କେରା ଜଗନ୍ନାଥ ମନ୍ଦିର ପୁନରୁଦ୍ଧାରରେ ହସୁଛି ସ୍ଥାନୀୟ ଅଞ୍ଚଳ

ଭୁବନେଶ୍ବର : ଝାଡଖଣ୍ଡର କେରା ଠାରେ ଥିବା ପ୍ରାଚୀନ ଜଗନ୍ନାଥ ମନ୍ଦିରର ପୁନରୁଦ୍ଧାର ହୋଇଅଛି । ଏ ସମ୍ବନ୍ଧରେ କେରା ଓଡିଆ ଜଗନ୍ନାଥ ମଣ୍ଡଳୀ ପକ୍ଷରୁ ଭୁବନେଶ୍ୱର ଠାରେ ଏକ ସାମ୍ବାଦିକ ସମ୍ମିଳନୀରେ ସୁଚନା ଦିଆଯାଇଛି ।

କେରା ହେଉଛି ଓଡ଼ିଶା,ବଙ୍ଗଳା ଏବଂ ବିହାରର ଏକ କେନ୍ଦ୍ରୀୟ ସ୍ଥାନ ଯାହାକି ବର୍ତମାନ ଝାଡଖଣ୍ଡର ଚକ୍ରଧରପୁର ପୋଲିସ ଷ୍ଟେସନ ଅଧୀନରେ ଅଛି । ଏହି ଗ୍ରାମଟି ଜାମସେଦପୁର ଠାରୁ ୭୦ କିଲୋମିଟର, ରାଉରକେଲା ଠାରୁ ୧୦୦ କିଲୋମିଟର ଓ ରାଞ୍ଚିଠାରୁ ୧୪୦ କିଲୋମିଟର ଦୂରରେ ଅବସ୍ଥିତ | କେରାର ସଂସ୍କୃତି ଓଡ଼ିଶା ଦ୍ୱାରା ବିଶେଷ ଭାବେ ପ୍ରଭାବିତ | ପ୍ରଭୁ ଜଗନ୍ନାଥ ହେଉଛନ୍ତି ମୁଖ୍ୟ ଆରାଧ୍ୟ । ତେଣୁ କେରା ଗ୍ରାମ ହେଉଛି ଏକ ତୀର୍ଥସ୍ନାନ । ଦେବୀ ଦୁର୍ଗାଙ୍କର ଏହା ମଧ୍ୟ ଏକ ଶକ୍ତିପୀଠ | ସମଗ୍ର ଅଞ୍ଚଳ ସାଂସ୍କୃତିକ ତଥା ସାହିତ୍ୟ ଓ ଐତିହ୍ୟ ସହିତ ସମ୍ପୃକ୍ତ । ବର୍ଷସାରା କେରା ସମସ୍ତ ପ୍ରକାର ଓଡ଼ିଆ ପର୍ବ ପର୍ବାଣିରେ ବ୍ୟସ୍ତ ରହିଥାଏ । ସମଗ୍ର ଅଞ୍ଚଳର ଲୋକଙ୍କ ହୃଦୟରେ କେରା ମନ୍ଦିରର ଦେବୀ ଏକ ମହତ୍ଵପୂର୍ଣ୍ଣ ସ୍ଥାନରେ ଅଛନ୍ତି । କେରା ଗ୍ରାମ ଷଢ଼େଇକେଲା ଏବଂ ଖରସୁଆଁ ରାଜାଙ୍କ ଦ୍ଵାରା ଶାସିତ । ସାମାଜିକ ଏବଂ ସାଂସ୍କୃତିକ ଦୃଷ୍ଟିକୋଣରୁ କେରା, ଷଢ଼େଇକେଲା, ଖରସୁଆଁ ପରସ୍ପର ସହ ଜଡିତ।

“କେରାରେ ଜଗନ୍ନାଥ ମନ୍ଦିର”

୧୮୧୨ ମସିହାରେ କେରାର ରାଜା ଲକ୍ଷ୍ମୀ ନାରାୟଣ ସିଂହଦେଓ ଜଗନ୍ନାଥ ମନ୍ଦିର ନିର୍ମାଣ କରିଥିଲେ ଏବଂ ଜମି ଦାନ କରି ପୁରୋହିତମାନଙ୍କୁ ନିୟୋଜିତ କରିଥିଲେ , ଯାହାକି ବର୍ତମାନ ସୁଦ୍ଧା ସେହି ପୁରୋହିତ ଏବଂ ସେମାନଙ୍କ ପରିବାରର ତତ୍ତ୍ଵାବଧାନରେ ଅଛି । ପୁରୋହିତ ଅଶୋକ ଦାସ ପ୍ରଭୁ ଜଗନ୍ନାଥଙ୍କ ପ୍ରସାଦ ପରିଚାଳନା କରୁଆସୁଥିଲେ | ଅତି ସୀମିତ ମୁଦ୍ରା ପାଣ୍ଠି ସହିତ ପରିଚାଳନା ଅତ୍ୟନ୍ତ କଷ୍ଟସାଧ୍ୟ ଥିଲା | ବିଭିନ୍ନ ଅସୁବିଧା ମଧ୍ୟରେ ପ୍ରଭୁ ଜଗନ୍ନାଥଙ୍କ ପାଇଁ ରୋଷେଇ ଘର ନଥିଲା । ଏପରିକି ଗରୁଡ଼ ସ୍ତମ ବା ତୁଳସୀ ଚଉଁରା ଟିଏ ମଧ୍ୟ ସେଠାରେ ନଥିଲା। କେରାର ବର୍ତ୍ତମାନର ରାଜା ସେମାନଙ୍କର ଗ୍ରାମବାସୀ ମାନେ କରୋନା କଟକଣା ସମୟରେ ଗ୍ରାମରେ ଥିବା ପ୍ରବାସୀ ହିମାଂଶୁ ମହାପାତ୍ରଙ୍କୁ ଅନୁରୋଧ କରିଥିଲେ ଏସବୁର ସ୍ଥାୟୀ ସମାଧାନ କରିବା ପାଇଁ | ହିମାଂଶୁ ମହାପାତ୍ର ଯିଏକି ଲଣ୍ଡନରେ ଡାଟା ସାଇଣ୍ଟିଷ୍ଟ ଭାବେ କାର୍ଯ୍ୟରତ , ଯିଏ ମୁଖ୍ୟତଃ ଲଣ୍ଡନରେ ରୁହନ୍ତି ତାଙ୍କୁ ଗ୍ରାମବାସୀଙ୍କ ତରଫରୁ ପ୍ରଭୁ ଜଗନ୍ନାଥଙ୍କ ପାଇଁ ରୋଷେଇ ଘର, ଗରୁଡ଼ ସ୍ତମ୍ଭ, ତୁଳସୀ ଚଉଁରା, କୂଅ, ୧୦୮ କଳସ ଯାତ୍ରା , ଯଜ୍ଞ ଏବଂ ସଂକୀର୍ତ୍ତନ ଇତ୍ୟାଦି ପାଇଁ ଅନୁରୋଧ କରାଯାଇଥିଲା |

ହିମାଂଶୁ ମହାପାତ୍ର ଏସବୁ ଅସୁବିଧାକୁ ଦୂର କରିବା ପାଇଁ ନିଜ ଚେଷ୍ଟାରେ ଓ ତତସହିତ ଅନ୍ୟମାନଙ୍କ ସାହାଯ୍ୟ ସହଯୋଗରେ ବର୍ତମାନ ସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପନ୍ନ କରାଇପାରିଛନ୍ତି | ଏଥିରେ ରାଜ ପରିବାରର ସହଯୋଗ ତଥା ସ୍ଥାନୀୟ ଅଧିକବାସୀଙ୍କ ଅବଦାନ ରହିଛି |

ବର୍ତମାନ କେରାର ଜଗନ୍ନାଥ ମନ୍ଦିରରେ ରୋଷେଇ ଘର , ଗରୁଡ଼ ସ୍ତମ , ତୁଳସୀ ଚଉଁରା ସହିତ ଅନ୍ୟାନ ଆବଶ୍ୟକୀୟ ସ୍ଥାନର ପୁନଃ ନିର୍ମାଣ ହୋଇଛି ଏବଂ ୧୯ ଫେବୃଆରୀ ୨୦୨୧ରେ ଏହା ନାମ ସଂକୀର୍ତନ ଦ୍ଵାରା ଉଦ୍ଘାଟିତ ହୋଇଯାଇଛି | ଜଗନ୍ନାଥ ସଂସ୍କୃତି ଓ ପରମ୍ପରା ର ଭାବରେ ବନ୍ଧା କେରା ବାସି ଏହି ଆନନ୍ଦ ଉତ୍ସବକୁ ମନଭରି ଉପଭୋଗ କରିବା ସହ ଓଡ଼ିଆ ସଂସ୍କୃତିର ଧାରାରେ ନିଜକୁ ସାମିଲ କରିପାରିଛନ୍ତି |

Facebook Comments

Leave a Reply

Your email address will not be published. Required fields are marked *