ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ : ଚିକିତ୍ସା ନିମନ୍ତେ ସ୍ୱତନ୍ତ୍ର ଡାକ୍ତରୀ ଦଳ ନିୟୋଜିତ

ଜୟପୁର : ପଦ୍ମଶ୍ରୀ କମଳା ପୂଜାରୀ ଅସୁସ୍ଥ । ତାଙ୍କୁ କୋରାପୁଟର ସହିଦ୍ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି । ଗତ ମାସେ ଧରି ଅସୁସ୍ଥ ହେବା ପରେ ତାଙ୍କୁ କୋରାପୁଟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ଗତକାଲି ଅଧିକ ଅସୁସ୍ଥ ଅନୁଭବ କରିବା ପରେ ଗୁରୁତର ଅବସ୍ଥାରେ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। କମଳାଙ୍କ ରକ୍ତ ଚାପ ବଢିବା ସହିତ କିଡନୀ ସମସ୍ୟା ରହିଛି । ଏବେ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି । ପଦ୍ମଶ୍ରୀ କମଳା ପୂଜାରୀଙ୍କ ଚିକିତ୍ସା ନିମନ୍ତେ ଏକ ସ୍ୱତନ୍ତ୍ର ଡାକ୍ତରୀ ଦଳ ନିୟୋଜିତ କରାଯାଇଛି।

Facebook Comments

Leave a Reply

Your email address will not be published. Required fields are marked *