- ମହାମାରୀ କରୋନା ସତ୍ତ୍ୱେ ୨୦୨୦-୨୧ରେ ମହାନଦୀ କୋଲଫିଲଡ଼ ଲିମିଟେଡ଼ର ରେକର୍ଡ ପ୍ରଦର୍ଶନ । ଉଭୟ କୋଇଲା ଉତ୍ପାଦନ ଓ ଡେସପାଚରେ ନୂଆ ରେକର୍ଡ ହାସଲ କରିଛି ଏମସିଏଲ । ୨୦୨୦-୨୧ରେ ଏମସିଏଲର କୋଇଲା ଉତ୍ପାଦନ ୫.୫% ବଢ଼ି ପହଞ୍ଚିଛି ୧୪୮.୦୧ ନିୟୁତ ଟନରେ । ୨୦୧୯-୨୦ରେ କମ୍ପାନିର ଉତ୍ପାଦନ ଥିଲା ୧୪୦.୩୬ ନିୟୁତ ଟନ ।
- ମାଲକାନଗିରିରେ କୋରୋନା କଟକଣା କଡ଼ାକଡ଼ି । ଜିଲ୍ଲାରେ ସାଂସ୍କୃତିକ କାର୍ଯ୍ୟକ୍ରମ, ମେଳା, ଯାତ୍ରା ସମ୍ପୂର୍ଣ୍ଣ ଭାବେ ବନ୍ଦ । ସମସ୍ତ ଦୋକାନୀ ଓ ବ୍ୟବସାୟୀ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । ଦୋକାନ ସାମ୍ନାରେ ସାନିଟାଇଜର ଓ ହ୍ୟାଣ୍ଡ ୱାସ୍ ରଖିବା ବାଧ୍ୟ । ଭିଡ଼ ହେଲେ ରେଷ୍ଟୁରାଣ୍ଟ ଓ ହୋଟେଲ ସିଲ୍ କରାଯିବ