ଭାରତର ଐତିହାସିକ ବିଜୟ; କ୍ରମାଗତ ଦ୍ୱିତୀୟ ଥର ପାଇଁ ଟେଷ୍ଟ ସିରିଜରେ ଅଷ୍ଟ୍ରେଲିଆକୁ ଅଷ୍ଟ୍ରେଲିଆରେ ହରାଇଲା

ନୂଆ ଦିଲ୍ଲୀ: ଅଜିଙ୍କ୍ୟ ରାହାଣେଙ୍କ ନେତୃତ୍ୱରେ ଟିମ୍ ଇଣ୍ଡିଆ ଅଷ୍ଟ୍ରେଲିଆରେ ଇତିହାସ ସୃଷ୍ଟି କରିଛି । ଚତୁର୍ଥ ତଥା ଅନ୍ତିମ ଟେଷ୍ଟରେ ଆୟୋଜକ ଅଷ୍ଟ୍ରେଲିଆକୁ ତିନି ୱିକେଟରେ ପରାସ୍ତ କରି ଭାରତ କ୍ରମାଗତ ଦ୍ୱିତୀୟ ଥର ପାଇଁ ଅଷ୍ଟ୍ରେଲିଆକୁ ତା’ର ନିଜ ମାଟିରେ ବର୍ଡ଼ର ଗାଭାସ୍କର ଟ୍ରଫିରେ ପରାସ୍ତ କରିଛି । ଚେତେଶ୍ୱର ପୂଜାରା, ଶୁଭମାନ ଗିଲଙ୍କ ପରେ ଋଷଭ ପନ୍ତଙ୍କ ଚମତ୍କାର ବ୍ୟାଟିଂ ଯୋଗୁଁ ଭାରତ ଏହି ଚତୁର୍ଥ ଟେଷ୍ଟ ଜିତିନେଇଛି । ଗିଲ ୯୧, ପୂଜାରା ୫୬ ଓ ପନ୍ତ ଅପରାଜିତ ୮୯ ସ୍କୋର କରିଛନ୍ତି । ଆୟୋଜକ ଅଷ୍ଟ୍ରେଲିଆ ପ୍ରଥମ ଇନିଂସରେ 369 ରନ୍ ସଂଗ୍ରହ କରିଥିଲା । ଏହାର ଜବାବରେ ଟିମ୍ ଇଣ୍ଡିଆ ପ୍ରଥମ ଇନିଂସରେ ୩୩୬ ରନ୍ ସ୍କୋର କରିବାରେ ସକ୍ଷମ ହୋଇଥିଲା । ଏହା ପରେ ଭାରତୀୟ ବୋଲରମାନେ ଦ୍ୱିତୀୟ ଇନିଂସରେ ଆୟୋଜକଙ୍କୁ କଡ଼ା ଜବାବ ଦେଇଥିଲେ ଓ ୨୯୪ ରନରେ ସମସ୍ତ ୱିକେଟ ନେଇ ଦଳକୁ ପ୍ରତ୍ୟାବର୍ତ୍ତନ କରାଇଥିଲେ । ଏହି ପରିପ୍ରେକ୍ଷୀରେ ଅଷ୍ଟ୍ରେଲିଆ ଠାରୁ ଜିତିବା ପାଇଁ ଭାରତକୁ ୩୨୮ ରନର ଲକ୍ଷ୍ୟ ମିଳିଥିଲା । ଯାହାକୁ ଭାରତ ସହଜରେ ହାସଲ କରିନେଇଛି ।

ପ୍ରଥମ ଟେଷ୍ଟ ଶତକରୁ ବଞ୍ଚିତ ହୋଇଥିଲେ ଗିଲ୍
ଓପନର୍ ଶୁବମାନ ଗିଲ୍ ତାଙ୍କର ପ୍ରଥମ ଟେଷ୍ଟ ଶତକରୁ ବଞ୍ଚିତ ହୋଇଛନ୍ତି । କିନ୍ତୁ ନିଜର ଚମତ୍କାର ଅର୍ଦ୍ଧ ଶତକୀୟ ଇନିଂସ ସହ ଚା’ ବିରତିରେ ସମାୟରେ ଭାରତ ତିନି ୱିକେଟ ହରାଇ ୧୮୩ ରନ୍ ସ୍କୋର କରି ଆୟୋଜକଙ୍କ ଉପରେ ଚାପ ସୃଷ୍ଟି କରିଥିଲା । ଦ୍ୱିତୀୟ ସେସନରେ ଭାରତ ବ୍ୟତୀତ ଅଧିନାୟକ ଅଜିଙ୍କ୍ୟ ରାହାଣେଙ୍କ (୨୪) ୱିକେଟ୍ ମଧ୍ୟ ହରାଇଥିଲା । ଏହା ପରେ ଚେତେଶ୍ୱର ପୂଜାରା ପନ୍ତଙ୍କ ସହ ମିଶି ଇନିଂସ ପରିଚାଳନା କରିଥିଲେ । ରୋହିତ ଶର୍ମା (୭) ସକାଳେ ଆଉଟ ହେବା ପରେ ଗିଲ ଓ ପୂଜାରା ଦ୍ୱିତୀୟ ୱିକେଟ୍ ପାଇଁ ୧୧୪ ରନ୍ ଭାଗିଦାରୀ କରିଥିଲେ ।

ଏହି ୨୧ ବର୍ଷୀୟ ବ୍ୟାଟ୍ସମ୍ୟାନ୍ ସୁନ୍ଦର ଭାବରେ କଟ୍ ଓ ଡ୍ରାଇଭ୍ ମାରିଥିଲେ ଓ କିଛି ସର୍ଟ ପିଚ୍ ବଲ୍, ସୁନ୍ଦର ବଡ଼ ସଟ୍ ମଧ୍ୟ ଖେଳିଥିଲେ । ନିଜର ଦ୍ୱିତୀୟ ଅର୍ଦ୍ଧଶତକ ପୂରଣ କରିବା ପରେ ମିଚେଲ ଷ୍ଟାର୍କଙ୍କ ବାଉନ୍ସର୍ଙ୍କୁ ମଧ୍ୟ ଏକ ଛକା ମାରିଥିଲେ । ନାଥନ୍ ଲିଅନଙ୍କ ଅଫ୍ ଷ୍ଟମ୍ପର ଆସୁଥିବା ବଲକୁ ମାରିବାକୁ ଚେଷ୍ଟା କରି ଗିଲ୍ ସ୍ମିଥଙ୍କ ହାତରେ ସ୍ଲିପ୍‌ରେ କ୍ୟାଚ ଆଉଟ ହୋଇଥିଲା । ଗିଲ 146ଟି ବଲରେ ଆଠଟି ଚୌକା ଓ ଦୁଇଟି ଛକା ମାରିଥିଲେ । ଏହା ପରେ ରାହାଣେ କମିନ୍ସଙ୍କ ବଲରେ ଆଉଟ୍ ହୋଇଥିଲେ ।

ପୂଜାରା ଓ ପନ୍ତ ଦଳ ପାଇଁ ଢାଲ ହୋଇଥିଲେ
ରାହାଣେ ଆଉଟ ହେବା ପରେ ପୂଜାରା ଓ ପନ୍ତ ଦଳ ପାଇଁ ଢାଲ ହୋଇ ଯାଇଥିଲେ । ଉଭୟଙ୍କ ମଧ୍ୟରେ ୬୧ ରନ୍ ଭାଗିଦାରୀ ହୋଇଥିଲା । ୨୨୮ ରନ୍ ସ୍କୋରରେ ଚେତେଶ୍ୱର ପୂଜାରା ଭାବରେ ଭାରତ ଚତୁର୍ଥ ଝଟକା ପାଇଥିଲା । ପୂଜାରା କମିନ୍ସଙ୍କ ଦ୍ୱାରା ଆଉଟ୍ ହୋଇଥିଲେ । ଏହା ପରେ ପନ୍ତ ଦଳର ବିଜୟର ରାସ୍ତାରେ ପହଞ୍ଚାଇବାକୁ ନିଜେ ଦାୟିତ୍ୱ ଗ୍ରହଣ କରିଥିଲେ ଓ ମୟଙ୍କ ଅଗ୍ରୱାଲଙ୍କ ସହ ୩୭ ରନ୍ ଭାଗିଦାରୀ ଗଠନ କରିଥିଲେ । ମୟଙ୍କ ଅଗ୍ରୱାଲ ପୁଣି ଥରେ ଫ୍ଲପ୍ ହେବା ସହ 9 ରନ୍ ସ୍କୋର କରି କମିନ୍ସଙ୍କ ଶିକାର ହୋଇଥିଲେ ।

Facebook Comments

Leave a Reply

Your email address will not be published. Required fields are marked *