ଜନଜାତି ମାନଙ୍କ ଜୀବନଧାରା ଉପରେ ଅନନ୍ୟ ଅନୁଧ୍ୟାନ ‘ଦୃଷ୍ଟି’ କୁ କରିଛି ସ୍ୱତନ୍ତ୍ର : ପ୍ରାବନ୍ଧିକ ଡ଼ଃ ଅଭୟ ନାରାୟଣ ନାୟକ

ଭୁବନେଶ୍ୱର : ପିତାଙ୍କର ସେହି ପଦଟିଏ କଥା “ପୁଅ, ଯେତେ ଯାହା ହେଉ ପଛେ ଲେଖା କେବେ ଛାଡ଼ିବୁ ନାହିଁ,” | ବାସ ତା ପରେ ଆଉ ପଛକୁ ଫେରି ଚାହିଁନାହାନ୍ତି ସେ | ଲେଖନୀ ଚାଲିଛି ତାଙ୍କର ଅବିରାମ ଗତିରେ | ଗୋଟିଏ ଭଲ ବହି ମଣିଷକୁ ମଣିଷ କରିଦିଏ,ଆଉ ଖରାପ ବହି ମଣିଷକୁ ନଷ୍ଟ” ଏହି ଉକ୍ତିକୁ ସାରା ଜୀବନ ପାଥେୟ କରି ଆଗେଇଚାଲିଛନ୍ତି | ନିଜର ଲେଖାରେ ନୃତତ୍ୱବିଜ୍ଞାନ ଓ ସେହି ନୃତତ୍ୱରେ ଆଦିବାସୀ ଜୀବନଶୈଳୀ,ଚିନ୍ତାଧାରା,ପରମ୍ପରାକୁ ଖୁବ୍ ସୁନ୍ଦର ଭାବେ ଲେଖନୀର ମୁନରେ ଲେଖନ୍ତି ଡକ୍ଟର.ଅଭୟ ନାରାୟଣ ନାୟକ।୧୯୭୩ ମସିହାରେ ସୁବର୍ଣ୍ଣପୁରର ନାୟକପଡ଼ାରେ ଜନ୍ମିତ ଡକ୍ଟର.ଅଭୟ।ପିଲାଟି ବେଳୁ ନିଜର ପିତା ଓ ଭାଇଙ୍କଠୁ ପ୍ରେରଣା ପାଇଛନ୍ତି ଡକ୍ଟର ଅଭୟ।ତାଙ୍କ ପିତା ମହାରାଜା ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ ସମୟରେ ସ୍ୱର୍ଣ୍ଣରେଣୁ ପତ୍ରିକାରେ ଲେଖୁଥିଲେ।ଡକ୍ଟର ଅଭୟଙ୍କ ପିତା ଶିକ୍ଷକତା କରୁଥିଲେ ଏବଂ ତାଙ୍କ ବଡ଼ଭାଇ ଜଣେ ସାହିତ୍ୟନୁରାଗୀ ଥିଲେ।ସମ୍ବଲପୁର ବିଶ୍ୱବିଦ୍ୟାଳୟରୁ ପ୍ରଥମଶ୍ରେଣୀରେ ପ୍ରଥମ ସ୍ଥାନ ଅଧିକାର କରି ସାମାଜିକ ନୃତତ୍ୱରେ ସ୍ନାତକୋତ୍ତର ଓ ଏମ୍ଫିଲ୍ ଡିଗ୍ରୀ ହାସଲ କରିଛନ୍ତି।୨୦୦୧ରେ ଭେଷଜ ନୃତତ୍ୱରେ ଡକ୍ଟରେଟ ଡ଼ିଗ୍ରୀ ହାସଲ କରିବା ସହ ତାଙ୍କର ବିଭିନ୍ନ ନିବନ୍ଧ ଜାତୀୟ ଓ ଅନ୍ତର୍ଜାତୀୟ ସନ୍ଦର୍ଭରେ ମଧ୍ୟ ପ୍ରକାଶ ପାଇଛି।ଛାତ୍ରାବସ୍ଥାରୁ ବକ୍ତବ୍ୟ, ପ୍ରବନ୍ଧରେ ରୁଚି ଓ ରାଜ୍ୟସ୍ତରୀୟ ଏବଂ ସମ୍ବଲପୁର ବିଶ୍ୱବିଦ୍ୟାଳୟ କୁଳପତି ବକୃତା ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଛନ୍ତି ଡକ୍ଟର ଅଭୟ।ବର୍ତ୍ତମାନ ଭାରତ ସରକାରଙ୍କ ଗୃହ ବିଭାଗ ଅଧୀନ ଜନଗଣନା ନିର୍ଦେଶାଳୟ ଓଡ଼ିଶାରେ ସହକାରୀ ନିର୍ଦେଶକ ଭାବେ କାର୍ଯ୍ୟରତ ଡକ୍ଟର ଅଭୟ ନାରାୟଣ ନାୟକ।

“ଦୃଷ୍ଟି”-ଜନଜାତି ଜୀବନର ଦର୍ଶନ

ଏହା ନୃତାତ୍ଵିକ ପ୍ରବନ୍ଧ ସଂକଳନ ୨୦୧୯ରେ ଏହା ପ୍ରକାଶିତ।ଏହି ପୁସ୍ତକରେ ଜନଜାତି ବର୍ଗର ସ୍ୱାସ୍ଥ୍ୟ, ଶିକ୍ଷା,ସଚେତନତା, ପ୍ରତିବନ୍ଧକ,ବିସ୍ଥାପିତ,ଅର୍ଥନୀତି ଭଳି ବିଭିନ୍ନ ଦିଗ ଉପରେ ଆଲୋକପାତ କରିଛନ୍ତି ପ୍ରାବନ୍ଧିକ । ଏଥିରେ ମାନବ ଜାତିର ଵିଵର୍ତନ ତଥା ପୁରାତନ ଜନଜାତି ଅଧ୍ୟୟନକୁ ଓଡ଼ିଆ ଭାଷାର ଲେଖାଯାଇଛି। ଓଡ଼ିଶାର ଆଭ୍ୟନ୍ତରୀଣ ଅଞ୍ଚଳରେ ପ୍ରାଚିନ କାଳରୁ ବସବାସ କରିଆସୁଥିବା ଆଦିମ ଜନଜାତିଙ୍କ ପାରମ୍ପରିକ ଜୀବନଶୈଳୀ ଓ ସାମାଜିକ ସ୍ଥିତି ୱାପରେ ପର୍ଯ୍ୟବେସିତ ଏହି ପୁସ୍ତକ | ସାମାଜିକ ନୃତତ୍ୱ ଉପରେ ଅନ୍ୟ ଭାଷାରେ ପୁସ୍ତକ ପ୍ରକାଶ ପାଉଛି ମାତ୍ର ଓଡ଼ିଆ ଭାଷାରେ ଖୁବ୍ ସ୍ୱଳ୍ପ।ଗବେଷଣା ପତ୍ର ଇତ୍ୟାଦି ଓଡ଼ିଆରେ ପ୍ରକାଶ ପାଉନାହିଁ ଯଦ୍ୱାରା ନୃତତ୍ୱ ଓ ଜନଜାତି ଜୀବନଚର୍ଯ୍ୟା ସମ୍ବନ୍ଧରେ ଲୋକମାନେ ଜାଣିପାରୁନାହାନ୍ତି। ସେହି ସବୁ ଦିଗକୁ ଏହି ପ୍ରବନ୍ଧରେ ଲେଖକ ଅତି ସୁନ୍ଦର ଭାବରେ ଉଦାହରଣ ସହକାରେ ଉପସ୍ଥାପିତ କରିଛନ୍ତି | ଦୃଷ୍ଟି ପୂର୍ବରୁ ଡକ୍ଟର.ଅଭୟ ନାରାୟଣ ନାୟକଙ୍କ ଅନ୍ୟ ଏକ ପୁସ୍ତକ “ବିକଳ୍ପ ବିଚାର” ମଧ୍ୟ ପ୍ରକାଶ ପାଇଛି ୧୯୯୪ରେ।”ଆଧୁନିକ ଭାରତରେ ଜାତିପ୍ରଥାର ପରିବର୍ତ୍ତନ”ମୁଖ୍ୟ ପ୍ରସଙ୍ଗ ଥିଲା;ବିକଳ୍ପ ବିଚାର”ରେ।

ଲେଖାରେ ଥାଏ ଜନଜାତି ସମସ୍ୟା ଓ ଜନଜୀବନର ପ୍ରସଙ୍ଗ-

ଡକ୍ଟର.ଅଭୟ ନାରାୟଣ ନାୟକ ନିଜର ଲେଖା ମାଧ୍ୟମରେ ଆଦିବାସୀ ସମସ୍ୟା,ଖାଦ୍ୟଭାଵ,ବିସ୍ଥାପିତ ଭଳି ସମସ୍ୟା ଉପରେ ଅଧିକ ଦୃଷ୍ଟି ଦିଅନ୍ତି।ତାଙ୍କ ମତରେ ଦେଶ ସ୍ଵାଧୀନ ହେବାର ବହୁବର୍ଷ ପରେ ଆଜି ଯୋଜନାମାନ ଆଦିବାସୀ ଜନଜାତି ମାନଙ୍କ ପାଇଁ ପ୍ରସ୍ତୁତ ହେଉଛି,ତାହା ବହୁ ଆଗରୁ ହୋଇପାରିଥାଆନ୍ତା।ଏହା ସହ ସେମାନଙ୍କ ନିଜତ୍ବ କଳା,କର୍ମ ଓ ଅନ୍ୟାନ୍ୟ ଜୀବନଶୈଳୀକୁ ଯଦି ମୁଖ୍ୟସ୍ରୋତରେ ଅଣାଯାଇପାରିବ,ତାହାଲେ ଜନଜାତିଙ୍କ ପାଇଁ ଏହା ମଙ୍ଗଳମୟ ହେବ।ଏକ ଉଦାହରଣ ଦେଇଛନ୍ତି,ବଣ୍ଡାଘାଟର ବିକାଶ ପାଇଁ କମଳା ଚାଷର ପ୍ରସ୍ତାବ ଦିଆଗଲା ଏବଂ ୨୦୧୦ରେ ମିଲେଟ୍ ମିଶନ କାର୍ଯ୍ୟକାରୀ ହେଲା,ଯାହା ବହୁ ଆଗରୁ ହୋଇ ପାରିଥାଆନ୍ତା।ସେ ସମୟରେ ଜନଜାତିଙ୍କ ମୁଖ୍ୟ ଉତ୍ପାଦ ମାଣ୍ଡିଆ,ବାଜରା,କାନ୍ଦୁଲକୁ ବଜାରକରଣ କରାଯାଇ ଜନଜାତିଙ୍କ ଆର୍ଥିକ ସ୍ଥିତିକୁ ମଜଭୁତ୍ କରାଯାଇପାରିଥାନ୍ତା।ଯଦିଓ ବର୍ତ୍ତମାନର ଆଦିବାସୀ ମେଳାରେ ଏହା ସମ୍ଭବ ହୋଇପାରିଛି।ଏହା ସହିତ ନୃତତ୍ୱବିତ୍ ମାନେ ଜନଜାତିଙ୍କ ନୀତି ପ୍ରଣୟନ ସମୟରେ ବିଭିନ୍ନ ଦିଗ ପ୍ରତି ଧ୍ୟାନ ଦେବାକୁ କହିଛନ୍ତି ଡକ୍ଟର.ଅଭୟ।କଳାହାଣ୍ଡିରେ କାର୍ଯ୍ୟରତ ସମୟରେ ଡକ୍ଟର.ଅଭୟ ଏକ ସ୍ମୃତିକୁ ଜାହିର କରିଛନ୍ତି ଯେ,ଜନଜାତିମାନେ ଅଣ୍ଟି(ଛେଳି) ଗୋତ୍ର ସେ ସେହି ଛେଳିର ମାଂସକୁ ସବୁବେଳେ ଖାଆନ୍ତି ନାହିଁ କିମ୍ବା ବିକ୍ରି କରିବାକୁ ମଧ୍ୟ କୁଣ୍ଠା ବୋଧ କରନ୍ତି । ହେଲେ ସେଠି ଲୋକମାନଙ୍କୁ ଛେଳି ଚାଷ ପାଇଁ ସରକାରୀ ସ୍ତରରେ ପ୍ରବର୍ତ୍ତା ଯାଉଛି, ପ୍ରୋତ୍ସାହନ ଦିଆଯାଉଛି | ହେଲେ ଫଳ ସମ୍ପୂର୍ଣ୍ଣ ନିରାଶଜନକ | ତେଣୁ ସେହି ସ୍ଥାନ ମାନଙ୍କରେ ବିକାଶର ନକ୍ସା ପ୍ରସ୍ତୁତ କଲା ବେଳେ ପ୍ରଶାସନ କୁ ଏସବୁ ଦିଗ ପ୍ରତି ଧ୍ୟାନ ଦେବା ଦରକାର | ତେଣୁ ଏହିଭଳି ବିଭିନ୍ନ ଜନଜାତିଙ୍କ ସମସ୍ୟା,ଜୀବନଶୈଳୀ ଯାହା ଅଛୁପା ଲୋକଙ୍କ ପାଖେ,ଯାହାର ପ୍ରଚାରପ୍ରସାର ତଥା ଏହି ସମ୍ପର୍କିତ ଓଡ଼ିଆ ଲେଖା ଓ ଏହା ସହ ବିଭିନ୍ନ ପ୍ରବେଶିକା ପରୀକ୍ଷାରେ ନୃତତ୍ୱ ବିଜ୍ଞାନକୁ ସାମିଲ କରିବା ସହ ୯୦ରୁ ଉର୍ଦ୍ଧ୍ବ ଅନୁସୂଚିତ ଜାତି ଓ ମଂକଡ଼ିଆ ଜାତି ଭଳି ବିଭିନ୍ନ ବିଷୟକୁ ଓଡ଼ିଶା GK ବା ସାଧାରଣ ଜ୍ଞାନରେ ରହିବା ନିତ୍ୟାନ୍ତ ଆବଶ୍ୟକ,କହିଛନ୍ତି ଡକ୍ଟର.ଅଭୟ।

ପ୍ରେରଣା, ପୁରସ୍କାର ଓ ପ୍ରକାଶନ-

ଡକ୍ଟର.ଅଭୟ ନିଜର ସମସାମୟିକ ବରିଷ୍ଠଲେଖକ ଯଥା ଡ଼. ସୀତାକାନ୍ତ ମହାପାତ୍ର,ନିର୍ମଳ କୁମାର ବୋଷ୍,ପ୍ରଫେସର ଲକ୍ଷ୍ମଣ କୁମାର ମହାପାତ୍ରଙ୍କ ଲେଖା ତାଙ୍କୁ ପ୍ରେରଣା ପ୍ରଦାନ କରେ।
କଳିଙ୍ଗ ପୁସ୍ତକ ମେଳା ସମ୍ମାନ-୨୦୧୫ଓ୨୦୨୦
ରାଜଧାନୀ ପୁସ୍ତକ ମେଳା ସାରସ୍ୱତ ସମ୍ମାନ।
ଏଥିସହିତ ଡକ୍ଟର.ଅଭୟଙ୍କ ଦ୍ଵାରା ୪ଗୋଟି କବିତା ସଂକଳନ(ଏକାନ୍ତ ଆର୍ତ୍ତି,ବିଭଙ୍ଗ ନୀରବତା ଇତ୍ୟାଦି)ଗୋଟିଏ ଲେଖାଏଁ ପ୍ରବନ୍ଧ ସଂକଳନ,ଗଳ୍ପ ସଂକଳନ(ଭିନ୍ନ ପ୍ରତ୍ୟୟ) ଓ ୨ଟି ଇଂରାଜୀ ପୁସ୍ତକ ପ୍ରକାଶ ପାଇଛି।
ଏହାସହ ବର୍ତ୍ତମାନ ସମାଜରେ ପାଠକଙ୍କ ସଂଖ୍ୟା ହ୍ରାସ ଓ ସାହିତ୍ୟ ସହିତ ମୌଳିକ ଓ ଉଚ୍ଚକୋଟିର ଲେଖା ଉପରେ ଗୁରୁତ୍ୱ ଦେଇଛନ୍ତି ଡକ୍ଟର.ଅଭୟ।ଡକ୍ଟର.ଅଭୟଙ୍କ ମତରେ ଚିନ୍ତା,ମନନ,ଗଭୀର ଅନୁଶୀଳନର ସୃଷ୍ଟି ପ୍ରବନ୍ଧ।ମାତ୍ର ବର୍ତ୍ତମାନର କିଛି ଲେଖା ପ୍ରକାଶ ପାଉଛି ଯାହା ନିମ୍ନମାନର ଏହା ସାହିତ୍ୟ ପାଇଁ ବିପ୍ପଜନକ।ପ୍ରବନ୍ଧ ପଢିବା ପାଇଁ ସମୟ ଓ ଲେଖିବା ପାଇଁ ଚିନ୍ତନ ଓ ବିଷ୍ଲେଶଣ ଆବଶ୍ୟକ।

Facebook Comments

Leave a Reply

Your email address will not be published. Required fields are marked *