ଶାଳୀକୁ ହତ୍ୟାକରି ଫିଙ୍ଗିବା ସହ ଶାଶୁକୁ ଦୁଷ୍କର୍ମ କରିଥିବା ଅଭିଯୁକ୍ତ ଗିରଫ

କେନ୍ଦୁଝର : ଶାଳୀକୁ ହତ୍ୟା ଓ ଶାଶୁକୁ ଦୁଷ୍କର୍ମ କରି ଫେରାର ଥିବା ଜଣେ ଅଭିଯୁକ୍ତକୁ ଗିରଫ କରିବାରେ ସଫଳ ହୋଇଛି କେନ୍ଦୁଝର ଜିଲ୍ଲା ବଲାଣି ପୁଲିସ୍‌। ଗିରଫ ଅଭିଯୁକ୍ତର ନାଁ ରୂପ ସିଂ ସିଧୁ।

ଗତ ୭ ତାରିଖରେ କଲାଣି ଥାନା ଅନ୍ତର୍ଗତ କିରିବୁରୁ ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ଘଟିଥିଲା। ରୂପ ସିଂ ନିଜ ଶାଳୀ ଓ ଶାଶୁଙ୍କ ସହ ଜଙ୍ଗଲକୁ ଯାଇଥିଲା। ସେଠାରେ କୌଣସି କଥାକୁ ନେଇ ଶାଳୀ ସହିତ ତା’ର ଝଗଡ଼ା ହୋଇଥିଲା। ଏହି ସମୟରେ ଉତ୍‌କ୍ଷିପ୍ତ ହୋଇ ରୂପ ସିଂ ତା’ ଶାଳୀକୁ ଆକ୍ରମଣ କରି ଶରୀରରୁ ମୁଣ୍ଡକୁ ଅଲଗା କରିଦେଇଥିଲା। ପରେ ମୃତଦେହକୁ ୨ ଶହ ଫୁଟ ଘାଟି ତଳକୁ ଫିିଙ୍ଗି ଦେଇଥିଲା। କିନ୍ତୁ ଏତିକିରେ ରୂପ ସିଂର ରାଗ ଥମି ନ ଥିଲା l

ଏହାପରେ ସାଙ୍ଗରେ ଯାଇଥିବା ଶାଶୁଙ୍କୁ ସେ ଦୁଷ୍କର୍ମ କରିଥିଲା। ତେବେ କୌଶଳ କ୍ରମେ ତା’ ଶାଶୁ ସେଠାରୁ ଖସିଯାଇ ଏ ସଂପର୍କରେ ପୁଲିସରେ ଜଣାଇଥିଲେ l ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ରୂପ ସିଂର ଶାଳୀର ମୃତଦେହକୁ ଉଦ୍ଧାର କରିବା ସହ ଘଟଣାର ଛାନଭିନ ଚଳାଇଥିଲା l

ଫେରାର ହେବାର ୫ ଦିନ ପରେ ଗତକାଲି ବୁଲାଣି ପୁଲିସ କେନ୍ଦୁଝର ଜିଲ୍ଲାର ବାମେବାରୀ ଥାନା ଅଞ୍ଚଳରୁ ରୂପ ସିଂକୁ ଗିରଫ କରିବାରେ ସଫଳ ହୋଇଥିଲା। ଗିରଫ କରି ପଚରାଉଚରା କରିବା ପରେ ତାକୁ କୋର୍ଟ ଚାଲାଣ କରାଯାଇଥିବା ପୁଲିସ୍ କହିଛି।

Facebook Comments

Leave a Reply

Your email address will not be published. Required fields are marked *