ଦୈନନ୍ଦିନ ଜୀବନର ମୁହୂର୍ତ୍ତକୁ ଭିନ୍ନ ଏକ ରଙ୍ଗରେ କାନଭାସରେ ତୋଳି ଧରିବାର ଚେଷ୍ଟାରେ ସୁସ୍ମିତା

ଭୁବନେଶ୍ୱର : ସମସ୍ତ କଳା ମଧ୍ୟରୁ ଚିତ୍ରକଳା ହେଉଛି ଅନ୍ୟତମ।ଜଣେ ଚିତ୍ରକାର ତାର ତୂଳୀ ଦ୍ୱାରା ଦୈନନ୍ଦିନ ଜୀବନରେ ଘଟିଯାଉଥିବା ଅନେକ ଘଟଣାବଳୀକୁ ରୂପ ରଙ୍ଗ ଦେଇ ସଜ୍ଜିତ କରିଥାଏ।ଜୀବନର ଦୁଃଖ, ସୁଖ,ହସ,କାନ୍ଦକୁ ନେଇ ଯେପରି ଜଣେ କବି ଅନେକ କାବ୍ୟ କବିତା ସୃଷ୍ଟି କରିଥାଏ।ସେହିପରି ଚିତ୍ରକାର ମଧ୍ୟ ତାର ପାରିପାର୍ଶ୍ବିକ ପରିବେଶକୁ ନେଇ ହେଉ ଅବା ନିଜର ଜୀବନଶୈଳୀକୁ ନେଇ ହାତରେ ରଙ୍ଗ ତୂଳୀ ଧରି କାଗଜର ପ୍ରଚ୍ଛଦପଟରେ ଆଙ୍କିଦିଏ ନିଜ ମନର ଭାବନାକୁ।ସେହିପରି ଜଣେ ଯୁବ ଚିତ୍ରଶିଳ୍ପୀ ହେଉଛନ୍ତି ସୁସ୍ମିତା ସାହୁ ଯିଏକି ଖୁବ୍ କମ୍ ବୟସରେ ନିଜ ଜୀବନଶୈଳୀ ସହ ପାରିପାର୍ଶ୍ବିକ ଜୀବଜଗତକୁ ନେଇ ଅନେକ ଚିତ୍ର ଆଙ୍କିଛନ୍ତି ଯାହାକି ଯୁବପୀଢ଼ି ମାନଙ୍କ ପାଇଁ ପ୍ରେରଣାର ସ୍ରୋତ ସାଜିଛି।

ତୁଳସୀ ଦୁଇ ପତ୍ରରୁ ବାସିଲା ପରି ରାଜଧାନୀ ଭୁବନେଶ୍ୱରରେ ଜନ୍ମ ଗ୍ରହଣ କରିଥିବା ସୁସ୍ମିତା ସାହୁଙ୍କ ପ୍ରତିଭା ପିଲାବେଳୁ ହିଁ ମହକି ଉଠିଥିଲା।ସୁସ୍ମିତାଙ୍କ ବାପା ଜଣେ ଅବସରପ୍ରାପ୍ତ ରେଲୱେ କର୍ମଚାରୀ ହୋଇଥିବା ବେଳେ ମା ଜଣେ ଗୃହିଣୀ ଏବଂ ସାନ ଭାଇ ଓ ଭଉଣୀ କଲେଜ ଛାତ୍ର।ସୁସ୍ମିତା ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରରେ ଅଧ୍ୟୟନ କରୁଥିବା ବେଳେ ହିଁ ତାଙ୍କର ଚିତ୍ର ପ୍ରତି ଥିବା ଦୁର୍ବଳତା ଏବଂ ପ୍ରତିଭାକୁ ତାଙ୍କର ଗୁରୁ ମାପି ପାରିଥିଲେ ଯିଏକି ତାଙ୍କ ବିଦ୍ୟାଳୟକୁ ଚିତ୍ରକଳା ଶିକ୍ଷାଦାନ ଦେବାପାଇଁ ଆସୁଥିଲେ।ସୁସ୍ମିତାଙ୍କର ଚିତ୍ରକଳା ପ୍ରତି ଦୁର୍ବଳତା ଥିଲା ଅବଶ୍ୟ କିନ୍ତୁ ସେ ଜାଣିନଥିଲେ ଯେ ଜଣେ ଚିତ୍ରକାର ହେବା ପାଇଁ ମଧ୍ୟ କିଛି ଡ଼ିଗ୍ରୀ ର ଆବଶ୍ୟକତା ଅଛି।ତାଙ୍କର ଗୁରୁ ତାଙ୍କ ପ୍ରତିଭାକୁ ସମ୍ମାନ ଜଣାଇ ତାଙ୍କୁ ଚିତ୍ରକଳା ଜଗତରେ ଅଗ୍ରସର ହେବାକୁ ପ୍ରେରିତ କରିଥିଲେ।ଯାହାଫଳରେ ସେ ରାଜଧାନୀ ଭଳି ସ୍ଥାନରେ ଅନେକ ନିଜର ଭିବିଷ୍ୟତ କୁ ନେଇ ଅନେକ ସୁଯୋଗ କୁ ଛାଡି ଚିତ୍ରକଳା କୁ ନିଜର ନିଶା ଏବଂ ପେଷା ଭାବରେ ବାଛି ନେଇଥିଲେ। ବିଦ୍ୟାଳୟ ଶିକ୍ଷା ସମାପ୍ତି ପରେ ସେ ଚିତ୍ର କଳା ଶିକ୍ଷା କରିଥିଲେ ୨ ବର୍ଷ ଡ଼ିଗ୍ରୀ ଏବଂ ମାଷ୍ଟର ଡ଼ିଗ୍ରୀ ୨ ବର୍ଷ କରିଥିଲେ।ସେ ବ୍ୟାଙ୍ଗଲୋର ରେ ୪ ବର୍ଷ କାମ କଲାପରେ ବର୍ତ୍ତମାନ ସେ ନିଜର ଜନ୍ମ ସ୍ଥାନକୁ ଫେରି କାମ କରୁଛନ୍ତି।ସେ ଅନେକ କଳା ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି ଏବଂ ସମ୍ମାନିତ ମଧ୍ୟ ହୋଇଛନ୍ତି।ସେ world art fair ଏବଂ 27 all india ରେ ଭାଗ ନେଇଥିଲେ ଏବଂ ଅଂଶଗ୍ରହଣ ପ୍ରମାଣପତ୍ର ପାଇଛନ୍ତି।ସେ mirans group of art ରେ ମଧ୍ୟ ମନୋନୀତ ହୋଇଛନ୍ତି।
ସୁସ୍ମିତା ସାହୁ ତାଙ୍କ ଜୀବନରେ ଲାଭ କରିଛନ୍ତି ଅନେକ ପୁରସ୍କାର ଏବଂ ଅନେକ ସମ୍ମାନ।

ସେ ବର୍ତ୍ତମାନ ସୀମା ପୁରଷ୍କାର ପାଇଁ ପ୍ରସ୍ତୁତି ଜାରି ରଖିଛନ୍ତି।ଯେଉଁ କଳା ପ୍ରଦର୍ଶନୀରେ ସେ ତାଙ୍କର ଏକ ବିସ୍ତୃତ ଚିତ୍ରକଳା ପ୍ରଦର୍ଶନ କରିବେ ଯେଉଁଥିରେ ସେ ରଙ୍ଗର ପରିବର୍ତ୍ତନ ଏବଂ ରଙ୍ଗର ଆକାର ଉପରେ ଗୁରୁତ୍ୱ ଦେଇଛନ୍ତି।ଯାହାଦ୍ଵାରା ସେ ଦର୍ଶକଙ୍କୁ ନିଜ ଚିତ୍ର ପ୍ରତି ଆକୃଷ୍ଟ କରିପାରିବେ।ସେ ନିଜର ଚିତ୍ରରେ ନିଜର ଦୈନନ୍ଦିନ ଜୀବନକୁ ପରିଲକ୍ଷିତ କରିବାକୁ ସବୁବେଳେ ଚେଷ୍ଟିତ ଥାନ୍ତି।

ସେ ଚିତ୍ରକଳାକୁ ନିଜ କ୍ୟାରିଅର ଭାବରେ ବାଛି ନିଜର ପ୍ରତିଭାକୁ ପ୍ରସ୍ଫୁଟିତ କରିବା ସହ ଯୁବପିଢୀ ମାନଙ୍କ ମଧ୍ୟରେ ଚିତ୍ରକଳାକୁ ନେଇ କ୍ୟାରିଅର କରିବାର ଭାବନା କେଉଁଠି ନା କେଉଁଠି ମଉଳି ଯାଉଥିବା ବେଳେ ଏବଂ ନିଜର ସ୍ଵତନ୍ତ୍ରତା ହରାଉଥିବା ବେଳେ ସେ ଜଣେ ଯୁବ ଚିତ୍ରଶିଳ୍ପୀ ଭାବରେ ଯୁବପିଢୀ ମାନଙ୍କ ମଧ୍ୟରେ ଏକ ନୂତନ ଆଶାର ସଞ୍ଚାର କରିବା ସହିତ ଏକ ପ୍ରେରଣା ମଧ୍ୟ ସାଜିଛନ୍ତି।
ସୁସ୍ମିତା ସାହୁ ଏହି ଚିତ୍ରକଳା ସହ ଜୀବନର ଶେଷ ମୁହୁର୍ତ୍ତ ଯାଏଁ ରହିବାକୁ ଇଚ୍ଛା ରଖିଛନ୍ତି।

Facebook Comments

Leave a Reply

Your email address will not be published. Required fields are marked *