ନିଜର ପ୍ରଚେଷ୍ଟା ବଳରେ ଟେରାକୋଟା ମନ୍ଦିର ନିର୍ମାଣର ସ୍ବପ୍ନ ଦେଖିଛନ୍ତି ଯୁବଶିଳ୍ପୀ ନରୋତ୍ତମ।

ଭୁବନେଶ୍ୱର : କିଛି ନୂଆ କରିବାର ଇଚ୍ଛା ଓ ସେଥିରେ ନିଆରାପଣର ଛାଞ୍ଚ ଦେବାର ଅନୁଭୁତି ଖୁବ୍ କମ୍ ଦେଖିବାକୁ ମିଳେ । ମାତ୍ର ଏହାକୁ ସତ କରି ଦେଖାଇଛନ୍ତି କଳିଙ୍ଗ କଳା ମହାବିଦ୍ୟାଳୟର ଅଧ୍ୟାପକ ନରୋତ୍ତମ ଦାସ । କେନ୍ଦ୍ରାପଡାରେ ଜନ୍ମିତ ନରୋତ୍ତମ ସପ୍ତମ ଶ୍ରେଣୀରେ ପଢ଼ୁଥିବା ସମୟରେ ନିଜର ମାଆଙ୍କ ଠାରୁ ଅନୁପ୍ରାଣିତ ହୋଇ ଚିତ୍ରକଳା ପ୍ରତି ଆଗ୍ରହ ବଢାଇଥିଲେ । ନିଜର ଗୁରୁ ଦେବରାଜ ସାହୁ ଓ ଦାଦାଙ୍କ ଆର୍ଥିକ ସାହାଯ୍ୟ ଓ ପ୍ରେରଣା ପାଇ ଦଶମ ଶ୍ରେଣୀ ପରେ ଗଣ୍ଡମୁଣ୍ଡା ସ୍ଥିତ Handicraft cottage institutions ଠାରେ ଟେରାକୋଟା ବିଭାଗରେ ନାମ ଲେଖାଇ ଥିଲେ । ଏହାପରେ ଧଉଳିସ୍ଥିତ ଚରୁକଳା ମହାବିଦ୍ୟାଳୟରୁ ସ୍ନାତକ ଡିଗ୍ରୀ ହାସଲ କଲେ ନରୋତ୍ତମ । ଏହା ସହ ସେ ଚଣ୍ଡୀଗଡ଼ ବିଶ୍ୱବିଦ୍ୟାଳୟରୁ ଚିତ୍ରକଳାରେ ଡିପ୍ଲୋମା ଡିଗ୍ରୀ ହାସଲ କରିଛନ୍ତି । ଏହା ପରେ ଭଦ୍ରାବତୀରେ ମଧ୍ୟ ସୂଚନାକାର ରୂପେ ଚାକିରି କରିଥିଲେ।

ପ୍ରାଚୀନତାରୁ ଜନ୍ମ ସେରାମିକ୍-

ନରୋତ୍ତମଙ୍କ ମତରେ ପ୍ରାଚୀନ ମହେଞ୍ଜୋଦରୋରୁ ମଧ୍ୟ ସେରାମିକ୍ କଳାର ଅଂଶ ବିଶେଷ ମିଳିଛି । ଏହା ଛଡା ବିଷ୍ଣୁପୁରରେ ମଧ୍ୟ ଟେରାକୋଟା ମନ୍ଦିର ମଧ୍ୟ ରହିଛି । ତେଣୁ ସେରାମିକ୍ ର ଜନ୍ମ ପ୍ରାଚୀନତାରୁ କହିଲେ ଅତ୍ୟୁକ୍ତି ହେବ ନାହିଁ। ନିଜର କାମରେ ଲୋକକଳା ଓ ସଂସ୍କୃତିର ଛାପ ଦେଇଥାନ୍ତି ନରୋତ୍ତମ।ନିଜର ସେରାମିକ୍ କଳାରେ ପୌରାଣିକ ପଦ୍ଧତି ଆପଣାଇବା ସହିତ ଲୋକକଳା ସଂସ୍କୃତିର ଛାପ ଦିଅନ୍ତି। ନରୋତ୍ତମ ସେରାମିକ୍ ଦ୍ୱାରା ବିଭିନ୍ନ କପ୍,ପ୍ଲେଟରେ ବିଭିନ୍ନ ଚିତ୍ର ମଧ୍ୟ ଆଙ୍କିଥାନ୍ତି।

ପ୍ରେରଣା,ପୁରସ୍କାର,ପ୍ରଦର୍ଶନୀ,ଶିବିର,ସଂଗ୍ରହ ।

ନିଜର ସମସାମୟିକ ଶିଳ୍ପୀ ଓ ନିଜର ଗୁରୁଙ୍କୁ ନିଜର ପ୍ରେରଣା ମନେକରନ୍ତି ନରୋତ୍ତମ ।ସେମାନେ ହେଲେ ଗୁରୁ ଦେବରାଜ ସାହୁ, ତାରକାନ୍ତ ପରିଡା,ନାରାୟଣ ପ୍ରସାଦ ସାହୁ ଯେଉଁ ମାନଙ୍କୁ ଠାରୁ ସେ ସବୁ କ୍ଷେତ୍ରରେ ସାହାଯ୍ୟ ଓ ସହଯୋଗ ପାଇଛନ୍ତି।
ନିଜର କଠିନ ପରିଶ୍ରମ ଓ ଚେଷ୍ଟା ବଳରେ ଅନେକ ପ୍ରସଂଶା ସାଉଁଟିବା ସହ ଓଡ଼ିଶାକୁ ନିଜର କଳା ମାଧ୍ୟମରେ ଭାରତବର୍ଷରେ ସମ୍ମାନିତ ମଧ୍ୟ କରିଛନ୍ତି।
ଜାତୀୟ ପୁରସ୍କାର-ଓଡ଼ିଶା ମଡର୍ଣ୍ ଆର୍ଟ୍ ଗ୍ୟାଲେରୀ ୨୦୧୭
କଳାନନ୍ଦ ପୁରସ୍କାର-୨୦୧୬-୧୭
ରାଜ୍ୟ ଟେରାକୋଟା ପୁରସ୍କାର-୧୯୯୭
ସର୍ବ ଭାରତୀୟ ଟେରାକୋଟା ପ୍ରତିଭା ପୁରସ୍କାର
(ଦକ୍ଷିଣ କେନ୍ଦ୍ରୀୟ ସାଂସ୍କୃତିକ କେନ୍ଦ୍ର)୧୯୯୬

ଶିବିର-
ସର୍ବଭାରତୀୟ ଟେରାକୋଟା କର୍ମଶାଳା-ଶିଳ୍ପଗ୍ରାମ
ଖଜୁରାହୋ ୨୦୦୦,୨୦୦୧ SCZCC ନାଗପୁର।
ଟେରାକୋଟା ଶିବିର-ରାଷ୍ଟ୍ରୀୟ ଲଳିତକଳା ଏକାଡେମୀ

ପ୍ରଦର୍ଶନୀ-
ଲଳିତ କଳା ଏକାଡେମୀ-ଦିଲ୍ଲୀ ୨୦୨୦
ରାଜ୍ୟ ଲଳିତ କଳା ଏକାଡେମୀ-୨୦୧୯
ରାଜ୍ୟ କୋଣାର୍କ ମହୋତ୍ସବ-୧୯୯୫
ହୁମ୍ମା ଲବଣ ଉତ୍ପାଦନ ସଂଘ-୧୯୯୫
ରାଜ୍ୟ ହସ୍ତକଳା ପ୍ରତିଯୋଗିତା-୧୯୯୫
ARK ଗ୍ୟାଲେରୀ-ପୁନେ ୨୦୧୩
ASK ଗ୍ୟାଲେରୀ-ବମ୍ବେ ୨୦୧୨
White art gallery-ତାମିଲନାଡୁ୨୦୧୨
ବିଶ୍ୱ କଳା ଦିବସ-୨୦୨୦

ସଂଗ୍ରହ-
ରାଷ୍ଟ୍ରୀୟ ଲଳିତକଳା ଏକାଡେମୀ,ଶିଳ୍ପଗ୍ରାମ, ଖଜୁରାହୋ।
ଭାରତ ଓ ବିଦେଶରେ ଡିଯାଇନ୍ ବିକାଶ କାର୍ଯ୍ୟକ୍ରମ।

ବର୍ତ୍ତମାନ ସମୟରେ ସରକାର କଳା କ୍ଷେତ୍ରପ୍ରତି ଧ୍ୟାନ ଦେଉ ନାହାନ୍ତି।ଏହା ଛଡା ମୃତ୍ତିକା,ସେରାମିକ କଳାକୁ ଶିକ୍ଷା କ୍ଷେତ୍ରରେ ସାମିଲ କରାଗଲେ ଛାତ୍ରଛାତ୍ରୀ ଉପକୃତ ହେବେ ଏହା ସହିତ ଏହାକୁ ନେଇ ପିଲାମାନେ ଭବିଷ୍ୟତରେ ଆତ୍ମସ୍ୱାବଲମ୍ବୀ ହୋଇ ପାରିବେ ବୋଲି କହିଛନ୍ତି ନରୋତ୍ତମ।ଏହା ସହ ଏହି କଳା ଯେଉଁ ସମ୍ବନ୍ଧ ଶିକ୍ଷା ମିଳୁଛି ସେଥିରେ ଉପଯୁକ୍ତ ସାଧନ, ଭିତ୍ତିଭୂମି ଓ ଶିକ୍ଷାର କମି ରହୁଛି।ତେଣୁ ଏଥିରେ ଆମୁଳଚୂଳ ପରିବର୍ତ୍ତନ ଆବଶ୍ୟକ।କୁମ୍ଭାର ନିଜର କୌଳିକ ବୃତ୍ତିକୁ ବର୍ତ୍ତମାନ ବିଭିନ୍ନ କାରଣ ଯୋଗୁ ହରାଇ ବସୁଛି,ଯାହା ଫଳରେ ଏହି କଳାର ଅବନତି ଘଟୁଛି,ଅପରପକ୍ଷରେ ସାଧାରଣ ବର୍ଗର ଲୋକମାନେ ଏହି ଦିଗ ସମ୍ବନ୍ଧୀୟ ଶିକ୍ଷା ପାଇ ଏହାକୁ ବୃତ୍ତି ରୂପେ ଗ୍ରହଣ କରୁଛନ୍ତି, ତେଣୁ ସେମାନଙ୍କୁ ସାହାଯ୍ୟ ସହଯୋଗ ମିଳିବା ଆବଶ୍ୟକ ବୋଲି ମନେ କରନ୍ତି ନରୋତ୍ତମ।

ଭବିଷ୍ୟତରେ ନିଜର ଉଦ୍ୟମ ଓ ଚେଷ୍ଟା ବଳରେ ଏକ ଟେରାକୋଟା ମନ୍ଦିର ପ୍ରତିଷ୍ଠା କରିବାର ଲକ୍ଷ ରଖିଛନ୍ତି ଯୁବଶିଳ୍ପୀ ନରୋତ୍ତମ।

ପ୍ରସ୍ତୁତି : ଦେବୀପ୍ରସାଦ ରଥ

Facebook Comments

Leave a Reply

Your email address will not be published. Required fields are marked *