ଆନୁଷ୍ଠାନିକ ଭାବେ ପୁରୀ ସମୁଦ୍ରକୂଳରେ ଲାଗିଲା ବ୍ଲୁ-ଫ୍ଲାଗ୍ : କେନ୍ଦ୍ର ପରିବେଶ ମନ୍ତ୍ରୀ ଭିଡିଓ କନଫରେନ୍ସିଂରେ କଲେ ଉଦଘାଟନ

ସୋମବାର ପୁରୀ ବ୍ଲୁଫ୍ଲାଗ୍ ବିଚ୍‌କୁ ବିଧିବଦ୍ଧ ଭାବେ ମିଳିଲା ମାନ୍ୟତା । ଆଜି ଆନୁଷ୍ଠାନିକ ଭାବେ ପୁରୀ ସମୁଦ୍ରକୂଳରେ ଲାଗିଛି ବ୍ଲୁ-ଫ୍ଲାଗ୍ । କେନ୍ଦ୍ର ପରିବେଶ ମନ୍ତ୍ରୀ ପ୍ରକାଶ ଜାଭଡେକର୍ ଭିଡିଓ କନଫରେନ୍ସିଂ ଜରିଆରେ ଏହି କାର୍ଯ୍ୟକ୍ରମର ଉଦଘାଟନ କରିଛନ୍ତି । ପୁରୀ ବିଚ୍‌ରେ ଆଜି ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ବିଚ୍‌ରେ ବ୍ଲୁଫ୍ଲାଗ୍‌କୁ ଉଡାଇଛନ୍ତି ।

ସୂଚନାଯୋଗ୍ୟ, ପୁରୀ ବେଳାଭୂମିର ଦିଗବାରେଣୀ ଖୁଣ୍ଟିଠାରୁ ମେ ଫେୟାର ହୋଟେଲ ଯାଏ ୮୬୦ ମିଟର ଲମ୍ବର ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ଦିଆଯାଇଛି। ଡେନମାର୍କର ଫାଉଣ୍ଡେସନ ଫର୍ ଏନଭାରନମେଣ୍ଟାଲ ଏଜୁକେସନ- (FEE) ପକ୍ଷରୁ ଫଳରେ ଏଠାରେ ସମସ୍ତ ପ୍ରକାରର ଅନ୍ତର୍ଜାତୀୟ ସୁବିଧା ମିଳିପାରିବ। ବିଶ୍ୱସ୍ତରରେ ପୁରୀ ସମୁଦ୍ରକୂଳକୁ ପରିଚିତ କରିବାକୁ ପଦକ୍ଷେପ ନିଆଯାଇଛି । ତେବେ ପରିବେଶକୁ ସୁରକ୍ଷା ରଖିବା ପାଇଁ ପର୍ଯ୍ୟଟକ, ବିଶେଷ କରି ପୁରୀବାସୀଙ୍କୁ ନିବେଦନ କରିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ।

ବ୍ଲୁ ଫ୍ଳାଗ୍ ବିଚ୍ ରେ ବିଶେଷ କରି ବାଥିଂ ଜୋନ, ସୁରକ୍ଷିତ ସ୍ଥାନ, ଟଏଲଟ ବ୍ୟବସ୍ଥା ସହ ସନ୍ତୁଳିତ ପରିବେଶ, ଚେଞ୍ଜିଂ ରୁମ୍, ପରିଷ୍କାର ପରିଛନ୍ନ ସମୁଦ୍ର ବେଳାଭୂମି ସହ ୨୪ ଘଣ୍ଟିଆ ପର୍ଯ୍ୟଟକଙ୍କ ସୁରକ୍ଷା ବ୍ୟବସ୍ଥା ରହିବ । ଏହିସବୁ ସର୍ତ୍ତ ପୂରଣ କରିବାରୁ FEE ପୁରୀ ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍ ମାନ୍ୟତା ଦେଇଛି । ଏହା ବ୍ୟତୀତ ଦେଶର ଆଉ ୭ଟି ବେଳାଭୂମିକୁ ବ୍ଲୁ ଫ୍ଲାଗ ବିଚ୍‌ର ମାନ୍ୟତା ମିଳିଛି। ପୁରୀ ବ୍ଲୁଫ୍ଲାଗ୍ ବିଚ୍‌କୁ ପ୍ରଦୂଷଣମୁକ୍ତ କରିବା ନେଇ ପଦକ୍ଷେପ ପାଇଁ ପୂର୍ବରୁ ଏହାକୁ ତୃତୀୟ ପୁରସ୍କାର ମିଳିଛି ।

Facebook Comments

Leave a Reply

Your email address will not be published. Required fields are marked *