ଜୀବନ ଜୀବିକାର ଚାରିପାଖର ଘଟଣାବଳୀକୁ ଶବ୍ଦରେ ସଜାଇ ପାଠକଙ୍କୁ ଭେଟିଦେଉଥିବା ଜଣେ ଅନନ୍ୟ ଲେଖିକା ପୁଷ୍ପାଞ୍ଜଳୀ କର

ଭୁବନେଶ୍ୱର : ସେ ତାଙ୍କ ଲେଖନୀରେ ଦେଇଛନ୍ତି ଅନେକ ନିର୍ଜୀବ ବସ୍ତୁକୁ ଜୀବଦାନ । ଗଳ୍ପ ହେଉକି କବିତା ସେ ଲେଖିବାକୁ ଖୁବ ଭଲପାଇଥାନ୍ତି | ତାଙ୍କ ରଚିତ ପୁସ୍ତକ “ଚନ୍ଦନପେଡି” ଚଳିତବର୍ଷ କଳିଙ୍ଗ ପୁସ୍ତକ ମେଳା ସମ୍ମାନରେ ସମ୍ମାନିତ ହୋଇଛି | ପାଠକ ମଧ୍ୟ ବେଶ ପ୍ରଶଂସା କରିଛନ୍ତି ଚନ୍ଦନପେଡି ଗଳ୍ପକୁ ଆଉ ଏହି ପ୍ରଶଂସା ଏହି ସମ୍ମାନ ହିଁ ତାଙ୍କ ପାଇଁ ସୌଭାଗ୍ୟର କଥା ।
ଏହି ଚନ୍ଦନପେଡି ଗଳ୍ପଟି ତାଙ୍କ ନିଜ ଭାବାବେଗରୁ ଉଦ୍ଭାସିତ ହୋଇ ତାଙ୍କ ଲେଖନୀ ମୁନରେ ଝଙ୍କୃତ ହୋଇଥିଲା। ଚନ୍ଦନପେଡି ଟି ଜଡ଼ବସ୍ତୁ ହୋଇଥିଲେ ମଧ୍ୟ ଲେଖିକାଙ୍କ ଭାବାବେଗରେ ସତେଯେପରି ଏକ କ୍ରିୟାଶୀଳ ବସ୍ତୁ ପାଲଟିଯାଇଥିଲା । ଲେଖିକା ଶ୍ରୀମତୀ କର ସବୁଦିନ ଠାକୁର ପୂଜା କରିବା ସମୟରେ ଠାକୁରଙ୍କ ଫୋଟରେ ସିନ୍ଦୁର ଲଗାଇ ଦେଇ ସେଇ ହାତକୁ ପୋଛି ଦିଅନ୍ତି ଚନ୍ଦନପେଡିର ତଳେ ହେଲେ କିଛିଦିନ ପରେ ସେହି ଚନ୍ଦନପେଡି କୁ ଧୋଉଥିବା ସମୟରେ ଲେଖିକାଙ୍କୁ ଅନୁଭବ ହୋଇଥିଲା ସତେ ଯେପରି ତାଙ୍କ ହାତରୁ ଧାର ଧାର ରକ୍ତ ବୋହି ଯାଉଛି, ମାତ୍ର ତାହା ରକ୍ତ ନଥିଲା ତାହାଥିଲା ଠାକୁରପୂଜା ସମୟରେ ଚନ୍ଦନପେଡି ତଳେ ପୋଛି ଦେଉଥିବା ସିନ୍ଦୁର,କ୍ଷଣିକ ପାଇଁ ଲେଖିକାଙ୍କ ମନରେ ସୃଷ୍ଟି ହୋଇଥିଲା ଭାବାନ୍ତର ଆଉ ଲେଖି ହୋଇଯାଇଥିଲା ଚନ୍ଦନପେଡି। ଯାହାକୁ ପାଠକରି ପାଠକ ଅତ୍ୟନ୍ତ ପ୍ରସଂସା କରିଥିବାରୁ ଏବଂ ତାହା ଉଚ୍ଚ କୋଟିର ଗଳ୍ପ ହୋଇଥିବାରୁ କଳିଙ୍ଗ ସମ୍ମାନ ମେଳାରେ ସମ୍ମାନିତ ହୋଇଥିଲା।
ଲେଖିକା ଶ୍ରୀମତୀ କର ୨୦୧୦ ମସିହାରୁ ଗଳ୍ପ ଲେଖିବା ଆରମ୍ଭ କରିଥିଲେ | ଆଉ ସେବେଠୁ କେବେ ହେଲେ ଅଟକିନି ତାଙ୍କ କଲମର ମୁନ । ପ୍ରଥମେ ସେ କବିତା ଲେଖିବା ଆରମ୍ଭ କରିଥିଲେ ଆଉ ତାଙ୍କର ଚାରୋଟି କବିତା ପ୍ରକାଶିତ ମଧ୍ୟ ହୋଇଥିଲା ହେଲେ ତାଙ୍କ କହିବା କଥା ନିଜକୁ ସମ୍ପୁର୍ଣ୍ଣ ଜୀବନ୍ତ କରିବା ପାଇଁ କବିତାର କଳେବର ସୀମିତ ତେଣୁ ଲେଖିକା ଶ୍ରୀମତୀ କର ଗଳ୍ପ ଉପନ୍ୟାସ ରଚନାରେ ମନୋନିବେଶ କରିଥିଲେ।
ବର୍ତ୍ତମାନ ସୁଦ୍ଧା ତାଙ୍କର ୮ ଗୋଟି ପୁସ୍ତକ ପ୍ରକାଶିତ ହୋଇସାରିଛି ।
ସେହି ପୁସ୍ତକ ଗୁଡିକ ହେଉଛି ଦୂର ପର୍ବତ,କୃଷ୍ନଚୁଡାର ମୃତ୍ୟୁ ଏମିତି ଅନେକ ଗଳ୍ପ ଏବଂ ଉପନ୍ୟାସ ପ୍ରକାଶିତ ହୋଇ ପାଠକୀୟ ଆଦୃତି ମଧ୍ୟ ଲାଭ କରିଛି ।
ଈଶ୍ଵରଙ୍କ ଆଶ୍ରିବାଦ ଏବଂ ପ୍ରେରଣାରେ ଲେଖିଚାଲିଛନ୍ତି ଶ୍ରୀମତୀ କର ଜେବେଠୁ ଲେଖିବା ଲେଖନୀର ଯାତ୍ରା ଆରମ୍ଭ କଲେଣି ସେବେଠୁ ଲେଖିଚାଲିଛନ୍ତି ଆଉ ଇଚ୍ଛା ଅଛି ଜୀବନର ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ଲେଖିବା ପାଇଁ। ଲେଖିକା ଶ୍ରୀମତୀ କରଙ୍କ ରକ୍ତରେ ରହିଛି ସାହିତ୍ୟ,ପରିବାରରେ ତାଙ୍କ ବାପା ଏବଂ ବଡ ଭାଇ ମଧ୍ୟ ଜଣେ ଶାଶ୍ୱତ ସାହିତ୍ୟିକ ଏବଂ ଶାଶ୍ୱତ ସ୍ରଷ୍ଟା ଥିଲେ।
ବର୍ତ୍ତମାନ ସମୟର ଲେଖକ ଲେଖିକା ମାନଙ୍କ ମଧ୍ୟରେ ଅନେକଙ୍କ ଲେଖା ଶ୍ରୀମତୀ କରଙ୍କୁ ଖୁବ ଭଲ ଲାଗେ । ଶ୍ରୀମତୀ କରଙ୍କ ଅଧିକାଂଶ ଲେଖା ତାଙ୍କ ନିଜ ଜୀବନରେ ଘଟୁଥିବା ଘଟଣା ବଳୀକୁ ନେଇ ଲେଖିଥାନ୍ତି,ଯାହା ସେ ଅନୁଭବ କରନ୍ତି ଯାହା ସେ ଉପଲବ୍ଧି କରନ୍ତି ଆଉ ଯାହା ତାଙ୍କ ହୃଦୟକୁ ସ୍ପର୍ଶ କରେ ତାହା ସ୍ୱତସ୍ପୃତ ଭାବରେ ତାଙ୍କ ଲେଖନୀରୁ ଝରିଯାଏ।
ଶ୍ରୀମତୀ କର କେବଳ ଜଣେ ଲେଖିକା ନୁହନ୍ତି ସେ ବୃତ୍ତିରେ ଜଣେ ବ୍ୟାଙ୍କ କର୍ମଚାରୀ ଆଉ ଶ୍ରୀମତୀ କରଙ୍କ ଲେଖାର ପ୍ରଥମ ପାଠକ ହେଉଛନ୍ତି ତାଙ୍କ ସ୍ୱାମୀ ଯିଏକି ଜଣେ ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ, ତାଙ୍କ ପୁଅ ମଧ୍ୟ ବର୍ତ୍ତମାନ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ବମ୍ବେଠାରେ କାର୍ଯ୍ୟରତ । ଶ୍ରୀମତୀ କରଙ୍କର ଲେଖାକୁ ନେଇ ନିର୍ଦ୍ଧିଷ୍ଟ ସ୍ୱପ୍ନ ନାହିଁ ସେ ଲେଖୁଛନ୍ତି ଆଉ ଜୀବନର ଶେଷ ନିଶ୍ୱାସ ଥିବାଯାଏଁ ଲେଖିବାକୁ ଇଚ୍ଛା ରଖିଛନ୍ତି। ଶ୍ରୀମତୀ କର କେବେ ହେଲେ ପୁରସ୍କାର ପାଇଁ ଲେଖନ୍ତି ନାହିଁ ପାଠକୀୟ ସ୍ୱୀକୃତି ହିଁ ତାଙ୍କ ପାଇଁ ବଡ଼ ପୁରସ୍କାର ତଥାପି ସେ ତାଙ୍କ ଜୀବନରେ ନିଜ ଲେଖାକୁ ନେଇ ଅନେକ ପୁରସ୍କାର ଲାଭ କରିଛନ୍ତି,ସେହି ପୁରସ୍କାର ମଧ୍ୟରେ ରହିଛି ସାହିତ୍ୟ ଦର୍ପଣ ସମ୍ମାନ, କଳିଙ୍ଗ ପ୍ରଭା ସାରସ୍ଵତ ସମ୍ମାନ ଏମିତି ଅନେକ ପୁରସ୍କାରର ଅଧିକରିଣୀ ହେଉଛନ୍ତି ଶ୍ରମତୀ ପୁଷ୍ପାଞ୍ଜଳୀ କର।

by : Pratikshya Priyadarshini Samal

Facebook Comments

Leave a Reply

Your email address will not be published. Required fields are marked *