- ୫୫ ନଂ ଜାତୀୟରାଜପଥ ଏକ ଟ୍ରକ ଠିଆ ହୋଇଥିବା ବେଳେ ଏକ ଯାତ୍ରୀବାହି ବସ ଟ୍ରକ ପଛ ପଟକୁ ଧକ୍କା ଦେଇଥିବାର ସୂଚନା । ବସ ର ଗୋଟିଏ ପାର୍ଶ୍ୱ ଭାଙ୍ଗି ଯାଇଥିବା ବେଳେ ବସ ରେ ଥିବା ପ୍ରାୟ ୧୦୦ ଜଣ ଯାତ୍ରୀ ସୁରକ୍ଷିତ ଅଛନ୍ତି । ବସଟି ତାଳଚେର ଅଭିମୁଖେ ଯାଉଥିଲା । ତେବେ ଘଟଣା ସ୍ଥଳରୁ ଚାଳକ ଫେରାର ଅଛି ।
- ଜାନୁଆରି ୨୯ରୁ ଚାଲିବ ସଂସଦର ବଜେଟ ଅଧିବେଶନ । ଫେବ୍ରୁଆରି ୧୫ ଯାଏ ଚାଲିବ ପ୍ରଥମ ପର୍ଯ୍ୟାୟ ଅଧିବେଶନ । ଫେବ୍ରୁଆରି ୧ରେ ସଂସଦରେ ଉପସ୍ଥାପିତ ହେବ କେନ୍ଦ୍ର ବଜେଟ । ମାର୍ଚ ୮ରୁ ଆରମ୍ଭ ହେବ ଦ୍ବିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନ । ଦୈନିକ ୪ ଘଣ୍ଟା ପାଇଁ ସଂସଦର ଉଭୟ ଗୃହ କାର୍ଯ୍ୟ କରିବ