ପ୍ରକୃତି ସହ ଜୀବନର ସମନ୍ୱୟ ହିଁ କଳା ପ୍ରଦର୍ଶନର ମୁଖ୍ୟ ଆଧାର : ସୁଧୀରଞ୍ଜନ

ଭୁବନେଶ୍ୱର : ଭାବନାର ମନ ରାଜ୍ୟରେ ଯେଉଁସବୁ ପ୍ରାକୃତିକ ପରବେଶ ଗୁଡିକ ସ୍ୱତସ୍ପୃତ ଭାବରେ ସାଇତି ହୋଇ ରହିଯାଏ ତାହା ପରବର୍ତ୍ତୀ ସମୟରେ ରୂପନିଏ ଚିତ୍ରକାରର ରଙ୍ଗ ତୁଳୀରେ ଆଉ ଯାହାକୁ ମନ ପ୍ରାଣ ଦେଇ ଚିତ୍ରକର ଚେଷ୍ଟା କରେ ଜୀବନ୍ତ ସୃଷ୍ଟିକରି ଦର୍ଶକୀୟ ଆଦୃତି ଲାଭ କରିବାକୁ । ସେମିତି ଜଣେ ଉଦୀୟମାନ ଯୁବ ଚିତ୍ରଶିଳ୍ପୀ ହେଲେ ସୁଧୀରଞ୍ଜନ ମହାରଥା ।
ସେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଳକର କୟଥପଲା ରେ ଜନ୍ମଗ୍ରହଣ କରିଥିଲେ ଆଉ ସାନ ବେଳୁ ହିଁ ତାଙ୍କର ଚିତ୍ର ପ୍ରତି ଥିଲା ଦୁର୍ବଳତା | ନିଜ ଘରର ଚାରିକାନ୍ଥ ମଧ୍ୟରେ ଥିବା ପ୍ରତ୍ୟେକ ଟି ଜିନିଷକୁ ନେଇ ସେ ଆଙ୍କି ଚାଲୁଥିଲେ ସୁନ୍ଦର ସୁନ୍ଦର ଚିତ୍ର। ପ୍ରଥମେ ମା ଏବଂ ଜେଜେ ମାଙ୍କ ଠୁ ପ୍ରେରଣା ପାଇ ଚିତ୍ର ଆଙ୍କୁଥିଲେ | ଘରେ କୌଣସି ପର୍ବ ପର୍ବାଣୀରେ ତାଙ୍କ ମା ଏବଂ ଜେଜେ ମା ପକାଉଥିବା ଝୋଟିକୁ ସେ ଦେଖି ଦେଖି ଆଙ୍କୁଥିଲେ ଆଉ ତା ପରେ ଧୀରେ ଧୀରେ ତାଙ୍କର ଚିତ୍ର ପ୍ରତି ଦୁର୍ବଳତା ବଢିଚାଲିଥିବା ବେଳେ ତାହା ନିଶାରେ ପରିଣତ ହୋଇଥିଲା । ଚିତ୍ରଶିଳ୍ପୀ ସୁଧୀରଞ୍ଜନ ଚିଲିକା ବ୍ଳକରେ ଜନ୍ମ ହୋଇଥିବା ବେଳେ ସେ ଚିଲିକାର ପ୍ରତ୍ୟକ ଟି ଜିନିଷକୁ ନେଇ ଚିତ୍ର ଆଙ୍କିବାକୁ ଭଲ ପାଉଥିଲେ । ପ୍ରକୃତର ଅପରୂପ ଲବଣ୍ୟରେ ଚିଲିକାର ବିସ୍ତୀର୍ଣ୍ଣ ଜଳରାଶି ଗନ୍ତାଘର,ଯେଉଁ ଜଳରାଶିରେ ବିଭିନ୍ନ ପ୍ରଜାତିର ମାଛ ମାନଙ୍କର ଉଡ଼ଣ୍ଡ ନୃତ୍ୟ ଆଉ ଜୀବିକାର ଆଶାରେ ନିରିହ ଧୀବରର ଜାଲରେ ରୁଦ୍ଧି ହୋଇ ମୃତ୍ୟ ବରଣ କରିବା ଏବଂ ସମୟର ପରିବର୍ତ୍ତନରେ ସଦ୍ୟ କୋମଳ ମାଛଟିଏ ପାଲଟିଯାଏ କେଇ ଖଣ୍ଡ କଣ୍ଟାରେ | ଏହି ଦୃଶ୍ୟ କରିଥିଲା ତାଙ୍କୁ ଆତ୍ମହରା ଓ ଆନମନା ଏବଂ ଆପଣ ଛାଏଁ ତାହା ଆଙ୍କି ହୋଇଯାଇଥିଲା ଏହି ଉଦୟ ମାନ ଚିତ୍ରଶିଳ୍ପୀ ଙ୍କ ହାତରେ,ଏବଂ ସେହି ଚିତ୍ର ଦର୍ଶକୀୟ ଆଦୃତି ଲାଭ କରିଥିବା ବେଳେ ତାଙ୍କୁ ସେହି ଚିତ୍ର ପାଇଁ ଚଳିତବର୍ଷ ଲଳିତ କଳା ସମ୍ମାନରେ ସମ୍ମାନିତ କରାଯାଇଥିଲା।

ଚିତ୍ରଶିଳ୍ପୀ ସୁଧୀରଞ୍ଜନ ମହାରଥ ଚିଲିକାକୁ ନେଇ ଅନେକ ଚିତ୍ର ଆଙ୍କିଛନ୍ତି ଚିଲିକାର ଜଳରାଶିରେ ମାଛ ମାନଙ୍କର ନୃତ୍ୟ, ବଗଟିଏ ମାଛ ଖାଇବାର ଦୃଶ୍ୟ, ନଳବନ, ଚିଲିକାର ପଙ୍କ ପରବର୍ତ୍ତୀ ସମୟରେ ଯେବେ ସୁଖୀ ଯାଏ ତାହା ମଧ୍ୟ ଯେଉଁ ଏକ ସୁନ୍ଦର ଦୃଶ୍ୟରେ ପରିଣତ ହୁଏ ତାହା ଏବଂ ସବୁଠୁ ବଡ଼ କଥା ହେଲା ଚିଲିକାର ସ୍ୱଚ୍ଛତା ଉପରେ ସେ ଅଧିକ ଗୁରୁତ୍ଵ ଦେଉଥିବା ବେଳେ ଚିଲିକାର ସୁନ୍ଦରତାକୁ ନେଇ ଯେତିକି ଚିତ୍ର ଆଙ୍କୁଥିଲେ ଚିଲିକାର ଅସୁନ୍ଦରତାକୁ ମଧ୍ୟ ସେ ତାଙ୍କ ରଙ୍ଗତୁଳୀରେ ଦେଉଥିଲେ ସୁନ୍ଦରତା। ଚିତ୍ର ମାଧ୍ୟମରେ ସେ ସବୁବେଳେ ସମାଜକୁ ଦିଅନ୍ତି ଅନେକ ବାର୍ତା।
ପ୍ରଥମେ ମା ସ୍ୱର୍ଗତ ପିତା ଏବଂ ଜେଜେ ମାଙ୍କୁ ଠୁ ଚିତ୍ର ଆଙ୍କିବା ଶିଖିଥିବା ବେଳେ 2001 ରେ ମଧ୍ୟ ସେ ଅଧିକରୁ ଅଧିକ ଜ୍ଞାନ ଆହରଣ ପାଇଁ ଖଲ୍ଲିକୋଟ ଆର୍ଟ କଲେଜରେ ନାମ ଲେଖାଇଥିଲେ ଆଉ ଆଙ୍କୁଥିଲେ ଖୁବ ସୁନ୍ଦର ସୁନ୍ଦର ମନୋଲୋଭା ଚିତ୍ର। ସେ ସେରାମିକ ଉପରେ କାମ କରିବାକୁ ଭଲପାନ୍ତି ପ୍ରଥମେ ତାଙ୍କର ଗୁରୁ ଚିତ୍ରଶିଳ୍ପୀ ଶୋଭନ କୁମାରଙ୍କ ଠୁ ସେରାମିକ ଶିଖିବା ଆରମ୍ଭ କରିଥିଲେ ଏବଂ ଥିମ କୁ ନେଇ କାମ କରନ୍ତି ସୁଧୀରଞ୍ଜନ। ଚିଲିକା ଉପରେ ଅନେକ ଚିତ୍ର ଆଙ୍କି ଫିଲୋସୋଫି,ସ୍କଲାରସିପି ଅନେକ ପୁରସ୍କାର ମଧ୍ୟ ଆପଣେଇଛନ୍ତି ଏବଂ ଯାହାର ଶ୍ରେୟ ସେ ତାଙ୍କର ସ୍ୱର୍ଗତ ପିତା, ଭଗବାନ, ମା ଏବଂ ତାଙ୍କର ଗୁରୁ ଶୋଭନ କୁମାରଙ୍କୁ ଦେବା ପାଇଁ ଚାହିଁଛନ୍ତି।
ସୁଧୀ ଜଣେ ଉଦୀୟମାନ ଚିତ୍ରଶିଳ୍ପୀ ସହିତ ବ୍ୟକ୍ତିଗତ ଜୀବନରେ ଭଲ ମଣିଷ ମଧ୍ୟ ଚିଲିକାର ସ୍ୱଚ୍ଛତା କୁ ସେ ଅଧିକ ଗୁରୁତ୍ୱ ଦେଇଥାନ୍ତି,ଚିଲିକାର ସୁନ୍ଦର ଜଳରାଶିର ସେ ନେଇଥାନ୍ତି ଖୁବ ଯତ୍ନ ତାଙ୍କ ଆଗରେ ଚିଲିକାର ଜଳରାଶିରେ ଯାତ୍ରା କରୁଥିବା ଯାତ୍ରୀ ଯଦି ଚିଲିକା ମଧ୍ୟକୁ କୌଣସି
ଅଳିଆ ଆବର୍ଜନା ଫୋପାଡ଼ି ଦିଅନ୍ତି ତେବେ ସେ ନିଜ ହାତରେ ତାକୁ ଉଠାଇ ଆଣି ଡ଼ଷ୍ଟବିନରେ ଫୋପାଡନ୍ତି।
ବର୍ତ୍ତମାନ ଚିତ୍ରଶିଳ୍ପୀ ସୁଧୀରଞ୍ଜନ ଚିତ୍ର ଆଙ୍କିବା ସହିତ ସେ ଫିଲ୍ମ ଲାଇନରେ ଫୋଟ ସେଟରେ କାମ କରନ୍ତି ଏବଂ ଫ୍ୟାସନ ଲାଇନ ରେ ମଧ୍ୟ କାର୍ଯ୍ୟ କରନ୍ତି। ସେ କୁହନ୍ତି ଜଣେ କଳାକାର ଜୀବନରେ ବହୁତ ଦୁଃଖ ଥାଏ ସେହି ଦୁଃଖ ଯନ୍ତ୍ରଣା କୁ ଖାତିର ନକରି ନିଜ କଳା ଏବଂ ନିଶାକୁ ବଞ୍ଚାଇ ରଖିବାକୁ ସେ ସବୁବେଳେ ଚେଷ୍ଟିତ।
ଆଙ୍କୁଛନ୍ତି ଆଙ୍କୁଥିବେ ଜୀବନର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଆଙ୍କି ଚାଲୁଥିବେ।

ପ୍ରସ୍ତୁତି : ପ୍ରତୀକ୍ଷା ପ୍ରିୟଦର୍ଶିନୀ ସାମଲ

Facebook Comments

Leave a Reply

Your email address will not be published. Required fields are marked *