- ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଳାହାଣ୍ଡି ଗସ୍ତ । ୫୪ଟି ପ୍ରକଳ୍ପର ଉଦ୍ଘାଟନ ଓ ୫୨ଟି ପ୍ରକଳ୍ପର ଶିଳାନ୍ୟାସ କାର୍ଯ୍ୟକ୍ରମ । ୧୦୬ଟି ପ୍ରକଳ୍ପ ପାଇଁ ବରାଦ ହୋଇଛି ୨୦୮୫ କୋଟି ଟଙ୍କା । କାରୋନା କଟକଣାରେ ଏହା ମୁଖ୍ୟମନ୍ତ୍ରୀଙ୍କ ପ୍ରଥମ ଗସ୍ତ କାର୍ଯ୍ୟକ୍ରମ । ଉପସ୍ଥିତ ରହିବେ ୬୫ ଜଣ ମନ୍ତ୍ରୀ ଓ ବିଧାୟକ ।
- ଆମେରିକା ସଂସଦର ନିମ୍ନ ସଦନରେ ରାଷ୍ଟ୍ରପତି ଟ୍ରମ୍ପଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ପାରିତ। ମହାଭିଯୋଗ ସପକ୍ଷରେ ୨୩୨ ଓ ବିପକ୍ଷରେ ୧୯୭ ଜଣଙ୍କ ମତ । ୧୯ରେ ଉଚ୍ଚ ସଦନ ସିନେଟରେ ପ୍ରସ୍ତାବ ଉପରେ ହେବ ଆଲୋଚନା ।