ଜନମଙ୍ଗଳ ପରିଷଦ ପକ୍ଷରୁ ନବକୃଷ୍ଣ ଚୌଧୁରୀଙ୍କ ୧୩୨ ତମ ଜନ୍ମ ଜୟନ୍ତୀ ପାଳିତ

ଭୁବନେଶ୍ୱର : ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଶିଷ୍ଟ ସ୍ୱାଧୀନତା ସଂଗ୍ରାମୀ ନବକୃଷ୍ଣ ଚୌଧୁରୀଙ୍କ ୧୩୨ ତମ ଜୟନ୍ତୀ ରାଜ୍ୟର ଅଗ୍ରଣୀ ସାମାଜିକ ସଂଗଠନ ଜନମଙ୍ଗଳ ପରିଷଦ ପକ୍ଷରୁ ପାଳିତ ହୋଇ ଯାଇଛି । ପରିଷଦର ସଭାପତି ଅଲେଖ ଚନ୍ଦ୍ର ଜେନାଙ୍କ ଆବାହକତ୍ଵରେ ଅନୁଷ୍ଠିତ କାର୍ଯ୍ୟକ୍ରମର ପ୍ରାରମ୍ଭରେ ସ୍ବର୍ଗତ ଚୌଧୁରୀଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ ସହ ଶ୍ରଦ୍ଧାସୁମନ ଅର୍ପଣ କରାଯାଇଥିଲା । ପରେ ଅନ୍ୟତମ ବରିଷ୍ଠ ସଦସ୍ୟ ଲକ୍ଷ୍ମଣ ଦାଶ ସ୍ବର୍ଗତ ଚୌଧୁରୀଙ୍କ ଓଡ଼ିଆ ଭାଷା ପ୍ରତି ଥିବା ନିଷ୍ଠା ଓ ନିଶା ନିବାରଣ ଆଇନ କୁ ଲାଗୁ କରିବାରେ ଥିବା ଭୂମିକା ପ୍ରତି ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଆଇନଜୀବୀ ରତୁରାଜ ପଟନାୟକ, ସଙ୍ଗୀତଜ୍ଞ ତଥା ଚିତ୍ରକାର ଚନ୍ଦ୍ରଭାନୁ କର, ଅବସରପ୍ରାପ୍ତ ବାୟୁସେନା ଅଧିକାରୀ ମନୋରଞ୍ଜନ ପଣ୍ଡା, ଯୁବ ସମାଜସେବୀ ନିରଞ୍ଜନ ସାହୁ ଓ ଲକ୍ଷ୍ମୀ ବିଶ୍ୱାସ ପ୍ରମୁଖ ଉପସ୍ଥିତ ରହି ସ୍ବର୍ଗତ ଚୌଧୁରୀଙ୍କ ଅନନ୍ୟ ଦେଶପ୍ରେମ ଓ ବିକାଶ ମୂଳକ ନୀତି ଉପରେ ଆଲୋକପାତ କରିଥିଲେ । ସାମାଜିକ ଦୂରତ୍ଵ ରକ୍ଷା କରି ମାସ୍କ ପରିଧାନ ପୂର୍ବକ ବହୁ ବୁଦ୍ଧିଜୀବୀ ଫଟୋଚିତ୍ରରେ ପୁଷ୍ପ ପ୍ରଦାନ ପୂର୍ବକ ଶ୍ରଦ୍ଧାସୁମନ ଅର୍ପଣ କରିଥିଲେ |

Facebook Comments

Leave a Reply

Your email address will not be published. Required fields are marked *