ମହାରାଷ୍ଟ୍ରରେ ଗତ ୨୪ ଘଣ୍ଟାରେ ୬୦ ହଜାର କରୋନା ସଂକ୍ରମିତ ଚିହ୍ନଟ, ୩୨୨ ମୃତ

ମୁମ୍ବାଇ : ମହାରାଷ୍ଟ୍ରରେ ବୁଧବାର ପାଖାପାଖି ୬୦ ହଜାର ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ରାଜ୍ୟରେ ଗତ ୨୪ ଘଣ୍ଟାରେ ୫୯୯୦୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ସହ ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩୧,୭୩,୨୬୧ରେ ପହଞ୍ଚିଛି। ସ୍ବାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ପାଖାପାଖି ୬୦ ହଜାର ନୂଆ ମାମଲା ସହ ରାଜ୍ୟରେ ଏବେ ମୋଟ ୫,୦୧,୫୫୯ ଆକ୍ଟିଭ୍‌ ମାମଲା ରହିଛି।

ମଙ୍ଗଳବାର ମହାରାଷ୍ଟ୍ରରେ ୫୫,୪୬୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୨୯୭ ଜଣଙ୍କ ମୃତ୍ୟୁ ହୋଇଥିଲା। ସେହିଭଳି ଗତ ୨୪ ଘଣ୍ଟାରେ ୩୨୨ ଜଣ  ମୃତ୍ୟୁବରଣ କରିଛନ୍ତି। ଏହା ସହ ରାଜ୍ୟରେ ମୋଟ ମୃତକଙ୍କ ସଂଖ୍ୟା ୫୬,୬୫୨ରେ ପହଞ୍ଚିଛି।

କେବଳ ମାୟାନଗରୀ ମୁମ୍ବାଇ କଥା କହିଲେ, ଗତ ୨୪ ଘଣ୍ଟାରେ ସହରରେ ୧୦୪୪୨ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ୨୪ ଜଣ ପ୍ରାଣ ହରାଇଛନ୍ତି। ସେପଟେ ମହାରାଷ୍ଟ୍ରର ଔରଙ୍ଗାବାଦ ଜିଲ୍ଳାରେ ସ୍ଥିତି ଜଟିଳ ହୋଇପଡ଼ିଛି। ଜିଲ୍ଲାରେ ୧୩୩୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୯୧,୨୬୬ରେ ପହଞ୍ଚିଛି। ଏହାସହ ୩୦ ଜଣ  କରୋନାରେ  ମୃତ୍ୟୁବରଣ କରିଛନ୍ତି ।

Facebook Comments

Leave a Reply

Your email address will not be published. Required fields are marked *