ଷଣ୍ଢ ଚୋରି ଅଭିଯୋଗରେ ଯୁବକଙ୍କୁ ସର୍ବସମ୍ମୁଖରେ ପିଟିଲା ପୁଲିସ୍

ପୁରୀ : ଷଣ୍ଢ ଚୋରି ଅଭିଯୋଗରେ ଜଣେ ଯୁବକଙ୍କୁ ସର୍ବସମ୍ମୁଖରେ ପୁଲିସ୍‌ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏଭଳି କିଛି ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ଡେଲାଙ୍ଗ ମୁନିଁଦା ଗାଁରେ।

ଅଭିଯୋଗ ଅନୁସାରେ, ସଂପୃକ୍ତ ଯୁବକ ମୁନିଁଦା ଗାଁରୁ ଏକ ଷଣ୍ଢ ଚୋରି କରୁଥିବା ଅଭିଯୋଗ ହୋଇଥିଲା । ଏହାକୁ ନେଇ ଗାଁଲୋକେ ତାଙ୍କୁ ଖୁଣ୍ଟରେ ବାନ୍ଧି ରଖିଥିଲେ । ଡେଲାଙ୍ଗ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଯୁବକଙ୍କୁ ଉଦ୍ଧାର କରିଥିଲା । ଏହାପରେ ପୁଲିସ୍‌ ଗାଁ ଲୋକଙ୍କ ଉପସ୍ଥିତିରେ ସମ୍ପୃକ୍ତ ଯୁବକଙ୍କୁ ଚାପୁଡ଼ା ମାରିଥିବା ଅଭିଯୋଗ ହୋଇଛି।ଯାହାର ଭିଡିଓ ଏବେ ସୋଶାଲ ମିଡିଆରେ ଭାଇରାଲ୍ ହୋଇଛି ।

ତେବେ ସର୍ବ ସମ୍ମୁଖରେ ଏପରି ବ୍ୟବହାରକୁ ନେଇ ଏବେ ପୁଲିସ୍‌ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠିଛି। ଘଟଣାକୁ ନେଇ ଡେଲାଙ୍ଗ ପୁଲିସ୍‌ର ପ୍ରତିକ୍ରିୟା ମିଳିପାରିନି।

Leave a Reply

Your email address will not be published. Required fields are marked *