ସେରାମିକ୍ କଳାକୁ ସାଧାରଣ ଲୋକଙ୍କ ସହ ଯୋଡିବା ପ୍ରୟାସରେ ଯୁବ ଶିଳ୍ପୀ ଶ୍ଵେତା

ଭୁବନେଶ୍ୱର : ପିଲାବେଳେ ବିଦ୍ୟାଳୟରେ ପଢ଼ୁଥିବା ସମୟରେ ଚିତ୍ରକଳା ପ୍ରତି ତାଙ୍କର ଯେଉଁ ରୁଚି ଆସିଥିଲା ଓ ନିଜର କଳା ଶିକ୍ଷକଙ୍କ କ୍ଲେ ଆର୍ଟସ୍ ଦେଖି ଭବିଷ୍ୟତରେ ଏକ ସେରାମିକ୍ ଆର୍ଟିଷ୍ଟ ହେବାକୁ ଲକ୍ଷ୍ୟ ରଖିଥିଲେ ଏବଂ ଏଥିରେ ସଫଳ ମଧ୍ୟ ହେଲେ | ମନ ଭିତରର ଭାବନାକୁ ଆକାର ଓ ଆଧାରରେ ପ୍ରକାଶ କରିବାକୁ ଯାଇ ସେ ଟାଣି ହୋଇଆସିଥିଲେ କଳା ଜଗତକୁ | ସେ ହେଉଛନ୍ତି ଶ୍ୱେତାରାଣୀ ଘୋଷ୍ | ପିଲାଟି ଦିନରୁ ଏହି କଳା ପାଇଁ ପରିବାରର ସମର୍ଥନ ଓ ନିଜର ଅତିଶୟ ଆଗ୍ରହ ଯୋଗୁ ଆଜି ନିଜର ସ୍ବପ୍ନକୁ ପୁରା କରିବାକୁ ଖୁବ ନିକଟରେ ପହଞ୍ଚି ସାରିଛନ୍ତି ସେ | ପ୍ରତିଟି ସେପାନରେ ସମର୍ଥନ ଓ ଉତ୍ସାହ ମିଳୁଥିବାରୁ ସେ ବିନା ସମସ୍ୟାରେ ସଫଳତା ଓ ସ୍ବପ୍ନ ପଥେ ନିଜର ଯାତ୍ରା ଜାରିରଖିଛନ୍ତି | ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟରୁ ପ୍ରଥମ ସ୍ଥାନରେ ପଦକ ସହ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି ଶ୍ୱେତା |

ସେରାମିକ୍ ଆର୍ଟ ପ୍ରତି ଜନ ସଚେତନତା ଓ କର୍ମଶାଳାର ଆବଶ୍ୟକ-ଶ୍ୱେତା |

ଶ୍ୱେତାଙ୍କ ମତରେ ୫ ପ୍ରକାର କ୍ଲେର ମିଶ୍ରଣରେ ପ୍ରସ୍ତୁତ ସେରାମିକ୍ | ଏଥିରେ ଗ୍ଲେଜ ର ବ୍ୟବହାର ଦ୍ୱାରା କ୍ଲେର ମାନ ବଢିଥାଏ | ଏହା ସହ ରାକୁ, ଜାପାନ ଭଳି ଟେକନିକ୍ ବ୍ୟବହାର କରାଯାଏ | ଏହା ଏପରି ଏକ ମାଧ୍ୟମ ଯାହାର ବ୍ୟବହାର ଦ୍ୱାରା ଘରସାଜସଜ୍ଜା ଓ ସୌକ୍ଷୀନ ଦ୍ରବ୍ୟ ପ୍ରସ୍ତୁତ ହୋଇ ପାରିବ | ଜୋମେଟ୍ରିକାଲ୍ ଫର୍ମ ବ୍ୟବହାର କରନ୍ତି ଶ୍ୱେତା | ଏହା ସହ ଛୋଟଛୋଟ ଜିନିଷକୁ ମିଶାଇ ବୃହତ୍ କରିବା ଶ୍ୱେତାଙ୍କ ଉଦେଶ୍ୟ | ମୂର୍ତିକଳା ଉପରେ ମଧ୍ୟ ନିଜର ଛାପ ଦିଅନ୍ତି ଶ୍ୱେତା | ବର୍ତ୍ତମାନ ଶ୍ୱେତା ଆର୍ଟିସ୍ଟ ରୂପେ କାର୍ଯ୍ୟରତ | ମାତ୍ର ଶ୍ୱେତା ଗୋଟିଏ କଥାକୁ ପରିବର୍ତ୍ତନ ପାଇଁ ଚେଷ୍ଟିତ | ତାହା ହେଉଛି ସେରାମିକ୍ ଆର୍ଟ ପ୍ରତି ଲୋକଙ୍କ ଭୁଲ୍ ମାନସିକତା | କେବଳ ପ୍ଲେଟ ଓ କପ୍ କହିଲେ ନୁହେଁ ବରଂ ସେରାମିକ୍ ଆର୍ଟ ପ୍ରତି ଲୋକଙ୍କ ପାଖରେ ସଚେତନତା ଓ ବିଭିନ୍ନ ପ୍ରଦର୍ଶନୀ,କର୍ମଶାଳା ମାଧ୍ୟମରେ ଲୋକଙ୍କୁ ଅବଗତ କରାଯାଇପାରିବ ବୋଲି କହିଛନ୍ତି ଶ୍ୱେତା |

ପ୍ରେରଣା,ପୁରସ୍କାର,ପ୍ରଦର୍ଶନୀ,କର୍ମଶାଳା-

ଶ୍ୱେତା ବିଦେଶୀ ଶିଳ୍ପୀ ଟାମୀ ଗାର୍ସିଆଙ୍କ ଜୋମେଟ୍ରିକାଲ ଫର୍ମକୁ ଅନୁସରଣ କରୁଥିବା ବେଳେ ନିଜର ପରିଶ୍ରମ ଦ୍ୱାରା ଅନେକ ପୁରସ୍କାର ଓ ସମ୍ମାନ ମଧ୍ୟ ଲାଭ କରିଛନ୍ତି |

ଲଳିତକଳା ଏକାଡେ଼ମୀ ବୃତ୍ତି-୨୦୧୯ |
ସ୍ବର୍ଣ୍ଣ ପଦକ -୭ମ ସର୍ବଭାରତୀୟ କେନ୍ଦ୍ରୀୟ ବିଦ୍ୟାଳୟ ଶିଶୁ କଳା ପ୍ରଦର୍ଶନୀ ୨୦୧୧ |
ପ୍ରଥମ ପୁରସ୍କାର-ବାର୍ଷିକ କଳା ପ୍ରଦର୍ଶନୀ -୨୦୧୬, ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ |
୨୬ ଦିନିଆ ସେରାମିକ୍ କର୍ମଶାଳା-ଭାରତ ଭବନ,ଭୋପାଳ |
ଗୋଷ୍ଠୀ ମେଳା-୨୦୧୪,୧୭- ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ |
ପ୍ରଥମ ସ୍ଥାନ-ONGC ଚିତ୍ରକଳା ପ୍ରତିଯୋଗିତା |
ଏଥିସହିତ ଏହି କଳାକୁ ନେଇ ଭବିଷ୍ୟତରେ ଆସୁଥିବା ପିଲାମାନେ ସଂଯମ, ଦୃଡ଼ ଇଛାଶକ୍ତି ସହ ଆସିଲେ ନିଶ୍ଚିତ ସଫଳତା ହାସଲ କରିପାରିବେ ବୋଲି କହିଛନ୍ତି ଶ୍ୱେତା | ଭବିଷ୍ୟତରେ ନିଜର ଏକ ଷ୍ଟୁଡ଼ିଓ କରିବାର ସ୍ବପ୍ନ ଦେଖିଛନ୍ତି ଶ୍ୱେତା |

ପ୍ରସ୍ତୁତି : ଦେବୀପ୍ରସାଦ ରଥ

Facebook Comments

Leave a Reply

Your email address will not be published. Required fields are marked *