ସାହିତ୍ୟ ଓ ଆଧ୍ୟାତ୍ମିକତା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ : ବିଜୟଲକ୍ଷ୍ମୀ

ଶ୍ରୀ ଜଗନ୍ନାଥଙ୍କ କ୍ଷେତ୍ରରେ ତାଙ୍କ ଜନ୍ମ ଓ ସେବାୟତ ପରିବାରର ଜଣେ ସୁଯୋଗ୍ୟା ପ୍ରତିଭାବାନ୍ କନ୍ୟା।ଏହା ସହିତ ଓଡ଼ିଶାର କୋଣ ଅନୁକୋଣରେ ନିଜର ଭକ୍ତି ଓ ଆଧ୍ୟାତ୍ମିକ ଲେଖା ପାଇଁ ସେ ପରିଚିତା,ସେ ହେଉଛନ୍ତି ବିଶିଷ୍ଟ ସାହିତ୍ୟିକା ଶ୍ରୀମତୀ ବିଜୟଲକ୍ଷ୍ମୀ ସାହୁ।
◆ବାପାଙ୍କ ଜଗନ୍ନାଥ ଭକ୍ତିରୁ ଅନୁପ୍ରାଣିତ ହୋଇ ଆରମ୍ଭ ହୁଏ ଲେଖନୀର ଯାତ୍ରା-
ଶ୍ରୀମତୀ ବିଜୟଲକ୍ଷ୍ମୀଙ୍କ ଜନ୍ମ ଶ୍ରୀକ୍ଷେତ୍ର ପୁରୀରେ।ତାଙ୍କ ପିତାଙ୍କ ଜଗନ୍ନାଥଙ୍କ ପ୍ରତି ଥିବା ଭକ୍ତି,ଜଣାଣ,ଓ ଭଜନରୁ ଅନୁପ୍ରାଣିତ ହୋଇ
ଖୁବ୍ ବାଲ୍ୟାବସ୍ଥାରୁ ଲେଖା ଆରମ୍ଭ କଲେ ଶ୍ରୀମତୀ ସାହୁ।ବିଦ୍ୟାଳୟ ଓ ସାମନ୍ତ ଚନ୍ଦ୍ରଶେଖର ସ୍ବୟଂଶାସିତ ମହାବିଦ୍ୟାଳୟ ରେ ପଢ଼ୁଥିବା ସମୟରେ “ଅଭିନନ୍ଦନ”ନାମକ ମାଗାଜିନ୍ ରେ ନିଜର ଗଳ୍ପ ପ୍ରକାଶ ପାଇ ନିଜର ପ୍ରତିଭା ପ୍ରଦର୍ଶନ କରିଥିଲେ ଶ୍ରୀମତୀ ବିଜୟଲକ୍ଷ୍ମୀ।ଶ୍ରୀମତୀ ବିଜୟାଲକ୍ଷ୍ମୀ ମୁଖ୍ୟତଃ ଅଧ୍ୟାତ୍ମିକ ଉପରେ ପୁସ୍ତକ ଲେଖୁଥିବା ବେଳେ ଧରିତ୍ରୀ ପତ୍ରିକାରେ ନିଜର ପ୍ରଥମ ଲେଖା ଶିଶୁ ଲେଖା ବିଭାଗରେ ଏକ ଦେଶାତ୍ମକ ଲେଖା ପ୍ରକାଶ ପାଇଥିଲା।ନିଜର ଲେଖାର ସ୍ୱୀକୃତି ଓ ପ୍ରଥମ ପ୍ରସଂଶା ପାଇଥାନ୍ତି ବିଜୟଲକ୍ଷ୍ମୀ ତାଙ୍କ ସ୍ୱାମୀଙ୍କ ଠାରୁ।ବର୍ତ୍ତମାନ ପର୍ଯ୍ୟନ୍ତ ୭୦ରୁ ଉର୍ଦ୍ଧ୍ବ ସମ୍ବର୍ଦ୍ଧନା ଓଡ଼ିଶା ଓ ଦେଶରୁ ପାଇସାରିଥିବା ବେଳେ ୨୦ରୁ ଉର୍ଦ୍ଧ୍ଵ ପତ୍ରିକାରେ ମଧ୍ୟ ପ୍ରକାଶ ହୋଇସାରିଛି। ତନ୍ମଧ୍ୟରେ ଶ୍ରୀମନ୍ଦିର,ଅମୃତାୟନ ଅନ୍ୟତମ।ଏହା ସହିତ ଶ୍ରୀମତୀ ବିଜୟଲକ୍ଷ୍ମୀ ଓଡ଼ିଶା ଲେଖିକା ସଂସଦର ସଦସ୍ୟା ମଧ୍ୟ ଅଛନ୍ତି।ଏଥିସହିତ ଦିଲ୍ଲୀରୁ ଡକ୍ଟର ଆମ୍ବେଦକର୍ ଫିଲୋସୋପି ପୁରସ୍କାର ପାଇଥିବା ବେଳେ ନେପାଳରୁ ଜାତୀୟ ସଂହତି ପୁରସ୍କାର ଗ୍ରହଣ କରିଥିବା ସହିତ ରାଜ୍ୟସ୍ତରରେ କଳିଙ୍ଗ ପୁସ୍ତକ ମେଳା,ରାଜଧାନୀ ପୁସ୍ତକ ମେଳାରେ ମଧ୍ୟ ସମ୍ମାନିତ ହୋଇଛନ୍ତି।ଓଡ଼ିଶାର ପ୍ରମୁଖ ପତ୍ରିକା କାଦମ୍ବିନୀରେ ରୋଷେଇ ବିଭାଗରେ ଅନେକ ରଚନା କରିଥିବା ବେଳେ ବିଚିତ୍ରାବର୍ଣ୍ଣାଳି(ପୁସ୍ତକ),ଗୁଡୁଲ୍(କବିତା), ବିଜୟିନୀ(ଗଳ୍ପ),ଶ୍ରେଷ୍ଠ କ୍ଷେତ୍ର ଶ୍ରୀକ୍ଷେତ୍ର(ପ୍ରବନ୍ଧ) ଭଳି ଅନେକ ତାଙ୍କର କୃତୀ ରହିଛି।ଏହା ସହିତ ଯୁଗଶ୍ରୀ ଯୁଗନାରୀରେ ମଧ୍ୟ ତାଙ୍କ ଲେଖା ପ୍ରକାଶ ପାଇଅଛି।ଭବିଷ୍ୟତରେ ପିଲାମାନଙ୍କ ପାଇଁ ଆଧ୍ୟାତ୍ମିକ ଲେଖା ପ୍ରକାଶ କରିବା ତାଙ୍କର ଭବିଷ୍ୟତ ଯୋଜନା ରହିଛି।ଏକ ଲେଖାକୀୟ ଅନୁଭୂତି ବିଷୟରେ ନିଜର ଭାବ ବ୍ୟକ୍ତ କରିବାକୁ ଯାଇ ସେ କହିଛନ୍ତି ଯେ-ତାଙ୍କ ଦ୍ୱାରା ରଚିତ ଏକ ଆଧ୍ୟାତ୍ମିକ ଭଜନ, ଯାହାକୁ ତାଙ୍କ ମାମୁ ପୁରୀରେ ଚନ୍ଦନ ଯାତ୍ରା ସମୟରେ ପରିବେଷଣ କରିଥିଲେ।ଯାହାକୁ ଶୁଣି ଶ୍ରୀମତୀ ବିଜୟଲକ୍ଷ୍ମୀ ବେଶ୍ ଆନନ୍ଦ ଅନୁଭବ କରିଥିଲେ।”ଜୀବନସ୍ତବକ” ନାମକ ଏକ କବିତା ଯାହାକୁ ପାଠକ ପଢି ଖୁବ୍ ପ୍ରସଂଶା କରିଥିଲେ।
◆ବିଜୟଲକ୍ଷ୍ମୀଙ୍କ ମୁଖରୁ ପଦେ-
ସାହିତ୍ୟ ହେଉଛି ସମାଜର ଦିଗବାରେଣୀ ସାଦୃଶ୍ୟ।କାଳଜୟୀ ଉପନ୍ୟାସ ଓ ଲେଖକ ମାନଙ୍କ କୃତୀ ସମାଜ ପାଇଁ ଆଶୀର୍ବାଦ।ଏହା ସହିତ ଭବିଷ୍ୟତରେ ଆସୁଥିବା ଯୁବଲେଖକଙ୍କୁ ଏହା ପରାମର୍ଶ ଯେ,ଲେଖାରେ ଉତ୍ତମ ଶବ୍ଦ ସଂଯୋଜନା,ଶାଳୀନତା ଓ ମାର୍ଧୁଯ୍ୟ ରହିବା ନିତ୍ୟାନ୍ତ ଆବଶ୍ୟକ।

Report : Debi Prasad Rath

Facebook Comments

Leave a Reply

Your email address will not be published. Required fields are marked *