ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀଙ୍କୁ ତିନି ରାଜ୍ୟର ମିଡିଆ ପ୍ରଭାରୀ ଦାୟିତ୍ବ

ଭୁବନେଶ୍ୱର: ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ଜାତୀୟ ରାଜନୀତିରେ ଶକ୍ତିଶାଳୀ ହେବାରେ ଲାଗିଛନ୍ତି । ପ୍ରଶାସନିକ ସେବାରୁ ରାଜନୀତିରେ ପାଦ ଥାପିଥିବା ଅପରାଜିତା ବିଜେପିର ସାଂସଦ ରହିଥିବା ବେଳେ ସେପ୍ଟେମ୍ବର ୨୬ ତାରିଖରେ ତାଙ୍କୁ ଜାତୀୟ ପ୍ରବକ୍ତା ଭାବରେ ଘୋଷଣା କରାଯାଇଥିଲା । ଏହା ସହିତ ଆଜି ତାଙ୍କୁ ତିନି ରାଜ୍ୟର ମିଡିଆ ପ୍ରଭାରୀ ଭାବରେ ଘୋଷଣା କରାଯାଇଛି । ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳ ଏବଂ ଗୋଟିଏ ରାଜ୍ୟର ଦାୟିତ୍ୱ ଅପରାଜିତାଙ୍କୁ ପ୍ରଦାନ କରାଯାଇଛି । ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ, ପୁଡୁଚେରୀ ଏବଂ ଓଡିଶାର ମିଡିଆ ପ୍ରଭାରୀ ଭାବରେ ଘୋଷଣା କରାଯାଇଛି ।

ଉଲ୍ଲେଖଯୋଗ୍ୟ ଯେ, ଓଡିଶାର ବିଭିନ୍ନ ନେତାଙ୍କୁ ରାଷ୍ଟ୍ରୀୟ ଦାୟିତ୍ୱ ପ୍ରଦାନ କରାଯାଇଛି । ସେପ୍ଟେମ୍ବର ୨୬ ତାରିଖରେ ଅପରାଜିତାଙ୍କ ସମେତ ସମ୍ବିତ ପାତ୍ରଙ୍କୁ ଜାତୀୟ ପ୍ରବକ୍ତା ଘୋଷଣା କରାଯାଇଥିଲା । ଏହା ବ୍ୟତିତ ବୈଜୟନ୍ତ ପଣ୍ଡାଙ୍କୁ ରାଷ୍ଟ୍ରୀୟ ଉପ ସଭାପତି ମଧ୍ୟ ଘୋଷଣା କରିଥିଲା ବିଜେପି ।

Facebook Comments

Leave a Reply

Your email address will not be published. Required fields are marked *