ତେଲେଙ୍ଗାପେଣ୍ଠ ଠାରେ ହୋଇଥିବା କାର ଦୁର୍ଘଟଣାରେ ୩ ମୃତକଙ୍କ ମଧ୍ୟରେ ଜଣେ ପୂର୍ବତନ ସାଂସଦଙ୍କ ପୁଅ

କଟକ : କଟକ ତେଲେଙ୍ଗାପେଣ୍ଠ ଦୁର୍ଘଟଣାରେ ୩ ମୃତକଙ୍କ ମଧ୍ୟରେ ରହିଛନ୍ତି ପୂର୍ବତନ ସାଂସଦ ଅମର ପ୍ରଧାନଙ୍କ ପୁଅ ଅଙ୍କୁର ପ୍ରଧାନ । ସମ୍ବଲପୁରର ପୂର୍ବତନ ସାଂସଦ ଅମର ପ୍ରାଧନଙ୍କ ପୁଅ ଅଙ୍କୁର ପ୍ରଧାନଙ୍କ ମୃତ୍ୟୁ ହୋଇଥିବା ପୁଲିସ୍‌ ସ୍ପଷ୍ଟ କରିଛି।

ସୂଚନାଯୋଗ୍ୟ, ଆଜି ଭୋରରୁ ୧୬ ନମ୍ବର ଜାତୀୟ ରାଜପଥ କଟକ ତେଲେଙ୍ଗାପେଣ୍ଠ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଥିଲା । ଭାରସାମ୍ୟ ହରାଇ ରାସ୍ତାକଡ଼ କେନାଲକୁ ଏକ ଜାଗୁଆର୍ କାର୍ ପଶି ଯାଇଥିଲା। ଏହି ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଛି।

କାର୍‌ଟି ରାତି ପ୍ରାୟ ୩ଟାରେ କଟକ ଆଡୁ ଭୁବନେଶ୍ୱର ଅଭିମୁଖେ ଦ୍ରୁତ ଗତିରେ ଯାଉଥିଲା। ତେବେ ତେଲେଙ୍ଗା ପେଣ୍ଠ ନିକଟରେ ଗାଡ଼ିଟି ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଥିବା ଏକ ଛୋଟ କେନାଲ ଭିତରକୁ ଖସିପଡିଥିଲା । ଗାଡିଟି ପାଣିରେ ବୁଡି ରହିଥିବା ବେଳେ ପୁଲିସ୍‌ ପହଞ୍ଚି ଗାଡିରେ ଥିବା ୩ଜଣଙ୍କୁ ଉଦ୍ଧାର କରି କଟକ ବଡ ମେଡିକାଲରେ ଭର୍ତ୍ତି କରିଥିଲା ।

Leave a Reply

Your email address will not be published. Required fields are marked *