ପାଶ୍ଚାତ୍ୟ କଳାର ପ୍ରଭାବରେ ଭାରତୀୟ କଳାର ବ୍ୟବହାରିତା କମିନଯାଉ : ଶିଳ୍ପୀ ପ୍ରତାପ ଜେନା

ଭୁବନେଶ୍ୱର : ପିଲାବେଳେ ଗାଁର କାର୍ତ୍ତିକେଶ୍ୱର ମୂର୍ତ୍ତି ନିର୍ମାଣ ଓ ରଙ୍ଗତୁଳୀର ଯାଦୁକରୀ ଦେଖି ଦେଖି ବଡ଼ ହେଲେ ଏକ ଶିଳ୍ପୀ ହେବାର ସ୍ୱପ୍ନ ଦେଖିଥିଲେ।ପ୍ରାରମ୍ଭରୁ ପିତାମାତାଙ୍କ ପ୍ରେରଣା ସହ ପାରିପାର୍ଶିକ ପରିସ୍ଥିତି ଦ୍ୱାରା ଗଭୀର ଭାବରେ ପ୍ରଭାବିତ ହୋଇ ସେ ଆଗକୁ ବଢ଼ିବାରେ ଲାଗିଲେ। ବର୍ତ୍ତମାନ କଳା ଜଗତରେ ନିଜର ଏକ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିବା ସହ ଅନ୍ୟପାଇଁ ସାଜିଛନ୍ତି ପ୍ରେରଣା | ସେ ହେଉଛନ୍ତି ଭାସ୍କର୍ଯ୍ୟଶିଳ୍ପୀ ପ୍ରତାପଚନ୍ଦ୍ର ଜେନା। ପ୍ରତାପ ବର୍ତ୍ତମାନ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରେ ଅତିଥି ଅଧ୍ୟାପକ ରୂପେ କାର୍ଯ୍ୟରତ।ପ୍ରତାପ ବିଶ୍ୱଭାରତୀ ବିଶ୍ୱବିଦ୍ୟାଳୟରୁ ଭାସ୍କର୍ଯ୍ୟ କଳାରେ ସ୍ନାତକୋତ୍ତର ଡ଼ିଗ୍ରୀ ହାସଲ କରିଛନ୍ତି।

ପାରମ୍ପରିକ ଓ ଆଧୁନିକତାର ଛାପ ଶିଳ୍ପ କଳାରେ-

ପ୍ରତାପଙ୍କ ମତରେ:ଭାସ୍କର୍ଯ୍ୟ କଳା ଖୁବ୍ ପ୍ରାଚୀନ।ଓଡିଆଙ୍କ ବାର ମାସରେ ତେର ପର୍ବ।ତେଣୁ ବିଭିନ୍ନ ପର୍ବରେ ଦେବୀ ମୂର୍ତ୍ତି ନିର୍ମାଣ ହୁଏ,ଯାହା ପାରମ୍ପରିକ କଳା,ଏହା ସହିତ ମନ୍ଦିର ଖୋଦେଇ, କୁମ୍ଭାର କଳା ମଧ୍ୟ।ମାତ୍ର ଭାରତ ତଥା ଓଡ଼ିଶାରେ ବାହ୍ୟଦେଶ ବା ବିଦେଶୀ ଶିଳ୍ପୀ ଆସିବା ଦ୍ୱାରା ପାରମ୍ପରିକ ଚିତ୍ରକଳା ବା ଭାସ୍କର୍ଯ୍ୟ କାଳରେ ଖୁବ୍ ବ୍ୟାପକ ପରିବର୍ତ୍ତନ ଘଟିଲା।ଯାହାଦ୍ୱାରା ସମସାମୟିକ ସମୟରେ ମନୁଷ୍ୟ,ପଶୁପକ୍ଷୀକୁ ଇତ୍ୟାଦି କଳା ଉପାଦାନକୁ ନେଇ ଏକ ନୂଆ ଧାରା ଆରମ୍ଭ ହେଲା।ଏହା ସହିତ ବିଦେଶୀ ଶିଳ୍ପୀମାନେ ଭାରତୀୟ ଶିକ୍ଷା କ୍ଷେତ୍ରରେ ଏହାକୁ ସାମିଲ କଲେ ଯଥା-ମାଡ୍ରାସ,କଲିକତା,ପାଟନା ଇତ୍ୟାଦି।ପରବର୍ତ୍ତୀ ସମୟରେ ମାର୍ବଲ,ପଥର,3D,ସେରାମିକ୍ ଓ କ୍ଲେର ଚାହିଦା ବଢ଼ିବାରେ ଲାଗିଲା।ବର୍ତ୍ତମାନ ପ୍ରାୟତଃ ପାଶ୍ଚାତ୍ୟ କଳା ଅପେକ୍ଷା ଭାରତୀୟ କଳାର ବ୍ୟବହାର ଅପେକ୍ଷାକୃତ କମିଯାଇଛି ।

ବର୍ଜ୍ୟବସ୍ତୁକୁ ଦିଅନ୍ତି ସୁନ୍ଦର ରୂପ-

ଦିଲ୍ଲୀରେ ଏକ ଉତ୍ସବରେ ବର୍ଜ୍ୟବସ୍ତୁରୁ ସୁନ୍ଦର ମୂର୍ତ୍ତି ନିର୍ମାଣ କରି ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିଲେ।ଏହା ସହିତ ହକି ବିଶ୍ୱକପ୍ ୨୦୧୮ରେ ବିଭିନ୍ନ ନଟ୍ସରୁ ଏକ ମହିଳା କ୍ରୀଡାବିତ୍ ଙ୍କ ମୂର୍ତ୍ତି ନିର୍ମାଣ କରି ପ୍ରସଂଶାର ପାତ୍ର ସାଜିଥିଲେ।ଏହା ସହିତ ୧୦୦୦-୧୫୦୦ କୁଡୁଆ ଓ ବାଉଁଶରେ ବିଭିନ୍ନ ଦେବଦେବୀଙ୍କ ଫୋଟୋ ଯୋଡି ଏକ “କୋଟି ତୀର୍ଥ”କଳା(ଆର୍ଟ)ପ୍ରସ୍ତୁତ କରିଥିଲେ ପ୍ରତାପ।

ପ୍ରେରଣା, ପୁରସ୍କାର,ଶିବିର, ମେଳା,ପ୍ରଦର୍ଶନୀ-

ନିଜର ସମସାମୟିକ ଶିଳ୍ପୀ ଜଗନ୍ନାଥ ପଣ୍ଡାଙ୍କୁ ନିଜର ପ୍ରେରଣା ଭାବୁଥିବା ପ୍ରତାପ,ବିଶିଷ୍ଟ ଶିଳ୍ପୀ ଯତୀନ ଦାଶଙ୍କ ପ୍ରସଂଶାର ପାତ୍ର ମଧ୍ୟ ସାଜିଥିଲେ ଏକ ମେଳାରେ।
ପ୍ରଦର୍ଶନୀ-ଜାତୀୟ ପ୍ରଦର୍ଶନୀ ଦିଲ୍ଲୀ(୧୯୯୬)
ଜାତୀୟ ପ୍ରଦର୍ଶନୀ AIFACS(୧୯୯୧,୨୦୦୦)
ସଂସ୍କୃତି ଆର୍ଟ ଗ୍ୟାଲେରୀ, କଲିକତା(୨୦୧୦)
ଲଳିତକଳା ଏକାଡେ଼ମୀ, ଚଣ୍ଡୀଗଡ଼(୧୯୯୬)
ସର୍ବ ଭାରତୀୟ ଆର୍ଟିସ୍ଟ ଶିବିର-ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ
ଭାସ୍କର୍ଯ୍ୟକଳା ଶିବିର-ଶାନ୍ତିନିକେତନ,କଲିକତା
ମଡର୍ଣ ଆର୍ଟ ଗ୍ୟାଲେରୀ, ଭୁବନେଶ୍ୱର
ଇଣ୍ଡୋ ଜାପାନ ସିମ୍ପୋଜିୟମ ଇଦ୍ରପ୍ରସ୍ଥ
ଆର୍ଟ ସିମ୍ପୋଜିୟମ କଲିକତା।ଇତ୍ୟାଦି ଅନେକ।
Ministry of HRD, Government of India
Junior Research Fellow from Ministry of HRD
Govt. of India-1996 .
Camlin Scholarship-1993 .
Orissa Lalit Kala Akademi scholarship1993 .
State Award from AIFACS , New Delhi .
State award by Orissa Lalit Kala Akademi1994.
Alice Boner Memorial Award1991.
Works are in collection –
Lalit Kala Akademi New Delhi .
Jawaharlal Kala Kendra Jaipur Rajasthan.
Sahitya Kala Parishad, New Delhi .
Indo Japan Art symposium sculpture-
Indraprastha Park New Delhi .
ଏହି ସମସ୍ତ ପ୍ରତିଭାର ଅଧିକାରୀ ପ୍ରତାପ ଭବିଷ୍ୟତରେ”ସବୁ ଝିଅ ରେବତୀ” ଉପରେ ତାଙ୍କ କଳା ବର୍ତ୍ତମାନ ଯାହା ପ୍ରସ୍ତୁତି ପର୍ଯ୍ୟାୟରେ,ତାହାକୁ ଶେଷ କରି ସମାଜରେ ନାରୀମାନଙ୍କ ଅଧିକାର ଓ ସୁରକ୍ଷାର ବାର୍ତା ଦେବାକୁ ଚାହାନ୍ତି।ଏହା ସହିତ ଭବିଷ୍ୟତରେ ଏହି ଶିଳ୍ପ ଦୁନିଆକୁ ଆସୁଥିବା ପିଲାଙ୍କୁ ଏହି ପ୍ରେରଣା ଯେ-ଇଚ୍ଛାଶକ୍ତି,ଉତ୍ତମ ଶିକ୍ଷାର ଆବଶ୍ୟକ।ଯାହାଦ୍ୱାରା ପିଲାଟି ଭବିଷ୍ୟତରେ ଏହାକୁ ଆପଣାଇ ଭଲ ରୋଜଗାର ମଧ୍ୟ କରିପାରିବ।

ପ୍ରସ୍ତୁତି : ଦେବୀପ୍ରସାଦ ରଥ

Facebook Comments

Leave a Reply

Your email address will not be published. Required fields are marked *