ମଧୁ ସ୍ମୃତି ସଂଗ୍ରହାଳୟ କଥା ସରକାର ଭୁଲି ନ ଯାଆନ୍ତୁ : ଓଡ଼ିଆ ଜାତୀୟ ସମ୍ମିଳନୀ

ଭୁବନେଶ୍ୱର : ଓଡ଼ିଶାକୁ ଯୋଡିବାରେ ଓ ଓଡ଼ିଆ ଜାତିକୁ ଉପରକୁ ଉଠାଇବାରେ ମଧୁବାବୁଙ୍କ ଅମ୍ଳାନ ଅବଦାନକୁ ଆମେ ସବୁ ଓଡ଼ିଆ ସାରାଜୀବନ ମନେ ରଖିବୁ ବୋଲି ଓଡ଼ିଆ ଜାତୀୟ ସମ୍ମିଳନୀର ଅନ ଲାଇନ୍ ମଧୁସ୍ମୃତି ଆଲୋଚନା ସଭାରେ ଉପଦେଷ୍ଟା ଶିକ୍ଷାବିତ୍ ମନୋରଂଜନ ଦାସ ,ସଭାପତି ଶ୍ରୀକାନ୍ତ ଦାଶ, ଶିକ୍ଷା ଓ ସଂସ୍କୃତି ବିଶାରଦ ଗୋପୀନାଥ ମହାନ୍ତି ,ଅନ୍ତର୍ଯ୍ୟାମୀ ମିଶ୍ର ,ପ୍ରତାପ କିଶୋର ମହାପାତ୍ର , ପ୍ରଫେସର ରଘୁନାଥ ପଣ୍ଡା ପ୍ରମୁଖ ଯୋଗ ଦେଇ ମଧୁବାବୁଙ୍କୁ ମରଣୋତର ଭାରତ ରତ୍ନ,ତାଙ୍କ ଜନ୍ମଦିବସ ଅପ୍ରେଲ ୨୮ କୁ ସ୍ବାଭିମାନ ଦିବସ ଓ କଟକସ୍ଥିତ ଶୈଳବାଳା ମହିଳା ମହାବିଦ୍ୟାଳୟରେ ମଧୁସ୍କୃତି ସଂଗ୍ରହାଳୟକୁ ଲୋକାର୍ପଣ କରିବା ନିମନ୍ତେ ମତ ପ୍ରକାଶ ପାଇଥିଲା । ଓଡ଼ିଆ ଜାତୀୟ ସମ୍ମିଳନୀର ଉପସଭାପତି ସମାଜସେବୀ ନୀରଦବରଣ ଖୁଣ୍ଟିଆ, ସାଧାରଣ ସଂପାଦକ ନିରାକାର ବେଉରା, ସଂଗଠନ ସଂପାଦକ ପ୍ରଣବ ଛୋଟରାୟ, ଦେବବ୍ରତ ରାଉତ ପ୍ରମୁଖ ମଧୁବାବୁଙ୍କ ବିଚାରକୁ ଓଡ଼ିଶା ବ୍ୟାପୀ ପ୍ରଚାର ପ୍ରସାର କରିବା ପାଇଁ ୩୦ଟି ଜିଲ୍ଲାରେ ଶାଖା ଖୋଲିବା ପାଇଁ ଗୁରୁତ୍ବ ଦେଇଥିଲେ । ଓଡ଼ିଆ ଜାତିର ଭାଷା,ସଂସ୍କୃତି, ଶିକ୍ଷା,ଅର୍ଥନୀତି ଓ ବିକାଶ ଧାରାର ଉତ୍ଥାନ ପାଇଁ କୋଟି କୋଟି ଓଡ଼ିଆଙ୍କୁ ସଚେତନ କରିବା ସହ ସ୍ବାବଲମ୍ବୀ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ଉଦାହରଣ ସୃଷ୍ଟି କରିବାକୁ ବକ୍ତାମାନେ କହିଥିଲେ । ଆସନ୍ତା ଏପ୍ରିଲ ୨୮ ତାରିଖ ମଧୁବାବୁଙ୍କ ଜୟନ୍ତୀକୁ ସ୍ଵାଭିମାନ ଦିବସ ରୂପେ ପାଳନ କରି ବ୍ୟାପକ କାର୍ଯ୍ୟକ୍ରମ ଅନଲାଇନ୍ ସଭା ମାଧ୍ୟମରେ ଘୋଷଣା କରାଯିବ ବୋଲି ଓଡ଼ିଆ ଜାତୀୟ ସମ୍ମିଳନୀର କର୍ମକର୍ତାମାନେ ମତ ପ୍ରକାଶ କରିଥିଲେ ।

Facebook Comments

Leave a Reply

Your email address will not be published. Required fields are marked *