ଅନୁଗୁଳରେ କାର୍ ଉପରେ ଚଢ଼ିଗଲା ବସ୍; ୨ ମୃତ, ୩୦ ଆହତ

ରାସ୍ତା କଡ଼ରେ ଠିଆ ହୋଇଥିବା ଏକ ଇନୋଭା କାର୍ ଉପରେ ଦୃତ ଗତିରେ ଆସି ଚଢ଼ିଗଲା ଏକ ଯାତ୍ରୀବାହୀ ବସ୍ । ଏହି ସଡ଼କ ଦୁର୍ଘଟଣାରେ ଦୁଇ ଜଣ ଲୋକଙ୍କ ଜୀବନ ଦୀପ ଲିଭିଯାଇଛି ଓ ୩୦ ଜଣ ଆହl ହୋଇଛନ୍ତି ।
ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କିଆକଟା ଥାନା ଅନ୍ତର୍ଗତ କିଆକଟା ଛକରେ ।
ଏକ ଇନୋଭା କାରରେ ଅନୁଗୁଳରୁ ବଲାଙ୍ଗୀର ଯାଉଥିବା କିଛି ଲୋକ କିଆକଟା ଛକ ନିକଟରେ ଏକ ଚା’ ଦୋକାନ ପାଖରେ ରାସ୍ତା କଡ଼ରେ କାର୍ ରଖି ଚା ପିଉଥିଲେ ।
ସେତିକି ବେଳେ ବ୍ରହ୍ମପୁରରୁ ବୁର୍ଲା ଯାଉଥିବା ଏକ ଯାତ୍ରୀବାହୀ ବସ୍ ଦୃତ ଗତିରେ ଆସି ଇନୋଭା କାର୍ ଉପରେ ଚଢ଼ିଯାଇଥିଲା ।
ଦୁର୍ଘଟଣା ଘଟାଇବା ପରେ ଯାତ୍ରୀବାହୀ ବସଟି ଓଲଟି ପଡ଼ିଥିଲା ।
ଇନୋଭା କାରରେ ବସିଥିବା ଦୁଇ ଜଣ ବ୍ୟକ୍ତିଙ୍କର ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିଲା ।
ଯାତ୍ରୀବାହୀ ବସରେ ଥିବା ୩୦ ଜଣ ଯାତ୍ରୀ ଆହତ ହୋଇଥିଲେ ।
ଆହତ ଲୋକମାନଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।
ଆହତ ଲୋକଙ୍କ ମଧ୍ୟରୁ ସାତ ଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।
ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛି । ଏହି ଦୁର୍ଘଟଣା ସୋମବାର ଭୋର୍ ସମୟରେ ଘଟିଥିଲା ।
ବସର ଡ୍ରାଇଭର୍ ମଦ ବା ଅନ୍ୟ କୌଣସି ନିଶା ଦ୍ରବ୍ୟ ସେବନ କରି ଗାଡ଼ି ଚଳାଉଥିଲା କି ନାହିଁ ତାହା ଏ ପର୍ଯ୍ୟନ୍ତ ଜଣାପଡ଼ି ନାହିଁ ।

Facebook Comments

Leave a Reply

Your email address will not be published. Required fields are marked *