ସାମାଜିକ ପରିବର୍ତ୍ତନର ବାର୍ତ୍ତାବହ ସାଜିଛି ସତ୍ୟଭାମାଙ୍କ ତୁଳୀ

ଭୁବନେଶ୍ୱର : ତରୁଣୀ ଶିଳ୍ପୀଟିଏ ମନରେ ଅନେକ ଭାବନା,ସାମାନ୍ୟ କିଛି ରଙ୍ଗ ଓ ତୁଳୀକୁ ସମ୍ବଳ କରି ଦୀର୍ଘ 20 ବର୍ଷର ଯାତ୍ରୀ ପାଲଟିଥିବା “ସତ୍ୟଭାମା” ଖୁବ କମ ବୟସରୁ ସଫଳତାର ଶୀର୍ଷରେ ପହଞ୍ଚି ପାରିଥିଲେ । ସମାଜର ପରିବର୍ତ୍ତନକୁ ଦେଖି ସେ ଆଙ୍କି ଚାଲୁଥିଲେ ଖୁବ ସୁନ୍ଦର ସୁନ୍ଦର ଚିତ୍ର। ସମାଜ ଏବଂ ସମାଜର ଚତୃପାର୍ଶ୍ଵରେ ଘଟୁଥିବା ପରିବର୍ତ୍ତନକୁ ନେଇ ସେ ତାଙ୍କ ରଙ୍ଗର ତୁଳିଲେ ଦେଉଥିଲେ ଜୀବଦାନ। ସତ୍ୟଭାମାଙ୍କ ଜନ୍ମ ରାଜ୍ୟ ରାଜଧାନୀ ଭୁବନେଶ୍ବରରେ, ଭୁବନେଶ୍ୱର ପାଣି ପବନ ଗଛ ଲତା କୁ ଦେଖି ସେ ତାହାରି କୋଳରେ ହିଁ ବଡ଼ ହୋଇଛନ୍ତି ଆଉ ଖୁବ ସାନ ଦିନୁ ସେ ନିରକ୍ଷଣ କରୁଥିଲେ ରାଜଧାନୀ ଭୁବନେଶ୍ବର କିପରି ସମୟ ସହିତ ପରିବର୍ତ୍ତନ ହେଉଛି। ରାଜଧାନୀ, ଆଉ ରାଜଧାନୀର କୋଳରେ ଥିବା ଭରା ଜଙ୍ଗଲ, ବନ,ସବୁଜିମା କିପରି ପରିବର୍ତ୍ତନ ହୋଇ ତାର ଉନ୍ନତି ହେଉଥିଲା । ଯାହା ତାଙ୍କୁ କରୁଥିଲା ଆତ୍ମବିଭୋର ଆଉ ଆପେ ଆପେ ତାଙ୍କ ରଙ୍ଗର ତୁଳୀରେ ଆଙ୍କି ହେଉଥିଲା ସେହି ବଣ ଜଙ୍ଗଲ ଏବଂ ଗଛ ଲତାର ଚିତ୍ର ଏବଂ ସମାଜର ଉନ୍ନତି ସମାଜକୁ ଅନେକ ବାର୍ତା ଏବଂ ମନୋରଞ୍ଜନ ପାଇଁ ମଧ୍ୟ ଆଙ୍କୁଥିଲେ ଖୁବ ସୁନ୍ଦର ମନଲୋଭା ଚିତ୍ର।

ପିଲାଦିନେ ତୃତୀୟ ଶ୍ରେଣୀରେ ପାଠ ପଢ଼ୁଥିବା ସମୟରେ ସତ୍ୟଭାମାଙ୍କ ଭିତରେ ଥିବା ଚିତ୍ରକଳା ପ୍ରସ୍ପୁଟିତ ହୋଇଥିଲା,କଥାରେ ଅଛି ଗୁଣ ଚିହେଁ ଗୁଣିଆ ସୁନା ଚିହେଁ ବଣିଆ,ଠିକ ସେମିତି ସତ୍ୟଭାମାଙ୍କ ଭିତରେ ଥିବା ପ୍ରତିଭାକୁ ଚିହ୍ନି ପାରିଥିଲେ ସତ୍ୟଭାମା ପଢୁଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ର ଶିକ୍ଷୟିତ୍ରୀ।ପରେ ସେହି ଶିକ୍ଷୟିତ୍ରୀ ଜଣଙ୍କ ସତ୍ୟଭାମାଙ୍କ ପିତାଙ୍କୁ ଡାକି ଜଣାଇଥିଲେ ସତ୍ୟଭାମା ଙ୍କ ଭିତରେ ଥିବା ପ୍ରତିଭାକୁ। ତା ପରେ ପରିବାରର ଉତ୍ସାହରେ ସତ୍ୟଭାମା ଙ୍କ ରଙ୍ଗର ତୁଳୀ ଧୀରେ ଧୀରେ ଅଧିକରୁ ଅଧିକ ଆଙ୍କିବାକୁ ଲାଗିଲା ଆଉ ପରିବାରର ପ୍ରେରଣାରେ ସତ୍ୟ ଭାମା ଭୁବନେଶ୍ୱରର ଏକ ଆର୍ଟ ବିଦ୍ୟାଳୟ ରେ ଚିତ୍ରକଳା ଶିଖିଲେ। ଛାତ୍ରୀ ଜୀବନରୁ ସତ୍ୟଭାମା ଅନେକ ପ୍ରତିଯୋଗିତାରେ ଭାଗ ନେଇ ରାଜ୍ୟ ବାହାରୁ ମଧ୍ୟ ଅନେକ ଗୁଡିଏ ପୁରସ୍କାର ଲାଭ କରିଛନ୍ତି। ଯାହା ତାଙ୍କର ଉତ୍ସାହ କୁ ଆହୁରୀ ବଢ଼ାଉଥିଲା।ତା ପରେ ସମୟ ବଢିବା ସହିତ ସତ୍ୟଭାମା ଚିତ୍ରକଳା କୁ ନେଇ ଆଗେଇ ଚାଲିଥିଲେ ଗୋଟେ ପରେ ଗୋଟେ ପାହାଚ।

ରାଜଧାନୀ ଭୁବନେଶ୍ବର ରେ ପ୍ରାୟ ଅଧିକାଂଶ ସତ୍ୟଭାମା ଆଙ୍କିଥିବା ଚିତ୍ର ଦେଖିବାକୁ ପାଇବେ,ରସୁଲଗଡ଼,ରାଜମହଲ,କଟକ ଏବଂ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବାସଭବନରେ ମଧ୍ୟ ସତ୍ୟଭାମା ଆଙ୍କିଥିବାର ଚିତ୍ର ଆପଣ ଦେଖିପାରିବେ ଆଉ ଯେଉଁ ଚିତ୍ର ଦର୍ଶକଙ୍କ ମନକୁ ଖୁବ ଛୁଇଁଯାଏ। ଏହି ସୁନ୍ଦର ସୁନ୍ଦର ଚିତ୍ର ପାଇଁ ସେ ରାଜ୍ୟ ସ୍ତରୀୟ, ଆନ୍ତର୍ଜାତୀୟ ସ୍ତରରେ ବେଶ ଖ୍ୟାତି ଅର୍ଜନ କରିଛନ୍ତି। ସେ ଲାଭ କରିଛନ୍ତି ତାଙ୍କ ଜୀବନରେ ଚିତ୍ର କଳାକୁ ନେଇ ଅନେକ ସଫଳତା ଏବଂ ଅନେକ ପୁରସ୍କାର ଏବଂ ଅନେକ ସମ୍ମାନର ଅଧିକାରିଣୀ ହୋଇପାରିଛନ୍ତି।
କୋଡିଏ ବର୍ଷର ଏହି କଳାକୁ ସତ୍ୟଭାମା ନିଜ ଜୀବନର ଶେଷ ମୁହୁର୍ତ୍ତ ପର୍ଯ୍ୟନ୍ତ ବଜାୟୀ ରଖିବାକୁ ଇଚ୍ଛା ରଖିଛନ୍ତି। ସେ ଚିତ୍ରକଳା ବ୍ୟତୀତ ଫଟୋଗ୍ରାଫି କରନ୍ତି, ଏବଂ ସତ୍ୟଭାମା ଖାଲି ଜଣେ ଚିତ୍ରଶିଳ୍ପୀ ନୁହନ୍ତି ସେ ଜଣେ ଖୁବ ଭଲ ମଣିଷ ମଧ୍ୟ ଶିକ୍ଷା ଠାରୁ ବହୁ ଦୂରରେ ଥିବା ପିଲା ମାନଙ୍କ ପାଖରେ ପହଞ୍ଚି ଚେଷ୍ଟା କରନ୍ତି ତାଙ୍କୁ ମଧ୍ୟ ଶିକ୍ଷା କ୍ଷେତ୍ରରେ ଉନ୍ନତ କରିବାକୁ।

ସତ୍ୟଭାମା ଙ୍କ ପରିବାର କହିଲେ ବାପା ମା ପାଞ୍ଚ ଭଉଣୀ ଏବଂ ଗୋଟିଏ ଭାଇ। ପରିବାରରେ ସମସ୍ତଙ୍କ ଭିତରେ ବିଭିନ୍ନ ପ୍ରକାର କଳା ଅଛି।
ସତ୍ୟଭାମା କୁହନ୍ତି ଜୀବନରେ ସବୁକ୍ଷେତ୍ରରେ କଷ୍ଟ ଅଛି ଯନ୍ତ୍ରଣା ଅଛି ହେଲେ ଯଦି ଆମେ ସେହି କଷ୍ଟ ଯନ୍ତ୍ରଣା କୁ ସମ୍ନା କରି ଆଗକୁ ଯିବା ତାହାଲେ ସଫଳତାର ଶୀର୍ଷରେ ନିଶ୍ଚିତ ପହଞ୍ଚି ପାରିବା।

ପ୍ରସ୍ତୁତି : ପ୍ରତୀକ୍ଷା ପ୍ରିୟଦର୍ଶିନୀ ସାମଲ

Facebook Comments

Leave a Reply

Your email address will not be published. Required fields are marked *