ବିଶ୍ୱ ପରିବେଶ ଦିବସରେ ଚାରା ରୋପଣ କରି ସଚେତନତାର ବାର୍ତ୍ତା ଦେଲା କେନ୍ଦ୍ରୀୟ ସୀମା ଶୁକ୍ଳ ଓ ଜିଏସଟି ବିଭାଗ

ଭୁବନେଶ୍ୱର : ବିଶ୍ୱ ପରିବେଶ ଦିବସ ଉପଲକ୍ଷେ କେନ୍ଦ୍ରୀୟ ସୀମା ଶୁକ୍ଳ ଓ ଜିଏସଟି ବିଭାଗ, ଭୁବନେଶ୍ୱର ଜୋନ ପକ୍ଷରୁ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି | ଏହି ଅବସରରେ ବିଭାଗର କର୍ମଚାରୀ ମାନଙ୍କ ଦ୍ୱାରା କାର୍ଯ୍ୟାଳୟ ପରିସରରେ ବିଭିନ୍ନ ଚାରା ରୋପଣ କରାଯାଇଥିଲା | ଭୁବନେଶ୍ୱର ଜୋନ ର ପ୍ରିନ୍ସିପାଲ କମିଶନର ବିଜୟ କୁମାର କରଙ୍କ ତତ୍ଵାବଧାନରେ ଏହି ଚାରା ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା | ଚାରା ରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରି ପ୍ରିନ୍ସିପାଲ କମିଶନର ବିଜୟ କୁମାର କର କହିଥିଲେ କି, ଆଜିର ଦିନରେ ପରିବେଶର ସୁରକ୍ଷା କରିବା ଆମ ପାଇଁ ସବୁଠୁ ବଡ ଆହ୍ୱାନ | ଆଗାମୀ ଦିନରେ ବିଶ୍ୱ ସାମ୍ନା କରିବାକୁ ଯାଉଥିବା ବଡ଼ ସଙ୍କଟ ଭିତରୁ ପରିବେଶ ଅସନ୍ତୁଳିତ ଅନ୍ୟତମ | ତେଣୁ ଆମକୁ ଏବେଠୁ ସଚେତନତା ମାଧ୍ୟମରେ ଲୋକଙ୍କୁ ସତର୍କ କରିବା ଆବଶ୍ୟକ |

ଏହି ପରିପ୍ରେକ୍ଷୀରେ ପ୍ରିନ୍ସିପାଲ କମିଶନର ବିଜୟ କୁମାର କର କର୍ମଚାରୀ ମାନଙ୍କୁ ଉତ୍ସାହିତ କରିବା ସଂଗେସଂଗେ ପରିବେଶ ସୁରକ୍ଷା ଦିଗରେ ବ୍ୟାପକ ଜନସଚେତନତା ସୃଷ୍ଟି କରିବାକୁ ଆହ୍ୱାନ ଦେବା ସହ ଆଗାମୀ ଦିନରେ କାର୍ଯ୍ୟକ୍ରମକୁ ବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ | ଅନ୍ୟମାନଙ୍କ ମଧ୍ୟରେ ଏଡିସି ଅନୁରାଧା ମିଶ୍ର, ଗୋପାଳକୃଷ୍ଣ ପତି, କୈଳାଶ ଶର୍ମା ଙ୍କ ସହ ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ |

 

Facebook Comments

Leave a Reply

Your email address will not be published. Required fields are marked *