“21 Welcome 21″କଳା ଶିବିରର ସମlପନ ସମାରୋହ

କଳା ଶିବିର ଶିଳ୍ପୀ ମାନଂକୁ ଉତ୍ସାହିତ କଲା, କଳାର ନୂତନତା ଆଣିବାପାଇଁ l

ଭୁବନେଶ୍ୱର : ଇଷ୍ଟର୍ନ ଫାଉଣ୍ଡେସନ ଅଫ ଆର୍ଟ ଏଣ୍ଡ କଲଚର ଦ୍ୱାରା ଆୟୋଜିତ “21 welcome 21″ଶୀର୍ଷକ 4 ଦିବସୀୟ ଅନଲାଇନ କଳାଶିବିର ଆଜି ଶେଷ ଦିନରେ ୱେବିନେର ଜରିଆରେ ଉଦଯାପନୀ ସମାରୋହ ଆୟୋଜିତ ହୋଇଯାଇଛି l ଏହି କାର୍ଯ୍ୟକ୍ରମକୁ ଫାଉଣ୍ଡେସନ ର ସଦସ୍ୟ କେଶବ ବର୍ଣ୍ଣଅତି ପରିଚାଳନା କରିଥିଲେ l ଇଷ୍ଟର୍ନ ଫାଉଂଡେସନର ସଭାପତି ପ୍ରଦୀପ୍ତ ଦାସ ସମସ୍ତ ଚିତ୍ରଶିଳ୍ପୀ ଙ୍କୁ ସାଧୁବାଦ ଦେବାସହିତ ନୂଆ ବର୍ଷର ମଙ୍ଗଳ କାମନା କରିଥିଲେ l ଚିତ୍ରଶିଳ୍ପୀମାନେ ସମାଜ ଓ କଳାର ଉନ୍ନତିପାଇଁ ପ୍ରତିକାରବଦ୍ଧ ରହିବା ଦରକାର l ଏହା ଦ୍ୱାରା ସମାଜକୁ ନୂଆ ଦିଗଦର୍ଶନ ମିଳିପାରିବ l ଶିଳ୍ପୀମାନଙ୍କ ଦ୍ୱାରା ନିର୍ମିତ କଳାକୃତି ର ଭୂୟସୀ ପ୍ରଶଂସା କରିଥିଲେ I ଦିଲ୍ଲୀ ର ଚିତ୍ରଶିଳ୍ପୀ ଡ଼ଃ ନିରଜା ପିଟର୍ସ ଇ. ଏଫ. ଏ. ସି ର ନିସ୍ଵାର୍ଥ ପ୍ରୟାସଯୋଗୁଁ ମହାମାରୀ ସମୟରେ ଭାରତବର୍ଷ ର ଶିଳ୍ପୀମାନ ନୂଆ କାମକରିବାର ପ୍ରେରଣା ପାଇଲେ l ଏହା 2021 ପାଇଁ ଏକ ଶୁଭାରମ୍ଭ ଅଟେ l ଚଣ୍ଡିଗଡ଼ କଳା ମହାବିଦ୍ୟାଳୟର ଅଧ୍ୟାପକ ଲକ୍ଵିନ୍ଦେର ସିଂ କଳା ଶିବିର ସମସ୍ତଙ୍କୁ ଶକ୍ତିପ୍ରଦାନ କରିଛି ବୋଲି କହିବାସହିତ ଗ୍ରାଫିକସର ନୂଆ ଟେକନିକ ବିଷୟରେ ଆଲୋଚନା କରିଥିଲେ l ଓଡିଶାର ବରିଷ୍ଠ ଚିତ୍ରଶିଳ୍ପୀ ପଞ୍ଚାନନ ସାମଲ ଏହି ଅନଲାଇନ ଶିବିର ଦ୍ୱାରା ଭାରତର ବିଭିନ୍ନ ପ୍ରାନ୍ତରେ ଶିଳ୍ପୀମାନେ ଥାଇମଧ୍ୟ ଗୂଗୁଲ ପ୍ଲାଟଫରମ ରେ ସମସ୍ତେ ନିଜର ଭାବନା କୁ କ୍ୟାନଭାସରେ ପ୍ରକାଶକରି କଳାଚର୍ଚ୍ଚା କରିପାରିଛନ୍ତି ବୋଲି ମତବ୍ୟକ୍ତ କରିଥିଲେ l ନୋଇଡାର ପ୍ରଲୋୟ କୁଣ୍ଡୁ ଏହି କାର୍ଯ୍ୟକ୍ରମର ଭୁରି ଭୁରି ପ୍ରଶଂସା କରିଥିଲେ l ଅନ୍ୟ କଳାକାର ଯଥା ଆର୍ଯ୍ୟପ୍ରଜ୍ଞା,କିଶୋର ନାୟକ, ଅନୁପମା ଦେ, କାମିନୀକାନ୍ତ ସ୍ୱାଇଁ, ଡ଼ଃ ଶାଳିନୀ ସିଂ,ମାନସ ଦାସ, ମାନସୀ ସାଗର ,ଟିକମ ଖଣ୍ଡପ୍ପା,ସୁଧାକର ସେଠି, ସ୍ଵାତି ଜୈନ,ରାଜା ଗୋପାଳ, ସନ୍ଦୀପ ଦେବ,ରଘୁନାଥ ଜେନା ଦେବଦତ୍ତ ସାହୁ ,ଅରୁଣ ଚନ୍ଦ୍ର ବର୍ମଣ, ଅଜୟସିଂ ରାଜପୁରୋହିତ ପ୍ରଭୃତି ନିଜର ମତବ୍ୟକ୍ତ କରିଥିଲେ l ଏହି ଶିବିର ରେ ବାଲେଶ୍ୱର ଚାରୁକଳା ମହାବିଦ୍ୟାଳୟ ର ଅଧକ୍ଷ୍ୟ ନିକୁଞ୍ଜ ବିହାରୀ ଦାସ ଓଡିଆ ପରମ୍ପରାର କଥାବସ୍ତୁ ତପୋଇ ଉପରେ ଚିତ୍ରଆଙ୍କି ପ୍ରଶଂସିତ ହୋଇଥିଲେ l ଫାଉଣ୍ଡେସନ ର ସଭ୍ୟ ୟାଥୀଶ କସରଗଡ଼ ଏହି ଶିବିର ପୂର୍ଣ୍ଣ ମାତ୍ରାରେ ସଫଳ ହୋଇଛି ବୋଲି କହିଥିଲେ l ସମ୍ପାଦକ ମନୋଜ ଷଣ୍ଢ ସମସ୍ତ କଳାକାର ଓ ସାମ୍ବାଦିକ ମାନଙ୍କୁ ଧନ୍ୟବାଦ ଦେଇଥିଲେ l

Facebook Comments

Leave a Reply

Your email address will not be published. Required fields are marked *