ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିକୁ 50 ଲକ୍ଷ ଟଙ୍କାର ସହାୟତା ଦେଲେ ପ୍ରବାସୀ ଓଡ଼ିଆ ଝିଅ ଜୟଶ୍ରୀ

ଭୁବନେଶ୍ୱର : ଓଡ଼ିଆ ଝିଅ ଜୟଶ୍ରୀ ମହାନ୍ତି ଙ୍କ ଦ୍ୱାରା ଆମେରିକାରେ ସ୍ଥାପିତ ‘ଆୱାର ବିଶ୍ୱାସ’ ସଂସ୍ଥା କୋଭିଡ ପରିଚାଳନାରେ ରାଜ୍ୟ ସରକାରଙ୍କୁ ନିଜର ସହଯୋଗ ସ୍ୱରୂପ 68, 500 ଡଲାର ପ୍ରଦାନ କରିଛନ୍ତି | ଅନଲାଇନ ଟ୍ରାନ୍ସଫର ମାଧ୍ୟମରେ ସେ ଏହି ଟଙ୍କା ଦେଇଛନ୍ତି ଯାହାର ଭାରତୀୟ ମୁଦ୍ରାରେ ମୂଲ୍ୟ ପ୍ରାୟ 50 ଲକ୍ଷ ଟଙ୍କା ପାଖାପାଖି ହେବ | ଏନେଇ ସାଧାରଣ ପ୍ରଶାସନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସଞ୍ଜିବ ଚୋପ୍ରା ଜଣାଇଛନ୍ତି | ସୂଚନାଯୋଗ୍ୟ ଯେ ଶ୍ରୀମତୀ ଜୟଶ୍ରୀ ମହାନ୍ତିଙ୍କ ଦ୍ୱାରା ସ୍ଥାପିତ ଏହି ସଂସ୍ଥା 2008 ମସିହାରୁ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ମହିଳା ବିକାଶ ଓ ସଶକ୍ତିକରଣ ଦିଗରେ କାମ କରିଆସୁଛି | ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନାନୋ ଫାଇନାନ୍ସ ସହ ମହିଳା ମାନଙ୍କ ଉନ୍ନତି ନିମନ୍ତେ ବିଭିନ୍ନ କର୍ମଶାଳା ଆୟୋଜନ କରିବା ସହ ସ୍ୱାବଲମ୍ବନ କ୍ଷେତ୍ରରେ କାମ କରିଆସୁଛି | ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଓଡିଶା କୋଭିଡ ଯୁଧ୍ୟରେ ନିଶ୍ଚୟ ବିଜୟ ହେବ ବୋଲି କହିଛନ୍ତି |

Facebook Comments

Leave a Reply

Your email address will not be published. Required fields are marked *