ବରି ପଞ୍ଚାୟତ ସମିତି ଅଫିସ ବାହାରେ ତୁମୁଳକାଣ୍ଡ : ଟେକା ପଥର ମାଡରେ ଭାଙ୍ଗିଲା ଅନେକ ଗାଡି, ୩ ପ୍ଲାଟୁନ ଫୋର୍ସ ମୁତୟନ

ଯାଜପୁର: ଯାଜପୁର ଜିଲ୍ଲା ବରୀ ବ୍ଲକ୍ ପଞ୍ଚାୟତ ସମିତି ବୈଠକରେ ଆଜି ଦୁଇ ରାଜନୈତିକ ଦଳ ବିଜେଡି ଓ ବିଜେପି ମଧ୍ୟରେ ବିବାଦ ଦେଖିବାକୁ ମିଳିଛି। ପଞ୍ଚାୟତ ବୈଠକ ପୂର୍ବରୁ ଦୁଇ ଗୋଷ୍ଠୀର ସଦସ୍ୟମାନଙ୍କ ମଧ୍ୟରେ ଜୋରଦାର ଗଣ୍ଡଗୋଳ ଓ ଟେକାପଥର ମାଡ ହୋଇଥିବା ବେଳେ ପୁଲିସ ସୁରକ୍ଷା ଭିତରେ ବୈଠକ ଶେଷ ହୋଇଛି। ତେବେ ଆଜି ଉଭୟ ବିଜେଡିର ସମର୍ଥିତ ସରପଞ୍ଚ, ସମିତିସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କ ସହ ବିଜେପି ସମର୍ଥିତ ପଞ୍ଚାୟତ ସମିତି ଅଧ୍ୟକ୍ଷ ଓ ଅନ୍ୟ ଲୋକ ପ୍ରତିନିଧି ବୈଠକରେ ସାମିଲ ହୋଇଥିଲେ। ତେବେ ଭିତରେ ବୈଠକରେ ଉଭୟ ଦଳ ପକ୍ଷରୁ ବାକ୍ ଯୁଦ୍ଧ ଚାଲିଥିବା ବେଳେ ବାହାରେ କର୍ମୀମାନଙ୍କ ମଧ୍ୟରେ ରକ୍ତାକ୍ତ ସଂଘର୍ଷ ହୋଇଛି। ଟେକାପଥର ମାଡ ଯୋଗୁଁ ଜଣଙ୍କ ମୁଣ୍ଡ ଫାଟିଥିବା ବେଳେ ଅନେକ ଆହତ ହୋଇଛନ୍ତି।

ଗଣ୍ଡଗୋଳ ଫଳରେ ଗାଡିମଟର ଭଙ୍ଗା ରୁଜା କରାଯାଇଛି। ଯାହାକି ୨୫ରୁ ଉର୍ଦ୍ଧ ବାଇକ ଓ ୩/୪ଟି ଚାରି ଚକିଆ ଗାଡି ନଷ୍ଟ ହୋଇଯାଇଛି। ତେବେ ଆଜିର ବୈଠକ ପୂର୍ବରୁ ଏହାକୁ ଭଣ୍ଡୁର କରିବାକୁ କେହି ଦୁବୃର୍ତ୍ତ ବ୍ଲକ ପାଚେରୀ ଉପରକୁ ବୋମାମାଡ ମଧ୍ୟ କରିଥିଲେ। ସୁରକ୍ଷା ଦୃଷ୍ଟିରୁ ୩ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିବା ବେଳେ ଅତିରିକ୍ତ ଏସପି ବିବି ବେହେରା ଘଟଣାସ୍ଥଳେ ଉପସ୍ଥିତ ଅଛନ୍ତି। ବୈଠକ ପରେ ବିଜେପି ସମର୍ଥିତ ଲୋକ ପ୍ରତିନିଧି ପଳାଇ ଥିବା ବେଳେ ବିଜେଡି ସମର୍ଥିତ ଲୋକ ପ୍ରତିନିଧ, ସାଂସଦ ପ୍ରତିନିଧି, ବିଧାୟିକା ପ୍ରତିନିଧି ବାହାରକୁ ବାହାରିବାକୁ ସାହସ କରିପାରୁନାହାନ୍ତି। ବାହାରେ ବିଜେପି ସମର୍ଥିତ ସଦସ୍ୟମାନେ ଉତ୍ୟକ୍ତ ଅବସ୍ଥାରେ ଥିବାରୁ ପୁଲିସ ପକ୍ଷରୁ ତାଙ୍କୁ ସୁରକ୍ଷିତ ବାହାର କରିବାକୁ ଉଦ୍ୟମ ଜାରି ରହିଛି।

Facebook Comments

Leave a Reply

Your email address will not be published. Required fields are marked *