ବିରାଟ କୋହଲିଙ୍କୁ ଦଶନ୍ଧିର ଶ୍ରେଷ୍ଠ ପୁରୁଷ ODI କ୍ରିକେଟର ପୁରସ୍କାର

ନୂଆ ଦିଲ୍ଲୀ: ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ (Virat Kohli) ଆଇସିସି ଦଶନ୍ଧିର ଶ୍ରେଷ୍ଠ ODI ପୁରୁଷ କ୍ରିକେଟର (ICC Mens ODI Cricketer of the Decade) ଭାବେ ମନୋନୀତ କରିଛି । କୋହଲି ଆଇସିସିର ଚାରିଟି ପୁରସ୍କାର ଦୌଡ଼ରେ ସାମିଲ ଥିଲେ ଯେଉଁଥିରେ ଦଶନ୍ଧିର ଶ୍ରେଷ୍ଠ ଟେଷ୍ଟ କ୍ରିକେଟର, ODI ଓ ଟି -୨୦ କ୍ରିକେଟର ସାମିଲ ରହିଛି । ଏହାପୂର୍ବରୁ ଆଇସିସି ରବିବାର ଦିନ ଦଶନ୍ଧିର ଟେଷ୍ଟ, ODI ଓ ଟି -୨୦ ଟିମ୍ ଚୟନ କରିଛି । ସମସ୍ତ ତିନୋଟି ଫର୍ମାଟରେ ସାମିଲଥିବା ବିରାଟ କୋହଲି ହେଉଛନ୍ତି ଏକମାତ୍ର କ୍ରିକେଟର । ତାଙ୍କୁ ଦଶନ୍ଧିର ଟେଷ୍ଟ ଦଳର ଅଧିନାୟକ ମଧ୍ୟ ଚୟନ କରାଯାଇଛି । କୋହଲିଙ୍କ ବ୍ୟତୀତ ଭାରତୀୟ ଖେଳାଳି ରବିଚନ୍ଦ୍ରନ ଅଶ୍ୱିନ ମଧ୍ୟ ଟେଷ୍ଟ ଦଳରେ ସାମିଲ ହୋଇଛନ୍ତି ।

ଦଶନ୍ଧିର ଆଇସିସି ପୁରସ୍କାରରେ ଗତ ୧୦ ବର୍ଷର ଶ୍ରେଷ୍ଠ କ୍ରିକେଟରଙ୍କୁ ଚୟନ କରାଯାଇଛି । ଯେଉଁଥିରେ ପ୍ରଥମ ଥର ପାଇଁ ପ୍ରଶଂସକମାନଙ୍କୁ ମଧ୍ୟ ଭୋଟ୍ ଦେବାର ଅଧିକାର ଦିଆଯାଇଥିଲା । ବିଶ୍ୱର ୧.୫ ମିଲିୟନରୁ ଅଧିକ ପ୍ରଶଂସକ ୫୩ ନିୟୁତ ଭୋଟ୍ ଦେଇଛନ୍ତି । କୋହଲିଙ୍କ ବ୍ୟତୀତ ଲାସିଥ ମାଲିଙ୍ଗା (ଶ୍ରୀଲଙ୍କା), ମିଚେଲ ଷ୍ଟାର୍କ (ଅଷ୍ଟ୍ରେଲିଆ), ଏବି ଡି ଭିଲିୟର୍ସ (ଦକ୍ଷିଣ ଆଫ୍ରିକା), ରୋହିତ ଶର୍ମା (ଭାରତ), ମହେନ୍ଦ୍ର ସିଂ ଧୋନି (ଭାରତ) ଓ କୁମାର ସାଙ୍ଗାକାରା (ଶ୍ରୀଲଙ୍କା) ଦଶନ୍ଧିର ଶ୍ରେଷ୍ଠ ODI କ୍ରିକେଟରଙ୍କ ମଧ୍ୟରେ ଥିଲେ ।

ଆଇସିସି ଦଶନ୍ଧିର ସର୍ବଶ୍ରେଷ୍ଠ ଟେଷ୍ଟ ଟିମ୍:

ଆଲାଷ୍ଟାୟର କୁକ୍, ଡେଭିଡ ୱାର୍ନର, କେନ ୱିଲିୟମସନ, ବିରାଟ କୋହଲି (ଅଧିନାୟକ), ଷ୍ଟିଭ ସ୍ମିଥ, କୁମାର ସାଙ୍ଗାକାରା (ୱିକେଟ୍ କିପର), ବେନ ଷ୍ଟୋକ୍ସ, ରବିଚନ୍ଦ୍ରନ ଅଶ୍ୱିନ, ଡେଲ ଷ୍ଟେନ, ଷ୍ଟୁଆର୍ଟ ବ୍ରଡ ଓ ଜେମ୍ସ ଆଣ୍ଡରସନ ।

ଆଇସିସି ଦଶନ୍ଧିର ସର୍ବଶ୍ରେଷ୍ଠ ODI ଟିମ୍:
ରୋହିତ ଶର୍ମା, ଡେଭିଡ ୱାର୍ଣ୍ଣର, ବିରାଟ କୋହଲି, ଏବି ଡି ଭିଲିୟର୍ସ, ଶାକିବ ଅଲ ହାସନ, ମହେନ୍ଦ୍ର ସିଂ ଧୋନି (ଅଧିନାୟକ ତଥା ୱିକେଟ୍ କିପର), ବେନ ଷ୍ଟୋକ୍ସ, ମିଚେଲ ଷ୍ଟାର୍କ, ଟ୍ରେଣ୍ଟ ବୋଲ୍ଟ, ଇମ୍ରାନ ତାହିର, ଲାସିଥ ମାଲିଙ୍ଗା ।

ଆଇସିସି ଦଶନ୍ଧିର ସର୍ବଶ୍ରେଷ୍ଠ ଟି-୨୦ ଟିମ୍:
ରୋହିତ ଶର୍ମା, କ୍ରିସ୍ ଗେଲ, ଆରୋନ ଫିଞ୍ଚ, ବିରାଟ କୋହଲି, ଏବି ଡି ଭିଲିୟର୍ସ, ଗ୍ଲେନ ମ୍ୟାକ୍ସୱେଲ, ମହେନ୍ଦ୍ର ସିଂ ଧୋନି (କ୍ୟାପଟେନ), କିରେନ ପୋଲାର୍ଡ, ରସିଦ ଖାନ, ଜସପ୍ରୀତ ବୁମ୍ରା, ଲାସିଥ ମାଲିଙ୍ଗା।

Facebook Comments

Leave a Reply

Your email address will not be published. Required fields are marked *