ରଥଯାତ୍ରା ପାଇଁ ସୁପ୍ରିମ କୋର୍ଟର ଆଦେଶ ଅନନ୍ୟ ଓ ଅଲୌକିକ ଥିଲା

ନୂଆଦିଲ୍ଲୀ : ଗତକାଲି ମାନ୍ୟବର ସୁପ୍ରିମକୋର୍ଟ ପୁରୀର ରଥଯାତ୍ରାକୁ ଅନୁମତି ପ୍ରଦାନ କରି ଐତିହାସିକ ରାୟ ଶୁଣାଇଛନ୍ତି , ଏହାକୁ ସାଂସ୍କୃତିକ , ସାମାଜିକ ଓ ଧାର୍ମିକ ଜଗତରେ ଅନନ୍ୟ ଓ ଐଲୋକିକ ବୋଲି ଦର୍ଶାଯାଉଛି | ନାଗପୁର ଠାରେ ଏବେ କୋର୍ଟ ଛୁଟି ଯୋଗୁଁ ଅବସ୍ଥାନ କରୁଥିବା ଭାରତର ମୁଖ୍ୟ ବିଚାରପତି ଶରଦ ଅରବିନ୍ଦ ବୋବଡ଼େଙ୍କ ନେତୃତ୍ୱରେ ଗଠିତ ତିନିଜଣିଆ ଖଣ୍ଡପୀଠଙ୍କର ରିଭୁ ପିଟିସନ ଉପରେ ଶୁଣାଣି ,18 ତାରିଖର ଆଦେଶକୁ ବାତିଲ କରିବା ଏବଂ କଟକଣା ସହିତ କେବଳ ପୁରୀ ରଥଯାତ୍ରା ଆୟୋଜନ ନେଇ ଆଦେଶ ଦେବା ବଡ ଠାକୁରଙ୍କ ମହିମା ଓ ଐଶୋରିକ ଶକ୍ତି ପ୍ରଣୋଦିତ ଥିବାର ବର୍ଣନା କରାଯାଇଛି |
ଏକ ପକ୍ଷରେ ମୁଖ୍ୟ ପିଟିସନର ଓଡିଶା ବିକାଶ ପରିଷଦ ରେସ୍ପଣ୍ଡେଣ୍ଟ ଭାବେ ଭାରତ ସରକାର ଓ ଓଡିଶା ସରକାରଙ୍କ ପକ୍ଷରୁ ବରିଷ୍ଠ ଓକିଲମାନେ ଏହି ୱେବ ଶୁଣାଣିର ଜବାବ ସୁଆଲରେ ଅଂଶ ଗ୍ରହଣ କରିଥିବା ଜଣାଯାଇଛି |
ଏମାନଙ୍କ ସହିତ ହସ୍ତକ୍ଷେପ କାରୀ ଭାବରେ ପୁରୀ ରଥ ଯାତ୍ରା ଅନୁଷ୍ଠିତ ହେବା ସପକ୍ଷରେ ପିଟିସନ ମାନ ଦାୟର କରିଥିବା ସଂସ୍ଥା , ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷ ମାନଙ୍କ ମଧ୍ୟରେ ଜଗନ୍ନାଥ ସଂସ୍କୃତି ଜନ ଜାଗରଣ ମଞ୍ଚ , ଡ଼ ସମ୍ବିତ ପାତ୍ର , ଦଇତାପତି ନିଯୋଗ କମିଟି ,ରଘୁନାଥ ଗୋଛିକାର ,ଜନାର୍ଦ୍ଧନ ପାଟଜୋଷୀ ମହାପାତ୍ର ,ଶ୍ରୀ ଜଗନ୍ନାଥ ସେବାୟତ ସମ୍ମିଳନୀ , ଆନ୍ତର୍ଜାତିକ ହିନ୍ଦୁ ମହାସଂଘ ,ଶ୍ରୀ ଜଗନ୍ନାଥ ସେବା ସଂସ୍ଥା ଓ ଶ୍ରୀ ଶ୍ରୀ ଅଭିରାମ ସାଂସ୍କୃତିକ କେନ୍ଦ୍ର ,ନୂଆଦିଲ୍ଲୀ ପ୍ରମୁଖ ଅନ୍ତର୍ଭୁକ୍ତ | ବାଦି ,ପ୍ରତିବାଦୀ ଓ ହସ୍ତକ୍ଷେପ କାରୀଙ୍କ ତରଫରୁ ରେକର୍ଡ ସଂଖ୍ୟକ 100 ଓକିଲ ଏହି ଭରଚୁଆଲ କୋର୍ଟ ରେ ଉପସ୍ଥିତ ଥିଲେ | ରାୟ ପ୍ରକାଶ ପରେ ଅନ୍ୟତମ ହସ୍ତକ୍ଷେପକରି ନୂଆଦିଲ୍ଲୀସ୍ଥିତ ଶ୍ରୀ ଶ୍ରୀ ଅଭିରାମ ସାଂସ୍କୃତିକ କେନ୍ଦ୍ରର ସଭାପତି ବିଜୟ ସାମଲ ଓ ବରିଷ୍ଠ ସଦସ୍ୟ ଦେବେନ୍ଦ୍ର କୁମାର ସୁପ୍ରିମକୋର୍ଟର ପରିପର୍ତ୍ତିତ ରାୟକୁ ସ୍ୱାଗତ ଜଣାଇବା ସହିତ କୋଟି କୋଟି ଭକ୍ତଙ୍କର ଆକୁଳ ନିବେଦନ ଯୋଗୁଁ ଜଗନ୍ନାଥ ଏହି ଚମତ୍କାର ଦେଖେଇଲେ ବୋଲି ପ୍ରକାଶ କରିଛନ୍ତି |

Facebook Comments

Leave a Reply

Your email address will not be published. Required fields are marked *