ନିଜର ଭାସ୍କର୍ଯ୍ୟକଳା ମାଧ୍ୟମରେ ପରିବେଶ ସୁରକ୍ଷା ଓ ଓଡ଼ିଶାର ସଂସ୍କୃତିର ପ୍ରସାରର ବାର୍ତା ଦିଅନ୍ତି ଯୁବ ଶିଳ୍ପୀ ପ୍ରିୟରଞ୍ଜନ

ଭୁବନେଶ୍ୱର : କିଛି କରିବାର ଦୃଢ଼ ଇଚ୍ଛାଶକ୍ତି ଓ ଆତ୍ମବିଶ୍ବାସ ହିଁ ମଣିଷକୁ ସଫଳତାର ଶୀର୍ଷରେ ପହଞ୍ଚାଇଥାଏ | ନିଜର ପଡ଼ୋଶୀଙ୍କ ହାତ ତିଆରି ଏକ ଚିତ୍ରକଳାକୁ ଦେଖୁଥାଏ ଗୋଟେ ଯୁବକ, ଠିକ୍ ଏହି ସମୟରେ ପଡୋଶୀର ଗାଳି”କାହିଁକି ଇଆଡ଼େ ଚାହୁଁଚୁ”!ବାସ୍ ଏହି ଦୁଇ ଶବ୍ଦ ମନରେ ଲାଗିଗଲା ଓ ଦୃଢ଼ ସଂକଳ୍ପ ଆସିଲା ଯେ,ନା ମୁଁ ଏହି ଗାଳିକୁ ଭୁଲ୍ ସାବ୍ୟସ୍ତ କରିବି | ଏହାକୁ ଜିଦିରେ ନେଇ ନିଜର ଲକ୍ଷ୍ୟ ସ୍ଥଳରେ ଚାଲିଲେ ଭାସ୍କର୍ଯ୍ୟଶିଳ୍ପୀ ପ୍ରିୟରଞ୍ଜନ ବରାଳ |

ନିଜର କଳା ମାଧ୍ୟମରେ ପରିବେଶ ସୁରକ୍ଷାର ବାର୍ତା-

ଢେ଼ଙ୍କାନାଳ ନିଵାସୀ ପ୍ରିୟରଞ୍ଜନ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ଭିଜୁଆଲ ଆର୍ଟ୍ସରେ ସ୍ନାତକୋତ୍ତର କରିଛନ୍ତି | ବର୍ତମାନ ସେ ଭାସ୍କର୍ଯ୍ୟ ଶିଳ୍ପୀ ଭାବେ କାର୍ଯ୍ୟରତ | ପ୍ରାମ୍ଭରୁ ପାରିବାରିକ ପ୍ରେରଣା ରହିଥିବା ସହ ନିଜର ସମ୍ପର୍କୟଙ୍କ ସାଇନବୋର୍ଡ଼ ଓ କମର୍ସିଆଲ୍ କାର୍ଯ୍ୟରୁ ଖୁବ୍ ପ୍ରେରଣା ପାଇଥିଲେ ଓ ସେହି ଦିଗରେ ଯିବା ପାଇଁ ମନସ୍ଥ କଲେ | ପ୍ରିୟରଞ୍ଜନଙ୍କ ମତରେ ତାଙ୍କର ଭାସ୍କର୍ଯ୍ୟକଳା ପରିବେଶରୁ ମିଳୁଥିବା ବର୍ଜ୍ୟବସ୍ତୁର ପୁନଃଚକ୍ରଣରୁ ନିର୍ମାଣ | ପ୍ଲାଷ୍ଟିକ୍,ପେପର୍ ଭଳି ବର୍ଜ୍ୟବସ୍ତୁକୁ ସୁନ୍ଦର ରୂପ ଦେଇଥାନ୍ତି ପ୍ରିୟ |
ପ୍ରିୟରଞ୍ଜନଙ୍କ କଳାରେ ବିଭିନ୍ନ ସାମାଜିକ ବାର୍ତ୍ତା ରହିଥାଏ, ଯେମିତିକି ମୋବାଇଲର ସଦୁପଯୋଗ, ପ୍ରାକୃତିକ ସମ୍ପଦର | ସୁରକ୍ଷା,ଯୁବ ସମାଜରେ ନୈତିକତାର ପ୍ରସାର |
ଓଡ଼ିଆ ହିସାବରେ ନିଜର ଭାସ୍କର୍ଯ୍ୟକଳା ମାଧ୍ୟମରେ ଓଡ଼ିଶାର ସଂସ୍କୃତିକୁ ଛାପ ଦେବାକୁ ପସନ୍ଦ କରନ୍ତି ପ୍ରିୟରଞ୍ଜନ | ନିଜର ସଂସ୍କୃତିର ବ୍ୟାପକ ଥାଇ ମଧ୍ୟ ପାଶ୍ଚାତ୍ୟ କଳାକୁ ଆପଣାଇ ନକଲ କରିବା ବିରୋଧୀ ବୋଲି ଅନୁଭବ କରନ୍ତି ପ୍ରିୟରଞ୍ଜନ | ଯଉ କଣ୍ଡେଇ,ବେଙ୍ଗ ବାହାଘର ଭଳି ଲୁକ୍କାୟିତ କଳାକୁ ଲୋକ ଲୋଚନକୁ ଆଣିଲେ ହିଁ ଓଡ଼ିଆ ସଂସ୍କୃତି ଓ ଭାସ୍କର୍ଯ୍ୟର ପ୍ରଚାର ପ୍ରସାର ହେବ |

ପ୍ରେରଣା, ପ୍ରଦର୍ଶନୀ ଓ ସହଯୋଗ-

ନିଜର ସମସାମୟିକ ଶିଳ୍ପୀ ଅଦ୍ୱୈତ ଗଡନାୟକ,କାନ୍ତ କିଶୋର ମହାରଣାଙ୍କୁ ନିଜର ପ୍ରେରଣା ମାନୁଥିବା ପ୍ରିୟରଞ୍ଜନ ଶିଳ୍ପୀ ଅଦ୍ୱୈତ ଗଡନାୟକଙ୍କଠୁ ପ୍ରସଂଶା ମଧ୍ୟ ସାଉଁଟିଛନ୍ତି |
ରୌପ୍ୟ ଜୟନ୍ତୀ-ବି.କେ ମହାବିଦ୍ୟାଳୟ-୨୦୦୯
ଜୟଦେବ ଭବନ ପ୍ରଦର୍ଶନୀ-୨୦୦୮
Think villege at ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ |
ଟେରାକୋଟା କ୍ୟାମ୍ପ-ଭୁବନେଶ୍ୱର
ସର୍ଗି ଫୁଲ-ସମ୍ମାନିତ ଅତିଥି |
ପଥର କଳା ଶିବିର-ସରକାରୀ କଳା ଓ ହସ୍ତକଳା ମହାବିଦ୍ୟାଳୟ ଖଲ୍ଲିକୋଟ |
ପଥର କଳା ଶିବିର -ଭୁବନେଶ୍ୱର |
ଏହାସହ ୧୦,୦୦୦ଟଙ୍କାର ଆର୍ଥିକ ସହାୟତା ମଧ୍ୟ ମଡର୍ଣ୍ଣ ଆର୍ଟ ଗ୍ୟାଲେରୀ ତରଫରୁ ହାସଲ କରିଛନ୍ତି |
ସ୍ଥାପତ୍ୟକଳାକୁ ଭଲ ପାଉଥିବା ପ୍ରତିଟି ମଣିଷ ଯଦି ଚାହିଁବ ତାହାଲେ ସେ ଏହାକୁ ନେଇ ବୃତ୍ତି କରିପାରିବ | ମାତ୍ର ଆବଶ୍ୟକ ଦୃଢ଼ ଇଛାଶକ୍ତି ଓ ପରିଶ୍ରମ | ଭବିଷ୍ୟତରେ ନିଜ କଳା ମାଧ୍ୟମରେ ଓଡ଼ିଶାର ସଂସ୍କୃତିକୁ ଦେଖାଇବାକୁ ଲକ୍ଷ୍ୟ ରଖିଛନ୍ତି ପ୍ରିୟରଞ୍ଜନ |

ପ୍ରସ୍ତୁତି : ଦେବୀ ପ୍ରସାଦ ରଥ

Facebook Comments

Leave a Reply

Your email address will not be published. Required fields are marked *