ଓଡ଼ିଶା ବାଇକ ରାଇଡର୍ସ ପକ୍ଷରୁ ନିଆରା କାର୍ଯ୍ୟକ୍ରମ ; ସଡ଼କ ସୁରକ୍ଷା ବାର୍ତ୍ତା ସହ କଲେ ସ୍ବେଚ୍ଛାକୃତ ରକ୍ତଦାନ

ଭୁବନେଶ୍ୱର : ରକ୍ତ ରାସ୍ତାରେ ନୁହେଁ, ଦେଶର ଯବାନଙ୍କ ପାଇଁ ଦିଅନ୍ତୁ । ଦିନକୁ ଦିନ ସଡ଼କ ଦୁର୍ଘଟଣାରେ ହଜାର ହଜାର ଲୋକ ରାସ୍ତାରେ ରକ୍ତ ବୁହାଇ ମୃତ୍ୟୁବରଣ କରୁଛନ୍ତି । ଏଥିପାଇଁ ସଡ଼କ ସୁରକ୍ଷା ଓ ନିଜେ ଗାଡ଼ି ଚଳାଇବାର ନିୟମ ମାନୁନାହାଁନ୍ତି । ଯାହାଫଳରେ ହଜାର ହଜାର ଲୋକ ସଡ଼କ ଦୁର୍ଘଟଣାରେ ଜୀବନ ହରାଉଛନ୍ତି । ‘ସେଭ୍ ଡ୍ରାଇଭ, ସେଭ୍ ଲାଇଫ’ ପାଇଁ ଭୁବନେଶ୍ୱରରେ ବାଇକର୍ସଙ୍କ ଏଭଳି ପ୍ରୟାସ ଓ ବାର୍ତ୍ତା ନେଇ ସ୍ଵାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଭୁବନେଶ୍ଵରରେ ଓଡ଼ିଶା ବାଇକର୍ସଙ୍କ ପକ୍ଷରୁ ଏକ ନିଆରା ଢଙ୍ଗରେ ‘ମେରା ରଙ୍ଗ ଦେ ବାସନ୍ତୀ ଗେଲା’ କାର୍ଯ୍ୟକ୍ରମ ପାଳିତ ହୋଇଯାଇଛି । ବାଇକ ରାଣୀ ଅମିତା ସିଂଙ୍କ ନେତୃତ୍ବରେ ଏହି କାର୍ଯ୍ୟକ୍ରମ ଭୁବନେଶ୍ବରସ୍ଥିତ ସ୍ୟାଣ୍ଡି ଟାଓ୍ବାରରୁ ଶୁଭାରମ୍ଭ କରାଯାଇଛି । ପୂର୍ବତନ ବିଧାୟକ ତଥା ବିଜେଡ଼ି ସାଧାରଣ ସମ୍ପାଦକ ପ୍ରୟଦର୍ଶୀ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ବାଇକର୍ସ ରାଲିକୁ ଶୁଭାରମ୍ଭ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥ୍‌ ଭାବେ ପରିଚୟ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ସମାଜସେବୀ ଡ. ରୋଜାଲିନ ପାଟ୍ଟଶାଣୀ ମିଶ୍ର, ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟଗୁରୁ ଶାଶ୍ୱତ ଯୋଶୀ, ପୂର୍ବତନ ରଣଜି ଟ୍ରଫି ଖେଳାଳି ତଥା ବାଇକର ଜିତୁ ଶତପଥୀ, ସିଡବ୍ଲୁଡିଏସ୍‌ର ଅଧ୍ୟକ୍ଷା ମେଜର କଳ୍ପନା ଦାଶ ଓ ବିଶିଷ୍ଟ ସମାଜସେବୀକା ଚିଦାମ୍ବିକା ଖଟୁଆ ଯୋଗଦେଇ ବାଇକର୍ସ ମାନଙ୍କୁ ଉତ୍ସାହିତ କରିଥିଲେ । ୫୦ରୁ ଉର୍ଦ୍ଧ୍ବ ବାଇକର୍ସ ସେଭ୍ ଡ୍ରାଇଭ ଚଳାଇ ସ୍ୟାଣ୍ଡି ଟାୱାରରୁ ବାହାରି ରେଡ଼କ୍ରସ ଭବନରେ ପହଞ୍ଚି ସେଠାରେ ଦେଶର ଯବାନଙ୍କ ଉଦ୍ଦେଶ୍ୟରେ ସ୍ବେଚ୍ଛାକୃତ ରକ୍ତଦାନ କରିଥିଲେ । ଏହି ରକ୍ତଦାନ ଶିବିରରେ ୫୦ରୁ ଉର୍ଦ୍ଧ ବାଇକର୍ସ ରକ୍ତଦାନ କରି ଦେଶର ଯବାନଙ୍କ ଉଦ୍ଦେଶ୍ୟରେ ବାର୍ତ୍ତା ରଖୁଥିଲେ ।

Leave a Reply

Your email address will not be published. Required fields are marked *