ଶ୍ରୀଜଗନ୍ନାଥ ଓ ଜାତୀୟ ସଂହତି, ଜୀବନ ଜୀବିକା ଉପରେ ଓଡ଼ିଆ ଜାତୀୟ ସମ୍ମିଳନୀର ଅନଲାଇନ ଆଲୋଚନା ଚକ୍ର.

ଗତ ଦୁଇ ବର୍ଷ ଧରି କରୋନା ଦାଉରେ ସାରା ବିଶ୍ୱ ହନ୍ତସନ୍ତ, ଜୀବନ ଜୀବିକା ବିପର୍ଯ୍ୟସ୍ତ. ଏ ପରିପ୍ରେକ୍ଷୀରେ ଶ୍ରୀମନ୍ଦିର ପରମ୍ପରାରେ ସମସ୍ତଙ୍କୁ ବୃତ୍ତି ଦେଇ ରୋଜଗାରକ୍ଷମ କରିବାରେ ଯେଉଁ ବ୍ୟବସ୍ଥା ରହିଛି ତାକୁ ଲୋକଙ୍କୁ ଜଣାଇବା ପାଇଁ ଅନୁଷ୍ଠାନର କାର୍ଯ୍ୟକାରୀ ସଭାପତିଶ୍ରୀକାନ୍ତ ଦାଶଙ୍କ ଅଧ୍ୟକ୍ଷତାରେ ୱେବିନାର 18/7/2021 ସନ୍ଧ୍ୟାରେ ଆୟୋଜିତ ହୋଇଯାଇଛି|. ଏଥିରେ “ଆମ ମାତୃଭାଷା ସଙ୍ଘ “ପାଟଣା ଗଡ଼, ବଲାଙ୍ଗୀର ର ସଭାପତି ଶ୍ରୀମାନ ରାଜେଶ କୁମାର ଶତପଥୀ “ଶ୍ରୀଜଗନ୍ନାଥ ଓ ଜାତୀୟ ସଂହତି “ବକ୍ତବ୍ୟ ରଖିଥିଲେ.|ପ୍ରାଥମିକ ସ୍ତରରୁ ପିଲାଙ୍କୁ ଜଗନ୍ନାଥଙ୍କ ସଂସ୍କୃତି, ପରମ୍ପରା ଉପରେ ଶିକ୍ଷା ଦେବାକୁ ସରକାରଙ୍କୁ ପରାମର୍ଶ ଦେଇଥିଲେ|ଗୁରୁକୁଳ ଶିକ୍ଷୟିତ୍ରୀ ଶ୍ରୀମତୀ ନିହାରିକା ରାଉତରାୟ ଜଗନ୍ନାଥତତ୍ତ୍ୱ ଉପରେ ସଂକ୍ଷିପ୍ତ ବକ୍ତବ୍ୟ ରଖିଥିଲେ|. କବୟିତ୍ରୀ ଶ୍ରୀମତୀ ଜୁଲି ରାଣି ଦାଶ ସ୍ୱରଚିତଭକ୍ତିସଂଗୀତ ଆବୃତ୍ତି କରିଥିଲେ|ସମ୍ମିଳନୀର ଉପଦେଷ୍ଟା ପ୍ରାଧ୍ୟାପକ ମନୋରଞ୍ଜନ ଦାସ “ଜାତୀୟ ସଂହତି ଓ ଶ୍ରୀଜଗନ୍ନାଥ”ଉପରେ ତତ୍ତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ|ସଂସ୍କୃତି ଗବେଷକ ଡ଼ଃ ପୀତବାସ ରାଉତରାୟ “ଆମ ଜୀବନ ଜୀବିକାରେ ଶ୍ରୀଜଗନ୍ନାଥ”ଉପରେ ସଂକ୍ଷିପ୍ତ ତଥା ସମୟୋପଯୋଗୀ ବକ୍ତବ୍ୟ ରଖିଥିଲେ |
ସମ୍ପାଦକ ଶ୍ରୀ ନିରାକାର ବେଉରା କାର୍ଯ୍ୟକ୍ରମର ସୂଚନା ଦେବା ସହିତ ଆଉଥରେ ଜୀବନ, ଜୀବିକା ଓ ଅର୍ଥନୀତିର ସୁଧାର ପାଇଁକାର୍ଯ୍ୟକ୍ରମ କରିବାପାଇଁ ପ୍ରସ୍ତାବ ଦେଇଥିଲେ|
ଶ୍ରୀମନ୍ଦିର ପରମ୍ପରାରେ ଯୋଡ଼ିହୋଇ ରହିଛି ଆମର କୃଷି, ଶିକ୍ଷା, ସଂସ୍କୃତି, ସ୍ୱାସ୍ଥ୍ୟ, ବ୍ୟଞ୍ଜନ, ବିଜ୍ଞାନ, ରୀତିନୀତି, ଶରୀର ତତ୍ତ୍ୱ, କଳା,ନୃତ୍ୟ, ସଂଗୀତ, ସ୍ଥାପତ୍ୟ, ପରିଚାଳନା ବିଦ୍ୟା ଇତ୍ୟାଦି ବୋଲି ସଭାପତି ଶ୍ରୀକାନ୍ତ ଦାଶ ମତ ଦେଇଥିଲେ |ଶେଷରେ ସଂଗଠନ ସମ୍ପାଦକ ଶ୍ରୀ ପ୍ରଣବ ଛୋଟରାୟ ଏଭଳି ନିଆରା କାର୍ଯ୍ୟକ୍ରମ ସମ୍ମିଳନୀକରି ଆମର ଉନ୍ନତସଂସ୍କୃତି ବିଷୟରେ ଲୋକଙ୍କୁ ଜଣାଇବାକୁ ମତ ଦେବା ସହିତ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ.
କାର୍ଯ୍ୟକ୍ରମରେ ଯୋଗଦେଇଥିବା ସଦସ୍ୟ ମାନେ ହେଲେ ଅନ୍ତର୍ଯ୍ୟାମୀ ମିଶ୍ର, ଶୀର୍ଷମୟ ମହାପାତ୍ର, ନୀରଦ ବରଣ ଖୁଣ୍ଟିଆ, ସରୋଜିନୀ ପରମଗୁରୁ, ବିନୋଦିନୀ ଦେବୀ, ହରିହର ପାଣିଗ୍ରାହୀ, ସୁବଳ ସାଗର, ଟିକନ ବେହେରା, ଡ଼ଃ କୁଳମଣି ନାୟକ, ଶ୍ରୀଯୁକ୍ତ ଦାଶରଥି ସାମନ୍ତରାୟ, ଅନିଲ ମିଶ୍ର, ବିନ୍ଦୁପ୍ରଭାହୋତା, ବସନ୍ତ ଖିଲାର, ଦେବେନ୍ଦ୍ର ଚକ୍ର, ମଞ୍ଜୁ ତ୍ରିପାଠୀ, ଦେବଶ୍ରୀ ଦାଶ, ରାଜଶ୍ରୀ ତ୍ରିପାଠୀ , ପ୍ରତିଭା ଦାଶ, ସୁରେଶ ବାରିକ, ଉମେଶ ସାହୁ, ଡ଼ଃ ଅମୀୟ ମହାନ୍ତି, ଡ଼ଃ ବିନୟ ଭୂଷଣ ମହାପାତ୍ର, ଜନ୍ମେଜୟ ପୁରୋହିତ, ସୋନାଲି ପାଣିଗ୍ରାହୀ, ଶୁଚିସ୍ମିତା ପଣ୍ଡା ଓ ଡ଼ଃ ସୁବ୍ରତ ପୃଷ୍ଟି |

Facebook Comments

Leave a Reply

Your email address will not be published. Required fields are marked *