କବିତା ସଙ୍କଳନ ଅପେକ୍ଷାରେ ।

ପ୍ରକାଶିତ ୪ଟି ପୁସ୍ତକ ଓ ସନ୍ଦର୍ଭ-
ପ୍ରିୟତମ ଶୀତଦିନ ଖରା,ରାଣ ଯେ,ଇଷାରରେ ଡାକେ ଯେ କିଏ ଦିଗବଳୟରୁ,ଖିତୀଯ୍ କେ ଉସ୍ ପାର୍(ଅନୁବାଦିକା ସମାଜସେବୀ ନମ୍ରତା ଚଢା) । ଏଥି ସହିତ ଅନ୍ତର୍ଜାତୀୟ ସନ୍ଦର୍ଭ ପୃଷ୍ଠାରେ ଯୁଗ୍ମ ଜଙ୍ଗଲ ପରିଚାଳନା ଓ ଜଙ୍ଗଲ ସୁରକ୍ଷା ସମ୍ବଧିତ ନିବନ୍ଧ ଗୁଡ଼ିକ ପ୍ରକାଶ ପାଉଛି ଓ ପ୍ରଶଂସିତ ହେଉଛି।ୟୁଜିସିରୁ ଆର୍ଥିକ ସୁବିଧା ପାଇ ଶିମିଳିପାଳ ଆଭ୍ୟନ୍ତରୀଣ ଅଞ୍ଚଳରୁ ମାନବ ବିସ୍ଥାପନ ଓ ଜଙ୍ଗଲ ସୁରକ୍ଷା ସମ୍ବନ୍ଧୀୟ ପ୍ରକଳ୍ପ ପାଇ ଉଚ୍ଚତର ଗବେଷଣା କରୁଛି।

ପୁରସ୍କାର-ପୂଜ୍ୟପୂଜ୍ୟ ସମ୍ମାନ,ସାହିତ୍ୟ ଦର୍ପଣ ସମ୍ମାନ, କଳିଙ୍ଗ ପୁସ୍ତକ ମେଳା ୨୦୨୦ ସମ୍ମାନ,ରୟାଲ୍ ମିଡ଼ିଆ ହାଉସ୍ ସମ୍ମାନ,ଚନ୍ଦ୍ରକାନ୍ତି ସ୍ମୃତି ସମ୍ମାନ,ସାମ୍ବାଦିକ ସଂଘ ଜାତୀୟ ସମ୍ମାନ,ଗଞ୍ଜାମର କବିତା ଘର ଲିଟେରାରୀ ଟ୍ରଷ୍ଟ ୨୦୨୦ ସମ୍ମାନ।

ଆଗକୁ ଓଡ଼ିଆ ଭାଷାକୁ ସଶକ୍ତ,ପଠନଶୀଳତା ବିସ୍ତାରିତ ଓ ଓଡ଼ିଆ ଭାଷାକୁ ନେଇ ମୁଷ୍ଟିମେୟଙ୍କ ମଧ୍ୟରେ ଯେଉଁ ହୀନମନ୍ୟତାକୁ ଦୂର କରିବାକୁ ଚେଷ୍ଟା କରିବେ ଶ୍ରୀମତୀ ଅସୀମା ସାହୁ।

By : Debiprasad Rath

Facebook Comments

Leave a Reply

Your email address will not be published. Required fields are marked *