ଭାରତର କୃଷି ଆଇନକୁ ସମର୍ଥନ କଲା ଆମେରିକା : ବଜାରର କାର୍ଯ୍ୟଦକ୍ଷତାକୁ ସୁଦୃଢ଼ କରିବ ଏହି ଆଇନ

 ନୂଆଦିଲ୍ଲୀ : କୃଷି ଆଇନକୁ ନେଇ ସରକାର ଏବଂ ଚାଷୀଙ୍କ ମଧ୍ୟରେ ଚାଲିଥିବା ବିବାଦ ଥମିବାର ନାଁ ଧରୁ ନାହିଁ । ଆଉ ବର୍ତ୍ତମାନ କୃଷକ ଆନେ୍ଦାଳନକୁ ନେଇ ଆର୍ନ୍ତଜାର୍ତୀୟ ସମର୍ଥନ ବା ବିଦେଶୀ ସେଲିବ୍ରିଟି ମାନଙ୍କ ସମର୍ଥନ ପରେ ଏହା ଆହୁରି ତୀବ୍ର ହେଉଥିବା ନଜର ଆସୁଛି । ତେଣୁ ଭାରତୀୟ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହି ଲୋକପ୍ରିୟ ସେଲିବ୍ରିଟି ମାନଙ୍କ ତଥ୍ୟକୁ ଯାଞ୍ଚ କରିବାକୁ ଆଦେଶ ଦେଇଛନ୍ତି । ମନ୍ତ୍ରାଳୟର କହିବା କଥା, ଉକ୍ତ ଲୋକପ୍ରିୟ ସେଲେବ୍ ମାନେ ଆନେ୍ଦାଳନକୁ ତୀବ୍ର କରିବା ଭଳି ମତ ଦେଉଛନ୍ତି । ଏହା ଭିତରେ ଆମେରିକା ବିଦେଶ ମନ୍ତ୍ରାଳୟ ଭାରତରେ ଚାଲିଥିବା କୃଷକ ଆନେ୍ଦାଳନ ଏବଂ ଦିଲ୍ଲୀରେ ଇଣ୍ଟରନେଟ୍ ସେବା ବନ୍ଦ କରିବା ଉପରେ ବୟାନ ଦେଇଛି । ଏହି ବୟାନରେ ଶାନ୍ତିପୁର୍ଣ୍ଣ ପ୍ରଦର୍ଶନକୁ ଏକ ସଫଳ ଗଣତନ୍ତ୍ରର ପରିଚୟ ବୋଲି ଦର୍ଶାଇ ଆମେରିକା ବୁଧବାର କହିଛି ଯେ, ଏହି ପ୍ରୟାସକୁ ଆମେ ସ୍ୱାଗତ କରୁଛୁ। ଏହା ଭାରତର ବଜାରର କାର୍ଯ୍ୟଦକ୍ଷତାକୁ ସୁଦୃଢ଼ କରିବ ଏବଂ ଘରୋଇ କମ୍ପାନୀ ଗୁଡିକୁ ପୁଞ୍ଜି ବିନିଯୋଗ ପାଇଁ ଆକର୍ଷିତ କରିବ ।

ମୁଖପାତ୍ର ସଂକେତ ଦେଇ କହିଛନ୍ତି ଯେ, ବାଇଡେନ୍ ପ୍ରଶାସନ କୃଷି କ୍ଷେତ୍ରରେ ସୁଧାର ଆଣିବାରେ ଭାରତ ସରକାରଙ୍କ ସବୁ ପଦକ୍ଷେପକୁ ସମର୍ତନ କରୁଛି । ଯାହା ଦ୍ୱାରା ଘରୋଇ କମ୍ପାନୀ ମାନେ ପୁଞ୍ଜି ବିନିଯୋଗ  ଆକର୍ଷିତ ହୋଇପାରିବେ ଏବଂ କୃଷକମାନେ ବଡ ବଜାର ପର୍ଯ୍ୟନ୍ତ ପହଞ୍ଚି ପାରିବେ ।

ଭାରତରେ ଚାଲୁଥିବା କୃଷକଙ୍କ କାର୍ୟ୍ୟଦକ୍ଷତା ଉପରେ ଏକ ପ୍ରଶ୍ନର ଉତ୍ତରରେ ବୈଦେଶିକ  ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ , କଥାବାର୍ତ୍ତା ମାଧ୍ୟମରେ ଆମେରିକା ଉଭୟ ପକ୍ଷ ମଧ୍ୟରେ ମତଭେଦ ସମାଧାନ କରିବାକୁ ପ୍ରୋତ୍ସାହିତ କରୁଛି । ମୁଖପାତ୍ର କହିଛନ୍ତି ଯେ “ଆମେ ବିଶ୍ୱାସ କରୁଛୁ ଯେ ଶାନ୍ତିପୂର୍ଣ୍ଣ ପ୍ରଦର୍ଶନ ହେଉଛି ସଫଳ ଗଣତନ୍ତ୍ରର ପରିଚୟ ଏବଂ ଭାରତର ସର୍ବୋଚ୍ଚ ନ୍ୟାୟାଳୟ ମଧ୍ୟ ଏହା କହିଛନ୍ତି । ଏହି ସମୟରେ ଆମେରିକାର ଅନେକ ଆଇନଜୀବୀ ଭାରତର ଚାଷୀଙ୍କୁ ସମର୍ଥନ କରିଛନ୍ତି ।

Facebook Comments

Leave a Reply

Your email address will not be published. Required fields are marked *