ବିସ୍ପୋରଣରେ ଥରିଲା ୟେମେନର ଆଡେନ ବିମାନ ବନ୍ଦର : ୧୩ ମୃତ୍ୟୁ ସହ ବହୁ ଆହତ

ଆଡେନ୍: ଆରବ ଦେଶ ୟେମେନରେ (Yemen) ଅବସ୍ଥିତ ଆଡେନ ବିମାନ ବନ୍ଦର (Aden Airport) ବୁଧବାର ଦିନ ବିସ୍ଫୋରଣରେ ଦୋହଲିଯାଇଛି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ଅନୁଯାୟୀ ଏହି ବିସ୍ଫୋରଣରେ ଅତି କମରେ ୧୩ ଜଣଙ୍କର ମୃତ୍ୟୁ ହୋଇଛି । ଏଥି ସହ ଏକ ଡଜନରୁ ଅଧିକ ଲୋକ ଆହତ ହୋଇଛନ୍ତି ।

ଉଲ୍ଲେଖନୀୟ କଥା ହେଉଛି ଏହି ବିସ୍ଫୋରଣର କିଛି ସମୟ ପୂର୍ବରୁ ସରକାରଙ୍କ ନୂଆ କ୍ୟାବିନେଟ ମନ୍ତ୍ରୀଙ୍କୁ ଧରି ଏକ ବିମାନ ସେଇଠି ପହଞ୍ଚିଥିଲା । ଏହି ମନ୍ତ୍ରୀମାନେ ସାଉଦି ଆରବରୁ (Saudi Arab) ଫେରିଥିଲେ। ବିଶେଷ କଥା ହେଉଛି ୟେମେନରେ ଦୀର୍ଘ ଦିନ ଧରି ଗୃହଯୁଦ୍ଧ (Civil War) ଚାଲିଆସୁଛି।

ରଏଟର୍ସ ଅନୁଯାୟୀ ଘଟଣା ସ୍ଥଳରେ ଉପସ୍ଥିତ ପ୍ରତ୍ୟକ୍ଷଦର୍ଶୀମାନେ କହିଛନ୍ତି ଯେ ବିମାନ ଅବତରଣ କରିବାର କିଛି ସମୟ ପରେ ବିମାନ ବନ୍ଦରରେ ଗୁଳି ବିନିମୟ ହୋଇଥିଲା । ରଏଟର୍ସ ରିପୋର୍ଟ ଅନୁଯାୟୀ ପ୍ରଧାନ ମନ୍ତ୍ରୀ ମଇନ୍‌ ଅବଦୁଲମଲିକ ଓ ରାଷ୍ଟ୍ରଦୂତ ସୟଦ ଅଲ୍‌ ଜବରଙ୍କ ସମେତ କ୍ୟାବିନେଟ ସଦସ୍ୟମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି ।

ପ୍ରଧାନ ମନ୍ତ୍ରୀ ମଇନ୍‌ ଟ୍ୱିଟର୍‌ ମାଧ୍ୟମରେ ନିଜେ ସୁରକ୍ଷିତ ଥିବା ନିଶ୍ଚିତ କରିଛନ୍ତି। ସେ ଲେଖିଛନ୍ତି, ‘‘ଆମେ ଓ ଆମ ସରକାରଙ୍କ ସଦସ୍ୟମାନେ ଆଡେନର ଅସ୍ଥାୟୀ ରାଜଧାନୀରେ ଅଛୁ । ଏଠି ସବୁ ଠିକ୍ ଅଛି।’’ ସେ ଲେଖିଛନ୍ତି ଯେ ଆଡେନ ବିମାନ ବନ୍ଦରକୁ ଟାର୍ଗେଟ କରୁଥିବା ଏହି ଭୟଭୀତ ଆତଙ୍କବାଦୀ ଆକ୍ରମଣ ୟେମେନ ଦେଶ ତଥା ଏହାର ମହାନ ଲୋକଙ୍କ ବିରୁଦ୍ଧରେ ଚାଲିଥିବା ଯୁଦ୍ଧର ଏକ ଅଂଶ ।

ରାଷ୍ଟ୍ରପତି ଅବ୍ଦ ରବ୍ବୋ ମନସୁର ହାଦି ଓ ବିଚ୍ଛିନ୍ନତାବାଦୀ ସଦର୍ଣ୍ଣ ଟ୍ରାନ୍ସମିସନାଲ୍‌ କାଉନସିଲ (STC) ମଧ୍ୟରେ ଥିବା ମତଭେଦକୁ ସୁଧାରିବା ପାଇଁ ପ୍ରଧାନ ମନ୍ତ୍ରୀ ସଇଦଙ୍କ ନୂଆ କ୍ୟାବିନେଟ ଉଦ୍ଦିଷ୍ଟ ଥିଲା । ଏହି କ୍ୟାବିନେଟ୍ ମାଧ୍ୟମରେ ଦୁଇ ପକ୍ଷ ମଧ୍ୟରେ ମତଭେଦ ସମାଧାନ କରିବାକୁ ସରକାର ଚେଷ୍ଟା କରିଥିଲେ ।

୨୦୧୫ରେ ଏହି ବିବାଦ ତୀବ୍ର ହେବା ପରେ ୟେମେନର ଅବସ୍ଥା ଆହୁରି ବିଗିଡ଼ି ଯାଇଥିଲା। ସେହି ସମୟ ମଧ୍ୟରେ ସାଉଦି ନେତୃତ୍ୱାଧୀନ ଆରବ ରାଷ୍ଟ୍ର ହୌତିମାନଙ୍କୁ ପରାସ୍ତ କରିବା ଓ ରାଷ୍ଟ୍ରପତି ହାଦିଙ୍କ ଶକ୍ତି ଫେରାଇ ଆଣିବା ପାଇଁ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା ।

ବିଚ୍ଛିନ୍ନତାବାଦୀଙ୍କ ସହ ଆପୋଷ ବୁଝାମଣା କରିବା ପରେ ସରକାରଙ୍କ ସମସ୍ତ ସଦସ୍ୟ ଆଡେନକୁ ଫେରିଥିଲେ। ନୂଆ କ୍ୟାବିନେଟ୍ ରାଷ୍ଟ୍ରପତି ହାଦିଙ୍କ ସରକାରକୁ ଦକ୍ଷିଣ ବିଚ୍ଛିନ୍ନତାବାଦୀଙ୍କ ସହ ଏକଜୁଟ୍‌ କରିଥିଲେ ।

Facebook Comments

Leave a Reply

Your email address will not be published. Required fields are marked *