ଶାନ୍ତିସ୍ତୁପଠାରେ ରାଜ୍ୟସ୍ତରୀୟ ଚିତ୍ରକଳା ଉତ୍ସବ : ସମ୍ବର୍ଦ୍ଧିତ ହେଲେ ୯ ଜଣ ବରିଷ୍ଠ ଶିଳ୍ପୀ

ଭୁବନେଶ୍ୱର : ଧଉଳି ଚାରୁକଳା ମହାବିଦ୍ୟାଳୟ ଏବଂ ଅନିଲା ଆର୍ଟ ଫାଉଣ୍ଡେସନର ମିଳିତ ସହଯୋଗରେ ଶାନ୍ତି ସ୍ତୁପ ଠାରେ ଆୟୋଜିତ ହୋଇଯାଇଛି ରାଜ୍ୟସ୍ତରୀୟ ଜଳରଙ୍ଗ ଚିତ୍ର ଶିବିର ଏବଂ ଶିଳ୍ପୀ ସମ୍ବର୍ଦ୍ଧନା ଉତ୍ସବ। ଏହି ଉତ୍ସବରେ ମୁଖ୍ୟଅତିଥି ରୂପେ ସୁନାମଧନ୍ୟ ସାହିତ୍ୟିକା ଓ ଓଡ଼ିଶା ସାହିତ୍ୟ ଏକାଡେମୀର କାର୍ଯ୍ୟକାରୀ ସଦସ୍ୟା ଡ଼ ଶୁଭଶ୍ରୀ ଲେଙ୍କା ଯୋଗ ଦେଇ ଉତ୍ସବକୁ ଉଦଘାଟନ କରିଥିଲେ ଏବଂ ମହାବିଦ୍ୟାଳୟର କାର୍ଯ୍ୟକାରୀ ସଭାପତି ଡ଼ ହୃଷିକେଶ ମିଶ୍ରଙ୍କ ଅଧ୍ୟକ୍ଷତାରେ,ପ୍ରାରମ୍ଭରେ ଅଧ୍ୟକ୍ଷ ପଞ୍ଚାନନ ସାମଲ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ମିହୀରକାନ୍ତ ପ୍ରହରାଜ ସ୍ୱାଗତ ଭାଷଣ ଦେଇଥିଲେ। ଏହି ଉତ୍ସବରେ ଅନିଲା ଆର୍ଟ ଆଣ୍ଡ ଫାଉଣ୍ଡେସନ ର ପ୍ରତିଷ୍ଠାତା ଶଶଧର ପତି ଫାଉଣ୍ଡେସନର ଆଭିମୁଖ୍ୟ ବିଷୟରେ ଅବଗତ କରାଇଥିଲେ। ଏହି ଚିତ୍ରକଳା ଶିବିରରେ ଅନେକ ଚିତ୍ରଶିଳ୍ପୀ ଓଡ଼ିଶାର ଐତିହ ସଂସ୍କୃତିକୁ ନେଇ ସୁନ୍ଦର ସୁନ୍ଦର ଚିତ୍ର ଅଙ୍କନ କରିଥିଲେ। ଓଡ଼ିଶା ଲଳିତକଳା ଏକାଡେମୀ ଦ୍ୱାରା ଧର୍ମପଦ ପୁରସ୍କାର ଓ ଶିଳ୍ପୀ ସମ୍ବର୍ଦ୍ଧନାରେ ସମ୍ବର୍ଦ୍ଧିତ ହୋଇଥିବା ଶିଳ୍ପୀଙ୍କ ମଧ୍ୟରୁ ବିଶିଷ୍ଟ ଚିତ୍ର ଶିଳ୍ପୀ ଜଗଦୀଶ ଚନ୍ଦ୍ର କାନୁନଗୋ ଙ୍କୁ କଳା ମଉଡ଼ ମଣୀ ସମ୍ମାନ, ବିନୋଦ ମହାରଣା ଙ୍କୁ କଳା ଶିରୋମଣି ସମ୍ମାନ ଏହି ପରି ଅନେକ ଶିଳ୍ପୀଙ୍କୁ ଅନେକ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଏହି ଅବସରରେ ଶିବିରରେ ଅଂଶ ଗ୍ରହଣ କରିଥିବା ଶିଳ୍ପୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯିବା ପରେ, ଅଧ୍ୟାପିକା ମଧୁସ୍ମିତା ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
ଶେଷରେ ଶିବିରରେ ପଦର୍ଶିତ ଚିତ୍ରଗୁଡିକୁ ଅତିଥି ଓ ଛାତ୍ର ଛାତ୍ରୀ ମାନେ ଅବଲୋକନ କରିଥିଲେ।

Edited by : Pratikshya Priyadarshini Samal

Facebook Comments

Leave a Reply

Your email address will not be published. Required fields are marked *