ଓଡିଶା ସ୍କାଉଟ୍ ଗାଇଡ୍ ଫେଲୋସିପ୍ ତରଫରୁ ସବ୍ୟସାଚୀଙ୍କୁ ମିଳିବ ଜାତୀୟ ମହାତ୍ମା ଗାନ୍ଧୀ ସେବା ସମ୍ମାନ
ଭୁବନେଶ୍ବର: ଅଭିନେତା ତଥା ସମାଜସେବୀ ସବ୍ୟସାଚୀ ମିଶ୍ରଙ୍କୁ ମିଳିବ ଜାତୀୟ ମହାତ୍ମା ଗାନ୍ଧୀ ସେବା ସମ୍ମାନ। ଓଡିଶା ସ୍କାଉଟ୍ ଗାଇଡ୍ ଫେଲୋସିପ୍ ତରଫରୁ ଜାତୀୟ ମହାତ୍ମା ଗାନ୍ଧୀ ସେବା ସମ୍ମାନ ୨୦୨୦ ପାଇଁ ସବ୍ୟସାଚୀଙ୍କୁ ମନୋନୀତ କରାଯାଇଛି। ମହାମାରୀ କରୋନା ସମୟରେ ଲୋକଙ୍କ ପାଇଁ ରିୟଲ ହିରୋ ସାଜିଛନ୍ତି ଅଭିନେତା ସବ୍ୟସାଚୀ ମିଶ୍ର। ବହୁ ପ୍ରବାସୀ ଶ୍ରମିକଙ୍କୁ ଘରକୁ ଫେରାଇ ଆଣିବାରେ ତାଙ୍କର ଥିଲା ଅତୁଳନୀୟ ଅବଦାନ।
ଓଡିଶା ସ୍କାଉଟ୍ ଗାଇଡ୍ ଫେଲୋସିପ୍ କାର୍ଯ୍ୟକାରିଣୀ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି।
Facebook Comments