ଲେଖନୀରେ ଥାଏ ଶିଶୁସାହିତ୍ୟ ଓ ବୈଜ୍ଞାନିକ ସତ୍ୟତା : ଡ଼.ଜ୍ୟୋତିର୍ମୟୀ ମହାନ୍ତି

ପ୍ରତିଭା କେବେବି ଅଛୁପା ରହେନା | ବାସ୍ ଟିକେ ପ୍ରେରଣା ଓ ସୁଯୋଗର ଆବଶ୍ୟକତା ଦରକାର | ପିତାଙ୍କ ଲେଖାକୀୟ ଜୀବନରୁ ଅନୁପ୍ରାଣିତ ହୋଇ ନିଜର କୁନି ହାତରେ କଲମ ଧରିଥିଲେ ଡ଼. ଜ୍ୟୋତିର୍ମୟୀ ମହାନ୍ତି | ନିଜର ବିଦ୍ୟାଳୟରେ ଅଧ୍ୟୟନ ସମୟରୁ ହିଁ ଜ୍ୟୋତିର୍ମୟୀ ମଗାଜିନ୍ ଓ ପତ୍ରିକାରେ ଲେଖୁଥିଲେ |

ବିଜ୍ଞାନ ଛାତ୍ରୀ କିନ୍ତୁ ମନ ଶିଶୁ ସାହିତ୍ୟରେ-

ଡ଼.ଜ୍ୟୋତିର୍ମୟୀ ମହାନ୍ତି ଶୈଳଵାଳା ମହାବିଦ୍ୟାଳୟରେ ବିଜ୍ଞାନରେ ସ୍ନାତକ କରୁଥିବା ସମୟରେ ବିଶିଷ୍ଟ ଶିକ୍ଷାବିତ୍ ଡ଼. ଗୋକୁଳାନନ୍ଦ ମହାପାତ୍ରଙ୍କ ଲେଖକୀୟ ପ୍ରଣାଳୀ ତାଙ୍କୁ ମନ୍ତ୍ରମୁଗ୍ଧ କରିଥିଲା | ସେ ସମୟରେ “ଡଗର” ନାମକ ପତ୍ରିକାରେ ନିଜର ପ୍ରଥମ ଲେଖା ଦେଖି ଡ଼.ଜ୍ୟୋତିର୍ମୟୀ ବେଶ୍ ଆନନ୍ଦ ଅନୁଭବ କରିଥିଲେ | ସେ ସମୟରେ ଫତୁରାନନ୍ଦ ଜ୍ୟୋତିର୍ମୟୀଙ୍କ ଲେଖା ଦେଖି ଆଶୀର୍ବାଦ ପ୍ରଦାନ କରିଥିଲେ | ଏହାସହିତ ମୀନାବଜାର, ସଂସାର ଭଳି ପତ୍ରିକାରେ ମଧ୍ୟ ତାଙ୍କର ଶିଶୁ କବିତା ପ୍ରକାଶ ପାଇଛି |

ଶିଶୁ ସାହିତ୍ୟ ରେ ବିଜ୍ଞାନର ପ୍ରାଧାନ୍ୟ-

ଡ଼.ଜ୍ୟୋତିର୍ମୟୀ ମହାନ୍ତି ପେସାରେ ଜଣେ ଵିଜ୍ଞାନ ଶିକ୍ଷୟିତ୍ରୀ | ତେଣୁ ଶିଶୁ ମାନଙ୍କ ମନସ୍ତତ୍ୱ ଓ ବିଜ୍ଞାନ ପ୍ରତି ଥିବା ଭୟକୁ ଦୁରେଇବାକୁ ଯାଇ “ଜହ୍ନ ମାମୁର ଚିଠି'”ମଧ୍ୟ ଲେଖିଛନ୍ତି | ଏହା ସହିତ ଧରିତ୍ରୀ, ସମାଜ, ପ୍ରମେୟର ଶିଶୁ ବିଭାଗରେ ବିଜ୍ଞାନ କବିତା ତାଙ୍କର ବର୍ତ୍ତମାନ ମଧ୍ୟ ପ୍ରକାଶ ପାଉଅଛି | କାଦମ୍ବିନୀରେ ମଧ୍ୟ ତାଙ୍କ କୃତି ପ୍ରକାଶ ପାଇଛି |
ନିଜର ସାହିତ୍ୟ ସାଧନା କ୍ଷେତ୍ରରେ ବିଭିନ୍ନ ସମ୍ମାନନୀୟ ପୁରସ୍କାର ଲାଭ କରିଛନ୍ତି ଡ଼. ଜ୍ୟୋତିର୍ମୟୀ ମହାନ୍ତି-
ଜାତୀୟ ବିଜ୍ଞାନ ପୁରସ୍କାର(ବିଜ୍ଞାନ ଓ ପ୍ରଯୁକ୍ତି ବିଦ୍ୟା)୨୦୧୭
ଓଡିଶା ସାହିତ୍ୟ ଏକାଡେମୀ(ବିଜ୍ଞାନ ହିଁ କହେ କାହାଣୀ)
ଓଡିଶା ବିଜ୍ଞାନ ଏକାଡେମୀ,IISER
କଳିଙ୍ଗ ପୁସ୍ତକ ମେଳା (କବିତା କହେ ବିଜ୍ଞାନ କଥା)
ବିଜ୍ଞାନ ପ୍ରଚାର ସମିତି
ଉତ୍କଳ ସାହିତ୍ୟ ସମାଜ ଇତ୍ୟାଦି |
ବର୍ତ୍ତମାନର ସାହିତ୍ୟ ଜଗତକୁ ଆସୁଥିବା ଯୁବପିଢ଼ି ମାନଙ୍କୁ ଏହି ଉପଦେଶ ଓ ଆଶୀର୍ବାଦ ଦେଇଛନ୍ତି ଯେ- “ବର୍ତ୍ତମାନ ପଠନ ବିମୁଖ ସମାଜ | ତେଣୁ ନିଜର ଲେଖାରେ ମୌଳିକତା ଓ ନିଆରାପଣ ନିତ୍ୟାନ୍ତ ଆବଶ୍ୟକ | କାରଣ ବିଜ୍ଞାନ ମତରେ ନୂତନ ଚିନ୍ତାଧାରା ଦ୍ବାରା ମସ୍ତିଷ୍କ ସ୍ନାୟୁ ଚଳଚଂଚଳ ହୁଏ | “

ଡ଼.ଜ୍ୟୋତିର୍ମୟୀ ମହାନ୍ତି ପାଠକଙ୍କୁ ନିଜର ୨ୟ ଈଶ୍ୱର ବୋଲି କହିଛନ୍ତି | ପାଠକଙ୍କ ସ୍ବୀକୃତି ଓ ଗୋଟିଏ ପ୍ରସଂଶା ତାଙ୍କପାଇଁ ଆଶୀର୍ବାଦ ବୋଲି କହିଛନ୍ତି |

By : DebiPrasad Rath

Facebook Comments

Leave a Reply

Your email address will not be published. Required fields are marked *