ସବୁଠାରୁ ଧନଶାଳୀ କ୍ରିକେଟ ବୋର୍ଡ ବିସିସିଆଇର ସମ୍ପତ୍ତି ଜାଣନ୍ତୁ କେତେ

ନୂଆଦିଲ୍ଲୀ : ବିଶ୍ୱର ସବୁଠାରୁ ଧନଶାଳୀ କ୍ରିକେଟ ବୋର୍ଡ ବିସିସିଆଇର ସମ୍ପତ୍ତି ତାଲିକା ସାମ୍ନାକୁ ଆସିଛି । ବିସିସିଆଇର ସମୁଦାୟ ସମ୍ପତ୍ତିର ମୂଲ୍ୟ ୧୪ ହଜାର ୪୮୯ କୋଟିରେ ପହଞ୍ଚିଛି । ୨୦୧୯-୨୦ ଆର୍ଥିକ ବର୍ଷରେ ବିସିସିଆଇ ସମ୍ପତ୍ତିରେ ୨୫୯୭.୧୯ କୋଟି ଟଙ୍କାର ବୃଦ୍ଧି ଘଟିଛି । ୨୦୧୮ରେ ବିସିସିଆଇର ସମୁଦାୟ ଆୟ ୪୦୧୭.୧୧ କୋଟି ହୋଇଥିବା ବେଳେ ପ୍ରାୟ ଅର୍ଦ୍ଧାଧିକ ଅର୍ଥ ଆଇପିଏଲରୁ ଆସିଥିଲା । ୨୦୧୮ ଆଇପିଏଲରୁ ବିସିସିଆଇ ୨୪୦୭.୪୬ କୋଟି ଟଙ୍କା ଆୟ କରିଥିଲା । ତେବେ ଚଳିତ ବର୍ଷର ଆର୍ଥିକ ରିପୋର୍ଟ ସମ୍ପର୍କରେ ବିସିସିଆଇ ପକ୍ଷରୁ ଆନୁଷ୍ଠାନିକ ଭାବରେ ଘୋଷଣା କରାଯାଇନାହିଁ । ବିଶ୍ୱର ଧନଶାଳୀ କ୍ରିକେଟ ବୋର୍ଡ ବିସିସିଆଇ ବିରୋଧରେ ଏକାଧିକ ଅର୍ଥନୈତିକ ମାମଲା ରହିଛି । ଆୟକର ବିଭାଗ ସହିତ କୋଚି ଟସ୍କର୍ସ, ଡେକାନ ଚାର୍ଜର୍ସ, ସାହାରା, ନିଓ ସ୍ପୋର୍ଟସ ଏବଂ ୱାର୍ଲ୍ଡ ସ୍ପୋର୍ଟସ ଗ୍ରୁପ ସହିତ ବିସିସିଆଇର ଅର୍ଥନୈତିକ ମାମଲା ଜାରି ରହିଛି । ଏହି ସବୁ ମାମଲାରେ ଅର୍ଥ ପ୍ରଦାନ କଲେ ବିସିସିଆଇ ପାଇଁ ଅଡୁଆ ପରସ୍ଥିତି ଉପୁଜି ପାରେ । ୨୦୧୮-୧୯ରେ ମିଡିଆ ରାଇଟ୍ସରୁ ବିସିସିଆଇ ୮୨୮ କୋଟି ଆୟ କରିଥିବା ବେଳେ ଅନ୍ୟାନ୍ୟ ସୂତ୍ରରୁ ୧୫୯୨.୧୨ କୋଟି ଆୟ ହୋଇଛି ।

Facebook Comments

Leave a Reply

Your email address will not be published. Required fields are marked *