ଚିତ୍ରକଳା ମାଧ୍ୟମରେ ପ୍ରକୃତିର ସୁରକ୍ଷା ଓ ଭାରତୀୟ ସଂସ୍କୃତିର ପ୍ରସାର ସୌମ୍ୟଙ୍କ ମୁଖ୍ୟ ଲକ୍ଷ୍ୟ

ଭୁବନେଶ୍ୱର : ପିଲାବେଳେ ସ୍କୁଲରେ ଷଷ୍ଠ ଶ୍ରେଣୀରେ ପଢ଼ୁଥିବା ସମୟରେ ଦୁଇ ଜଣ ସାଙ୍ଗ ଚିତ୍ର କରୁଥିଲେ।ମାତ୍ର ଗୋଟିଏ ପିଲା ପାଖକୁ ତାର ଚିତ୍ର ପ୍ରତି ସବୁ ଦେଖଣାହାରୀ ମାନେ ଆକୃଷ୍ଟ ହୋଇ ଚାଲିଗଲେ।ତେଣୁ ଆର ପିଲାଟିର ମନଦୁଃଖ ହୋଇଗଲା | ସେହିଦିନଠାରୁ ଚିତ୍ରକଳା ପ୍ରତି ଆଗ୍ରହ, ପ୍ରତିଯୋଗିତା ମନୋଭାବ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ଆଗକୁ ବଢିଚାଲିଲେ। ପରିବାର ଲୋକେ ପିଲାଟିର କଳା ପ୍ରତି ଆଗ୍ରହ ଦେଖୀ ପାରୁଥିଲେ ମଧ୍ୟ ପ୍ରାରମ୍ଭିକ ପର୍ଯ୍ୟାୟରେ କଳାରେ ଛାଡିବାକୁ ଅମଙ୍ଗ ଥିଲେ କିନ୍ତୁ, ପରବର୍ତ୍ତୀ ପର୍ଯ୍ୟାୟରେ ଶିକ୍ଷୟିତ୍ରୀ ଓ ମାଆଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଆଗକୁ ବଢ଼ିବାରେ ଲାଗିଲେ। ସେହି ଦିନଠାରୁ ଆଉ ପଛକୁ ଫେରି ଚାହିନାହାନ୍ତି ସେ | ନିଜର ଯାଦୁକରୀ ତୂଳୀର ସ୍ପର୍ଶରେ ମନ ଭିତରର କେତେ ଯେ ଭାବନାକୁ ଜୀବନ୍ୟାସ ଦେଇଛନ୍ତି ତାର ହିସାବ ନାହିଁ | ସେ ହେଉଛନ୍ତି କେନ୍ଦ୍ରାପଡାର ଯୁବ ଚିତ୍ରଶିଳ୍ପୀ ସୌମ୍ୟ ରଞ୍ଜନ ପଟ୍ଟନାୟକ।ବର୍ତ୍ତମାନ ସୌମ୍ୟ ସରକାରୀ ବିଦ୍ୟାଳୟରେ କଳା ଶିକ୍ଷକ ଥିବା ସହ କ୍ରିଷ୍ଣା କଳା କେନ୍ଦ୍ରରେ ନିର୍ଦେଶକ ମଧ୍ୟ ଅଛନ୍ତି।

ଚିତ୍ରକଳାରେ ଥାଏ ପ୍ରକୃତିର ସୁରକ୍ଷା-

ସୌମ୍ୟ ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟରୁ ଚିତ୍ରକଳାରେ ସ୍ନାତକୋତ୍ତର କରିଥିବାବେଳେ,ଅଧ୍ୟାପନାର ମଧ୍ୟ ଅନୁଭୂତି ସାଉଁଟିଛନ୍ତି।ସୌମ୍ୟଙ୍କ ଚିତ୍ରକଳାର ମୁଖ୍ୟ ବିଷୟବସ୍ତୁ ହେଉଛି ପ୍ରକୃତି ଓ ସମସାମୟିକ ଚିତ୍ରକଳା।ପ୍ରାକୃତିକ ପରିବେଶର ସୁରକ୍ଷା ବ୍ୟବସ୍ଥା ଓ ଏହାର ନିୟନ୍ତ୍ରଣକୁ ନିଜର ଚିତ୍ର ମାଧ୍ୟମରେ ଦର୍ଶାନ୍ତି ସୌମ୍ୟ। ପ୍ରକୃତି ଉପରେ ମାନବ ସଭ୍ୟତାର ନିର୍ଭରଶୀଳତା ଓ ସାମାଜିକ ସନ୍ତୁଳନ ରକ୍ଷାଲାଗି ନିଆଯାଉଥିବା ପଦକ୍ଷେପ ସବୁକୁ ନିଖୁଣ ଭାବରେ ନିଜ କଳାରେ ଦେଖାଇବାକୁ ଚେଷ୍ଟା କରିଥାନ୍ତି ସୌମ୍ୟ | ଏହାସହ ସାଧାରଣ ଲୋକଙ୍କ ପାଖରେ ଚିତ୍ରକଳା ପହଂଚିବା ଦରକାର ଏହା ଗ୍ୟାଲେରୀରେ ଏକ ସଜ୍ଜିତ ବସ୍ତୁ ନହେବା ଆବଶ୍ୟକ ମାନନ୍ତି ସୌମ୍ୟ।କାରଣ ଏକ ଉତ୍ତମ ଚିତ୍ର ପରିବେଶରେ ସକାରାତ୍ମକ ବାତାବରଣ ସୃଷ୍ଟି କରେ।ଏହାସହ ନିଜର କଳା ମାଧ୍ୟମରେ ଭାରତ ଓ ଓଡ଼ିଶାର ସଂସ୍କୃତିକୁ ତୁଳୀରେ ବାସ୍ତବତା ଦିଅନ୍ତି ସୌମ୍ୟ।ତାଙ୍କର ମୁଖ୍ୟ ଉଦ୍ଦେଶ୍ୟ ନିଜର ପ୍ରଚେଷ୍ଟା ଦ୍ୱାରା ନିଜର ସଂସ୍କୃତିକୁ ବିଶ୍ୱରେ ପରିଚିତ କରାଇବା।

ପ୍ରେରଣା, ପୁରସ୍କାର, ମେଳା, ପ୍ରଦର୍ଶନୀ ଓ ଶିବିର-

ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ, ଚିତ୍ରଶିଳ୍ପୀ ଜଗନ୍ନାଥ ପଣ୍ଡା,ବଳଦେବ ମହାରଥ ଙ୍କୁ ନିଜର ପ୍ରେରଣା ମାନନ୍ତି ସୌମ୍ୟ। ଯୁବଶିଳ୍ପୀମାନଙ୍କ ପାଇଁ ପ୍ରେରଣା ଏକ ଗୁରୁତ୍ବପୂର୍ଣ୍ଣ ବିଷୟ | ଯାହାକୁ ନେଇ ସେ ଭବିଷ୍ୟତର ନକ୍ସା ଆଙ୍କେ ବୋଲି ମାନନ୍ତି ସେ | ସୌମ୍ୟ ନିଜର କଳା ଦ୍ୱାରା ସମସାମୟିକ କଳାକାରଙ୍କ ମନରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି।

ଅନ୍ତର୍ଜାତୀୟ ପୁରସ୍କାର-୪,ଜାତୀୟ ପୁରସ୍କାର-୧୫,ରାଜ୍ୟ ପୁରସ୍କାର-୩୨।
ସୌମ୍ୟ ବହୁ ପୁରସ୍କାର ଓ ସମ୍ମାନରେ ସମ୍ମାନିତ ହୋଇଛନ୍ତି |
ଯେମିତିକି …

-Ila Panda Art Scholarship award, Odisha
-City Award Bajaj Auto Ltd India- Fellowship-2016, at Kolkata kalamandir-2016, by Prafulla Dahanukar Art Foundation Mumbai
-Odisha State Award Bajaj Auto Ltd India- Fellowship-2017, at Kolkata kalamandir-2017, by Prafulla Dahanukar Art Foundation Mumba
-International art camp award at museum of kangra at dharamasala, Himachalpradesh, India -2019
-International art camp award at Jaleswar art Foundation(JAF)-2019
-National Art Camp/Award: 15 times
-“9th National Art Festival” Organized by(Kalavarat Nayas) Between 22nd-30th Dec, Ujjain, M.P-2004.
-“National Young Artist Camp Award” 20th to 22nd January 2010 at Bbsr Organized by B.K. College of Art & Crafts.
-Living Colour Exposition, at Puri camp Award-2004.
-(Mission Ashra) Camp Award – People’s Forum, Odisha -2005.
-International art camp & exhibitionat museum of kangra at dharamasala, India -2019.
-International art camp award at Jaleswar art Foundation(JAF)-2019.
-1st online international art competition school of art jaleswar award-2019.
-Odisha Environment Congress art camp-2019.
-All india Kalakalpana art exhibition at bargarh-2019
-National online art exhibition ‘kidsventure ‘-2020.
-49-National level online art competition for valuable contribution to fight against COVID-19.
-State “Lalit Kala Akademi” art exhibition-2020.
ଭବିଷ୍ୟତରେ ନିଜର ପ୍ରଚେଷ୍ଟାରେ ଏକ ଷ୍ଟୁଡ଼ିଓ ଗୃହ ନିର୍ମାଣ କରି ଗରିବ କଳାପ୍ରେମୀ ଛାତ୍ରଙ୍କୁ ମାଗଣାରେ ଶିକ୍ଷା ପ୍ରଦାନର ସ୍ବପ୍ନ ଦେଖିଛନ୍ତି ସୌମ୍ୟ।ଏହା ସହ ସେମାନଙ୍କୁ ଭବିଷ୍ୟତରେ ରୋଜଗାରକ୍ଷମ ଦେବାର ସ୍ୱପ୍ନ ଦେଖିଛନ୍ତି ସୌମ୍ୟ।ଏହା ସହିତ ଭବିଷ୍ୟତରେ ଆଗାମୀପିଢିଙ୍କୁ ଏହି କହିଛନ୍ତି ଯେ,ବାସ୍ତବ କଳାପ୍ରେମୀ କଳାକୁ ଭଲ ପାଇବା ଆବଶ୍ୟକ ଓ ଏହି କଳା ଏକ ଉତ୍ତମ ଜୀବନ ମଧ୍ୟ ପ୍ରଦାନ କରିପାରିବ।

ପ୍ରସ୍ତୁତି : ଦେବୀପ୍ରସାଦ ରଥ

Facebook Comments

Leave a Reply

Your email address will not be published. Required fields are marked *